ଖାଲି ଵିଵାହିତଙ୍କ ପାଇଁ ନୁହେଁ, ଦୈନନ୍ଦିନ ଜୀବନର ଅନେକ ସମସ୍ୟାର ସମାଧାନ କରିପରେ ସିନ୍ଦୁର

ହିନ୍ଦୁ ଧର୍ମରେ ସିନ୍ଦୁରର ଏକ ବିଶେଷ ମହତ୍ତ୍ୱ ରହିଛି । ଭାରତୀୟ ମହିଳା ମାନେ ସିନ୍ଦୁରକୁ ନିଜ ସାଧବାର ପ୍ରତୀକ ଭାବେ ଗ୍ରହଣ କରିଥାନ୍ତି । ଖାଲି ସେତିକି ନୁହେଁ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମରେ ସିନ୍ଦୁରର ବି ଏକ ବିଶେଷ ମହତ୍ୱ ରହିଛି । ଦେବା ଦେବୀଙ୍କ ପୂଜା ସିନ୍ଦୁର ବିନା ଅଧୁରା ବୋଲି ଧରାଯାଏ । ତେବେ ଆସନ୍ତୁ ଜାଣିବା ସିନ୍ଦୁରର ଆଉ କିଛି ବିଶେଷ ପ୍ରୟୋଗ ଓ ଏହାର ଉପକାରିତା ବିଷୟରେ ।

୧. ଯଦି ଆପଣଙ୍କ ଘରେ ଅଶାନ୍ତି ଲାଗି ରହୁଛି ତେବେ କିଛି ଜଡ଼ା ତେଲରେ ସିନ୍ଦୁର ମିଶାଇ ହନୁମାନଙ୍କୁ ଅର୍ପଣ କରନ୍ତୁ । ପାଞ୍ଚ ମଙ୍ଗଳବାର ଓ ପାଞ୍ଚ ଶନିବାର ତେଲ ମିଶ୍ରିତ ସିନ୍ଦୁର ଅର୍ପଣ କଲେ ଘରକୁ ଶାନ୍ତି ଫେରୁଥିବାର ବିଶ୍ୱାସ କରାଯାଏ ।

୨. ଯଦି ଘରେ ଓ ଅଫିସରେ ଆପଣଙ୍କୁ ଅଣଦେଖା କରାଯାଉଛି । ଯଥାଚିତ କେହି ସମ୍ମାନ ଦେଉନାହାନ୍ତି ତେବେ ଏକ ଅଶ୍ୱସ୍ଥ ପତ୍ରରେ କିଛି ଫିଟିକିରି ଓ ସିନ୍ଦୁର ବାନ୍ଧି ବୁଧବାର ସକାଳ ବା ସନ୍ଧ୍ୟାରେ ଅଶ୍ୱସ୍ଥ ଗଛ ତଳେ ଏକ ବଡ ପଥର ତଳେ ଦବେଇ ରଖି ଚାଲି ଆସନ୍ତୁ । ମାନେ ରଖିବେ ଆସିବା ବେଳେ ପଛକୁ ଚାହିଁ ଦେଖିବେ ନାହିଁ ।

୩. ବାସ୍ତୁ ଦୃଷ୍ଟିରୁ ବି ସିଂଦୁରର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଘରର ମୁଖ ଦରଜା ନିକଟରେ ତେଲରେ ସିନ୍ଦୁର ମିଶାଇ ଟଙ୍ଗାଇଲେ ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରେ ନାହିଁ । ଏମିତି ଲଗାତାର ୪୦ ଦିନ କଲେ ବାସ୍ତୁଦୋଷ ଦୂର ହୋଇଥାଏ ।

sindur

୪ . ସିନ୍ଦୁର ମାଧ୍ୟମରେ ଉଭୟ ଲକ୍ଷ୍ମୀ ଓ ଦୁର୍ଗା ମାତାଙ୍କ କୃପା ଲାଭ ହେଉଥିବାର ବିଶ୍ୱାସ ରହିଛି । ପ୍ରତିଦିନର ଦୈନିକ ପୂଜା ପରେ ଘରର ମୁଖ୍ୟ ଦ୍ୱାରରେ ପୂଜାର କିଛି ସିନ୍ଦୁର ଲଗାନ୍ତୁ । ଏମିତି କରିବା ଦ୍ୱାରା ଲକ୍ଷ୍ମୀ ପ୍ରସନ ହେବା ସହ ଘରକୁ ସୁଖ ଶାନ୍ତି ଫେରିଥାଏ ।

୫. ଯଦି ଆପଣ ଦୀର୍ଘ ଦିନ ହେବ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି, ଅନେକ ଚେଷ୍ଟା ପରେ ବି ଆପଣଙ୍କ ସମ୍ପତ୍ତି ବୃଦ୍ଧି ହେଉନାହିଁ । ତେବେ ଏହି ଉପାୟ କରନ୍ତୁ । ଗୋଟେ ନଡ଼ିଆ ଉପରେ କିଛି ସିନ୍ଦୁର ଲଗାଇ ଏକ ଲାଲ ରଙ୍ଗର ବସ୍ତ୍ର ବାନ୍ଧି ପ୍ରତିଦିନ ପୂଜା କରନ୍ତୁ । ଏମିତି କରିବା ଦ୍ୱାରା ଘରେ ଧନ ସମ୍ପତ୍ତି ଧୀରେ ଧୀରେ ଦୂର ହେବ ।

୬. ଗ୍ରହ ଦୋଷ ରହିଲେ କାମ ବିଗିଡ଼ିବା ସହ ଶୁଭ କାମରେ ବାଧା ଉପୁଜିଥାଏ । ଜାତକରେ ସୂର୍ଯ୍ୟ ଓ ମଙ୍ଗଳ ଠିକ ସ୍ଥାନରେ ନଥିଲେ ଏହି ଉପାୟ ଅବଲମ୍ବନ କରନ୍ତୁ । କିଛି ସିନ୍ଦୁର ଜଳରେ ବୁହାଇ ଦିଅନ୍ତୁ । ଏହା ଦ୍ୱାରା ଗ୍ରହ ସମସ୍ୟା ଦୂର ହେବା ସହ ଉଭୟ ଗ୍ରହଙ୍କ ଠାରୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

୭. ଯଦି ଆପଣ ବେକାରୀ ସମସ୍ୟା ଦେଇ ଗତି କରୁଥାନ୍ତି ଓ ଅନେକ ଚେଷ୍ଟା ପରେ ବି ଶୁଭ ଫଳ ମିଳୁନି ତେବେ ନିଜ ଅନାମିକା ଆଙ୍ଗୁଳିରେ କେଶର ମିଶା ସିନ୍ଦୁରରେ ୬୩ ଲେଖିଦିଅନ୍ତୁ । ଏବେ ଏହାକୁ ଲକ୍ଷ୍ମୀଙ୍କ ମନ୍ଦିର ନେଇ ତାଙ୍କ ପାଦ ତଳେ ଅର୍ପଣ କରନ୍ତୁ । ଲଗାତାର ତିନି ଗୁରୁବାର ଏମିତି କରନ୍ତୁ । ଲାଭ ନିଶ୍ଚିନ୍ତ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.