ସ୍ମୋକିଂର ଖରାପ ଅଭ୍ୟାସ ଛାଡ଼ିବାକୁ ଚାହୁଁଛନ୍ତି କି? ତ ଥରେ ଟ୍ରାଏ କରି ଦେଖନ୍ତୁ ଏହି ଉପାୟ, ନିଶ୍ଚୟ ମିଳିବ ଫାଇଦା
ଆଜିକାଲି ଚିନ୍ତାଗ୍ରସ୍ତ ଜୀବନଶୈଳୀ ଯୋଗୁ ଲୋକଙ୍କ ସ୍ମୋକିଂ ଅଭ୍ୟାସ ବଢ଼ିବାରେ ଲାଗିଛି। ଆମେ ସମସ୍ତେ ଜାଣିଛନ୍ତି କି, ସ୍ମୋକିଂ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ। ସ୍ମୋକିଂ ଅଭ୍ୟାସ ନା କେବଳ ଆପଣଙ୍କ ଶରୀରକୁ ଦୁର୍ବଳ କରି ଦେଇଥାଏ, ବରଂ ଧୀରେ ଧୀରେ ଆପଣଙ୍କ ମସ୍ତିଷ୍କକୁ ବି କ୍ଷତି ପହଞ୍ଚାଇଥାଏ। ଯଦି ଆପଣ ଏହି ଅଭ୍ୟାସରେ ପଡ଼ିଛନ୍ତି ଏବଂ ଏବେ ଏହାକୁ ଛାଡ଼ିବାକୁ ଚାହୁଁଛନ୍ତି, ତା’ହେଲେ ଆଜି ଆମେ ଆପଣଙ୍କୁ ସ୍ମୋକିଂ ଛାଡ଼ିବାର କିଛି ଘରୋଇ ଉପାୟ କହିବାକୁ ଯାଉଛୁ।
ଗରମ ପାଣି: ଏକ ଗ୍ଲାସ ଗରମ ପାଣିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ। ଏହା ଆପଣଙ୍କୁ ସିଗାରେଟ୍ ପିଇବା ଅଭ୍ୟାସ ଛାଡ଼ିବାରେ ସାହାଯ୍ୟ କରିବ।
ମୂଳା: କୋରା ହୋଇଥିବା ମୂଳା ଖାଇବା ଦ୍ୱାରା ସେହି ଲୋକଙ୍କୁ ଲାଭ ମିଳିବ, ଯେଉଁମାନେ ଚେନ୍ ସ୍ମୋକର୍ସ କିମ୍ବା ଖରାପ ଅଭ୍ୟାସରେ ପଡ଼ିଥିବେ। ଏହାକୁ ମହୁ ସହିତ ବି ଖିଆ ଯାଇପାରିବ।
ଓଟ୍ସ: ଓଟ୍ସ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ସ୍ମୋକିଂ ଅଭ୍ୟାସକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏମିତିରେ ସକାଳ ଜଳଖିଆରେ ଓଟ୍ସକୁ ନିହାତି ଭାବେ ସାମିଲ କରନ୍ତୁ।
ପାଣି ଓ ନାଲି ଲଙ୍କା: ଯେତେବେଳେ ବି ସ୍ମୋକିଂ କରିବାକୁ ଇଚ୍ଛା ହେବ, ତ ୧ ଗ୍ଲାସ୍ ପାଣିରେ ଏକ ଚୁଟ୍କି ଲଙ୍କା ଗୁଣ୍ଡ ପକାଇ ପିଇବେ। ଏଥିରୁ ଆପଣଙ୍କୁ ତୁରନ୍ତ ଆରାମ ମିଳି ପାରିବ।