ଶିଶୁଙ୍କୁ ମଧ୍ୟ ହୋଇଥାଏ ମଧୁମେହ, ଜାଣନ୍ତୁ ଏହାର ଲକ୍ଷଣ ଏବଂ ଉପଚାର

ମଧୁମେହ ବର୍ତ୍ତମାନ ଏକ ସାଧାରଣ ରୋଗ ଭାବେ ପରିଚିତ ହୋଇଗଲାଣି । ଏହା କେବଳ ବୟସ୍କଙ୍କୁ ହୋଇଥାଏ ତାହା ନୁହଁ, ନବଜାତଠାରୁ ଆରମ୍ଭ କରି ଯବକଙ୍କ ପର୍ୟ୍ୟନ୍ତ ଏହା ସମସ୍ତଙ୍କ ନିକଟରେ ଦେଖାଯାଇଥାଏ । ଶରୀରରେ ବିଟା କୋଷିକା ଶେଷ ହେବା ପରେ ଇନ୍ସୁଲିନ୍ ପ୍ରସ୍ତୁତ ହେବା ବନ୍ଦ ହୋଇଯାଇଥାଏ, ଯାହା ଫଳରେ ଶରୀରରେ ଶର୍କରା ମାତ୍ରା ବଢ଼ିଥାଏ । ମଧୁମେହକୁ ସଠିକ୍ ସମୟରେ ଚିହ୍ନଟ କରି ଏହାର ଉପଚାର କରିବା ଦ୍ୱାରା ଶିଶୁଙ୍କୁ ମଧୁମେହରୁ ରକ୍ଷା କରାଯାଇପାରିବ । ଏଣୁ ଆସନ୍ତୁ ଜାଣିବା ଶିଶୁ ମଧୁମେହର ଲକ୍ଷଣ ଏବଂ ଏହାର ଉପଚାର ।
ଲକ୍ଷଣ :
-ବାରମ୍ବାର ଶୋଷ ଲାଗିବା ସହ ବାରମ୍ବାର ପରିସ୍ରା ଲାଗିବା ।
– ଶିଶୁଙ୍କୁ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଆହୁରି ଭୋକ ଲାଗିବା ।
-ଯେତେ ପରିମାଣର ଖାଦ୍ୟ ଗ୍ରହଣ କଲେ ମଧ୍ୟ ଓଜନରେ କୌଣସି ପ୍ରକାରର ବୃଦ୍ଧି ନ ଘଟିବା ।
-ଶରୀରରେ ଇନସୁଲିନର ମାତ୍ରା କମ୍ ରହିବ ଯୋଗୁଁ ଥକାପଣ ଅନୁଭବ ହେବା।
-ଶିଶୁଙ୍କ ସଂକ୍ରମଣ ହେବା ବା ଡ଼ାଏପର ପିନ୍ଧିଲେ ଖଣ୍ଡିଆ ହୋଇ ଶୀଘ୍ର ନଶୁଖିବା ।
ଏହା ସହ ପଢ଼ନ୍ତୁ : ସକାଳ ଜଳଖିଆରେ ଖାଆନ୍ତୁ ଏହି ଜିନିଷ, ପାଖ ମାଡ଼ିବନି ଏସିଡ଼ିଟି
କିପରି କରିବେ ଉପଚାର :
-ପୋଷକଯୁକ୍ତ ଖାଦ୍ୟ ସହ ସଠିକ୍ ସମୟରେ ଖାଦ୍ୟ ଗ୍ରହଣ କରାନ୍ତୁ।
-ଶରୀରରେ ଇନ୍ସୁଲିନ୍ ମାତ୍ରା ଠିକ୍ ରହିଛି କି ନାହିଁ ସମୟ ବ୍ୟବଧାନରେ ପରୀକ୍ଷା କରିବା ।
-ଶିଶୁଙ୍କୁ ନିୟମିତ ବ୍ୟୟାମ ଅଭ୍ୟାସ କରାଇବା । ମଧୁମେହରୁ ବଞ୍ଚିବା ପାଇଁ କଲରା ଏବଂ ପିତା ଜାତୀୟ ଖାଦ୍ୟ ଦେବା ସହ ସମାନ୍ ସମୟ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇବା।