ବିଶ୍ବ ଆସ୍ଥମା ଦିବସରେ ଜାଣନ୍ତୁ ଏହାର ଲକ୍ଷଣ, କିପରି ନେବେ ଏହାର ପଦକ୍ଷେପ

ଆଜି ହେଉଛି ବିଶ୍ବ ଆସ୍ଥମା ଦିବସ । ଆସ୍ଥମା ଆମେ ସାଧାରଣତଃ ଅନେକ ଳୋକଙ୍କ ପାଖରେ ଦେଖିଥାଉ ।  ଆସ୍ଥମା ଏକ ଏଭଳି ରୋଗ ଯାହାର କାରଣ କିଛି ସେମିତି ବିଶେଷ ହୋଇ ନଥାଏ । ଏହି ରୋଗ ଜିନରେ ଥିବା କାରଣରୁ ମଧ୍ୟ ଅନେକାଂଶରେ ପ୍ରଭାବିତ ହୋଇଥାଏ । ଏହା ବ୍ୟତୀତ ତମାଖୁର ଧୂଆଁ, ବାୟୁ ପ୍ରଦୂଷଣ, ଅଧିକ ଧୂଳି ପାଇଁ ମଧ୍ୟ ଆପଣଙ୍କୁ ଏହି ରୋଗର ଶିକାର ହେବାର ଆଶଙ୍କା ରହିଥାଏ ।  ଆସ୍ଥମା ରୋଗୀଙ୍କ ପାଇଁ ଏସିର ଅତ୍ୟଧିକ ବ୍ୟବହାର ବିପଜ୍ଜନକ ମଧ୍ୟ ହୋଇପାରେ । ତେଣୁ ଏହି ସବୁଠାରୁ ଦୂରରେ ରୁହନ୍ତୁ ।

ଆସ୍ଥମା ଦୁନିଆରେ ଅନେକାଂଶ ଲୋକଙ୍କ ଜୀବନରେ ପ୍ରଭାବିତ କରିଥାଏ । ନିଶ୍ବାସ ନେବାରେ ଅସୁବିଧା ହେଲେ ଆପଣ ଆସ୍ଥମା ରୋଗରେ ପୀଡିତ ଥିବାର ସୂଚନା ଦିଏ । ଏହି ରୋଗ ପ୍ରତି ସତର୍କତା ସୃଷ୍ଟି ପାଇଁ ଆମେ ମେ ୬କୁ ବିଶ୍ବ ଆସ୍ଥମା ଦିବସ ଭାବେ ପାଳନ କରିଆସୁଛୁ ।  ତେବେ ଆସ୍ଥମା ରୋଗ ସମ୍ବନ୍ଧୀୟ ସମ୍ପର୍କରେ ଜାଣିବା ।

ଆସ୍ଥମାର ଲକ୍ଷଣ :

  • ବିଶେଷ କରି ସକାଳେ ଏବଂ ରାତିରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବା ।
  • ଛାତିରେ ଯନ୍ତ୍ରଣା ଅନୁଭବ ହେବା ।
  • ଲଗାତାର କାଶ ହେବା ।
  • ନିଶ୍ବାସ ନେବା ସମୟରେ କିଛି ଶବ୍ଦ ହେବା ।
  • ଥକ୍କାପଣ ଏବଂ ଦୁର୍ବଳ ଅନୁଭବ ହେବା ।

ଆସ୍ଥମାର ଚିକିତ୍ସା କରାଯାଇପାରିବ କି?

ଆସ୍ଥମା ରୋଗକୁ ସମ୍ପୂର୍ଣ୍ଣ ରୂପେ ଭଲ କରାଯାଇପାରିବ ନାହିଁ । କିନ୍ତୁ ଏହି ରୋଗରୁ କିଛି ମାତ୍ରାରେ ଆରାମ ପାଇବା ପାଇଁ ପଦକ୍ଷେପକୁ ଗ୍ରହଣ କରାଯାଇପାରିବ । ପ୍ରଥମେ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ । ଯଦି ଆପଣଙ୍କ ଘରେ କେହି ଆସ୍ଥମା ରୋଗରେ ପୀଡିତ ଅଛନ୍ତି ତେବେ ପଦକ୍ଷେପ ଗ୍ରହଣ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ । ତେବେ ଆସ୍ଥମା ରୋଗରୁ ବଞ୍ଚିବା ପାଇଁ ନିବାରଣ ପଦ୍ଧତି ସମ୍ପର୍କରେ ଆସନ୍ତୁ ଜାଣିବା ।

ଇନହେଲର ଏବଂ ଔଷଧ ମାଧ୍ୟମରେ ନିୟନ୍ତ୍ରଣ : ଡାକ୍ତରଙ୍କ ପରାମର୍ଶ ଦ୍ବାରା ବ୍ରୋଙ୍କୋଡାଇଲେଟର ଏବଂ ଷ୍ଟେରଏଡ ଇନହିଲର ସାହାଯ୍ୟରେ ଆସ୍ଥମାକୁ ନିୟନ୍ତ୍ରଣ କରାଯାଇପାରିବ । ନେବୁଲାଇଜର ବ୍ୟବହାର କରିବା ଦ୍ବାରା ସିଧାସଳଖ ଆସି ଫୁସଫୁସରେ ଏହାର ପ୍ରଭାବ ପଡି ଏହି ରୋଗ ରୋକିବାରେ ସହାୟକ କରିଥାଏ । ଆଲାର୍ଜି ଦ୍ବାରା ହେଉଥିବା ଆସ୍ଥମାକୁ ଆଣ୍ଟି-ହିଷ୍ଟାମିନ ଔଷଧ ମାଧ୍ୟମରେ ନିୟନ୍ତ୍ରଣ କରାଯାଇଥାଏ ।

ଜୀବନଶୈଳୀରେ ପରିବର୍ତ୍ତନ : ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବ୍ୟାୟାମ, ପ୍ରାଣାୟାମ ଦ୍ବାରା ଶ୍ବାସ ନେବାର ଶକ୍ତିକୁ ଦୃଢ କରାଯାଇପାରିବ । ଏହା ସହିତ ଡାକ୍ତରଙ୍କ ସହିତ ନିୟମିତ ଜଡିତ ରହିବା ଆବଶ୍ୟକ । ଧୂଳିପୂର୍ଣ୍ଣ ସ୍ଥାନକୁ ଯିବା ଉଚିତ୍ ନୁହେଁ । ଫଳ, ପନିପରିବା ଉପଯୁକ୍ତ ମାତ୍ରାରେ ଖାଆନ୍ତୁ । ଧୂମପାନଠାରୁ ଦୂରରେ ରୁହନ୍ତୁ । ତେଣୁ ସୁସ୍ଥତା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ ।

Also Read : ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଆଲୋଭେରା ଜେଲ୍, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ