ଲାଇଫ୍ ଷ୍ଟାଇଲ୍

ଦିନକୁ ମାତ୍ର ଏତିକି ହିଁ ଖାଆନ୍ତୁ ଲବଙ୍ଗ, ନଚେତ୍‌ ଅଧିକ ସେବନ କଲେ ଲିଭର ଡ୍ୟାମେଜ୍‌ ହୋଇଯିବାର ସମ୍ଭାବନା ଯଥେଷ୍ଟ ଅଧିକ

ଲବଙ୍ଗ ଦେଖିବାରେ ବହୁତ ଛୋଟ ହେଲେ ବି ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲବଙ୍ଗରେ ପାଣି ସହିତ ପ୍ରୋଟିନ୍‌, ଫାଇବର, କ୍ୟାଲ୍‌ସିୟମ, ଆଇରନ୍, ଫସଫରସ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍, କପର୍‌, ଭିଟାମିନ୍ ସି, ଭିଟାମିନ୍ ବି, ଭିଟାମିନ୍ ଏ, ଭିଟାମିନ୍ କେ, ଭିଟାମିନ୍ ଇ ଆଦି ପ୍ରଚୁର ମାତ୍ରାରେ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଲବଙ୍ଗର ଜବରଦସ୍ତ ଫାଇଦା ବିଷୟରେ କହିବୁ। ଏଥି ସହିତ ଜଣାଇବୁ କି, ଗୋଟିଏ ଦିନରେ ଆପଣ କେତୋଟି ଲବଙ୍ଗ ଖାଇବା ଉଚିତ।

-ଦିନକୁ ଯଦି ଆପଣ ଗୋଟିଏ ଲବଙ୍ଗ ଖାଇବେ, ତା’ ହେଲେ ଏହା ଓରାଲ ହେଲ୍‌ଥକୁ ସୁସ୍ଥ ରଖିବାରେ ଉପଯୋଗୀ ହୋଇପାରିବ।

-ଥଣ୍ଡା ଏବଂ କାଶକୁ ରୋକିବାରେ ଲବଙ୍ଗ ବହୁତ ସାହାଯ୍ୟ କରିଥାଏ। ଏହା ଭିତରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଶ୍ୱସନ ତନ୍ତ୍ରକୁ ସଫା କରିବାରେ ବେଶ୍‌ ଉପଯୋଗୀ ହୋଇଥାଏ।

-ହଜମ ପ୍ରକ୍ରିୟାକୁ ସଠିକ୍‌ ରଖିବା ପାଇଁ ଲବଙ୍ଗ ଆପଣଙ୍କ ବହୁତ କାମରେ ଆସିପାରିବ। ଏହାକୁ ଖାଇବା ଦ୍ୱାରା ପେଟ ଫୁଲିବା ସମସ୍ୟା, ଗ୍ୟାସ୍, ଅପଚ ଆଦି ସମସ୍ୟାରୁ ଆରାମ ମିଳିଥାଏ।

-ଓଜନ ହ୍ରାସ କରିବାରେ ମଧ୍ୟ ଲବଙ୍ଗ ବହୁତ ଉପଯୋଗୀ ହୋଇଥାଏ। ଏହା କେବଳ ମେଟାବଲିଜିମକୁ ବଢ଼ାଇବାରେ ସହାୟକ ହୋଇ ନ ଥାଏ, ବରଂ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

-ଲବଙ୍ଗ ଖାଇବା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଥାଏ। ଏଥି ସହିତ କାନ ଏବଂ ହାଡର ଯନ୍ତ୍ରଣାକୁ ମଧ୍ୟ ଦୂର କରିବାରେ ଏହା ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୋଇଥାଏ।

କହି ରଖୁଛୁ ଯେ ଲବଙ୍ଗର ସ୍ୱାଦ ବହୁତ ଗରମ ହୋଇଥାଏ। କିନ୍ତୁ ଗ୍ରୀଷ୍ମ ଋତୁରେ ଲବଙ୍ଗକୁ ସୀମିତ ମାତ୍ରାରେ ସେବନ କରିବା ଉଚିତ। ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଦୁଇଟି ଲବଙ୍ଗ ଖାଇବେ, ତା’ ହେଲେ ଆପଣଙ୍କୁ ଭଲ ନିଦ ଆସିପାରେ। ଏହାକୁ ଖାଇବା ଦ୍ୱାରା କାଶ ମଧ୍ୟ ନିୟନ୍ତ୍ରଣ ହୋଇପାରେ। ତେବେ କୌଣସି ଜିନିଷର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଆପଣ ଲବଙ୍ଗ ସୀମିତ ମାତ୍ରାରେ ସେବନ କରିବା ଉଚିତ। ଜଣେ ବ୍ୟକ୍ତି ଦିନକୁ ଗୋଟିଏ କିମ୍ବା ଦୁଇଟି ଲବଙ୍ଗ ଖାଇ ପାରିବେ। ଯଦି ଆପଣ ଅଧିକ ଲବଙ୍ଗ ସେବନ କରିବେ, ତା’ ହେଲେ ସ୍କିନ୍‌ ଆଲର୍ଜି ଦେଖା ଦେଇପାରେ। ଏପରି କି, ଲିଭର ଡ୍ୟାମେଜ୍‌ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି।

Roshni

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

8 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

14 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

27 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago