କେବଳ ମୋଟାପଣ ଦୂର କରେନି, ବରଂ ଏହି ସବୁ ଫାଇଦା ବି ପହଞ୍ଚାଏ ଲେମ୍ବୁ ଓ ମହୁ ମିଶା ପାଣି, ସକାଳୁ ନିୟମିତ ଭାବେ ନିଶ୍ଚୟ କରନ୍ତୁ ସେବନ

ସାଧାରଣତଃ ଆମେ ଶୁଣିଛୁ କି, ସକାଳୁ ଉଠୁ ଉଠୁ ନଖଉଷୁମ ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଲେ ଖୁବ ଫାଇଦା ମିଳିଥାଏ। ତେବେ ଗୋଟିଏ କଥା ଯାହା ସମସ୍ତେ କୁହନ୍ତି କି, ଏହାଦ୍ୱାରା ମୋଟାପଣ ହଟାଯାଇ ପାରିବ। କିନ୍ତୁ ଏହାଛଡ଼ା ଆହୁରି ବି କେତେକ ଫାଇଦା ରହିଛି, ଯାହା ଆମ ଶରୀରକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ସକାଳୁ ଲେମ୍ବୁ ଓ ମହୁ ମିଶା ପାଣି ପିଇବାର ଅଜବ ଫାଇଦା ବିଷୟରେ କହିବୁ।

୧. ପାଚନ ଶକ୍ତି: ସକାଳୁ ଉଠିଲେ ହାଲୁକା ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଲେ ଏହା ପାଚନ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଖାଦ୍ୟ ହଜମ ନ ହେବାର ଅନ୍ୟ ସମସ୍ୟାଗୁଡ଼ିକୁ ବି ଦୂର କରିବାରେ ସାହାଯ୍ୟ କରିଥାଏ।

୨. କବ୍ଜ ସମସ୍ୟା: ଲେମ୍ବୁ ଓ ମହୁର ମିଶ୍ରଣ କବ୍ଜ ସମସ୍ୟାକୁ ଦୂର କରିବାର ସବୁଠାରୁ ଭଲ ଘରୋଇ ଉପଚାର। ପେଟକୁ ଯାଇ ଏହା ଅନେକ ରୋଗକୁ ଭଲ କରିଦେଇଥାଏ ଏବଂ ପାଣିର ମାତ୍ରାକୁ ପୂରଣ କରିଥାଏ, ଯଦ୍ଦ୍ୱାରା କବ୍ଜ ଦୂର ହୋଇଯାଇଥାଏ।

୩. ବଡି ଏନର୍ଜି: ସକାଳୁ ଉଠି ଲେମ୍ବୁ ଓ ମହୁ ମିଶା ପାଣି ପିଇଲେ ଆପଣଙ୍କ ଶରୀରକୁ ଶକ୍ତି ମିଳିଥାଏ। ଏହାଛଡ଼ା ଆପଣ ନିଜକୁ ବି ତାଜା ଅନୁଭବ କରିପାରିବେ। ପୂରା ଦିନ ଫ୍ରେଶ ଲାଗିବ।

୪. ମୁଖ ଦୁର୍ଗନ୍ଧ ନଷ୍ଟ: ନିଜର ଏସିଡିକ ଗୁଣ ଯୋଗୁ ଲେମ୍ବୁ ମୁହଁରୁ ବାହାରୁଥିବା ଦୁର୍ଗନ୍ଧକୁ ବି ନଷ୍ଟ କରିଦେଇଥାଏ। ଏଥି ସହିତ ଦାନ୍ତ ଏବଂ ଦାନ୍ତ ମାଢିରେ ଥିବା ବ୍ୟାକ୍ଟେରିଆକୁ ନାଶ କରିଦେଇଥାଏ।

୫. ଆକର୍ଷଣୀୟ ତ୍ୱଚା: ଲେମ୍ବୁ ଦ୍ୱାରା ରକ୍ତ ସଫା ହୋଇଥାଏ, ଯାହାର ପ୍ରଭାବ ଆମ ତ୍ୱଚା ଉପରେ ପଡ଼ିଥାଏ। ଏମିତି ବି କୁହାଯାଏ, ଯେତେ ରକ୍ତ ସଫା ହେବ ସେତେ ତ୍ୱଚା ଆକର୍ଷଣୀୟ ଦେଖାଯିବ। ଯଦି ଆପଣ ନିଜ ତ୍ୱଚାକୁ କୋମଳ ଏବଂ ସୁନ୍ଦରତା ବନାଇବାକୁ ଚାହୁଁଛନ୍ତି, ତା’ହେଲେ ନିୟମିତ ରୂପେ ଲେମ୍ବୁ ଓ ମହୁକୁ ହାଲୁକା ଗରମ ପାଣିରେ ମିଶାଇ ପିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.