ମିଶ୍ରି ଖାଇଲେ ବଢ଼ିଥାଏ ଦୃଷ୍ଟିଶକ୍ତି, ପୁରୁଷଙ୍କ ସ୍ପର୍ମରେ ଆସିଥାଏ ସୁଧାର; ଜାଣି ରଖନ୍ତୁ ଚିନି ବଦଳରେ କାହିଁକି ଖାଇବା ଉଚିତ୍‌ ମିଶ୍ରି

ମିଶ୍ରି ଖାଇବାର ଅନେକ ଫାଇଦା ରହିଛି। ଏମିତିରେ ଯେଉଁ ଲୋକମାନେ ଚିନି ଏବଂ ଏଥିରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତି, ସେମାନେ ମିଶ୍ରି ବ୍ୟବହାର କରି ଥାଆନ୍ତି। କାରଣ, ଚିନିରୁ ଖାଦ୍ୟ ପ୍ରସ୍ତୁତ ହେଲା ବେଳେ ଅନେକ ପ୍ରକାରର କେମିକାଲ୍ସ ବ୍ୟବହୃତ ହୋଇଥାଏ। ସେଠି କିଛି ଲୋକ ଅଛନ୍ତି, ଯେଉଁମାନେ ସବୁ ପ୍ରକାର ମିଠା ଜାତୀୟ ଖାଦ୍ୟରେ ଚିନି ବଦଳରେ ମିଶ୍ରି ବ୍ୟବହାର କରନ୍ତି।

ଆପଣଙ୍କୁ କହି ରଖୁଛୁ ଯେ ମିଶ୍ରି ଅନେକ ଉପାୟରେ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଆଖିର ପାଓ୍ଵାର ବା ଦୃଷ୍ଟିଶକ୍ତି ବଢ଼ାଇବାଠାରୁ ଆରମ୍ଭ କରି ସର୍ଦ୍ଦି, କାଶ ଆଦିରେ ମିଶ୍ରିର ଉପଯୋଗ କରାଯାଇଥାଏ। ଅନେକ ଲୋକ ଚିନି ବଦଳରେ ମିଶ୍ରିରେ ଚା’ ପ୍ରସ୍ତୁତ କରି ପିଇବାକୁ ଭଲ ପାଆନ୍ତି। ଏଥିରୁ ବହୁ ସ୍ୱାସ୍ଥ୍ୟ ଲାଭ ମିଳୁ ଥିବାରୁ ମିଶ୍ରି ଚା’ କରି ଲୋକେ ପିଇ ଥାଆନ୍ତି। କେବଳ ଏତିକି ନୁହେଁ, ପ୍ରତିଦିନ ମାଉଥ୍‌ ଫ୍ରେଶନର ପାଇଁ ମଧ୍ୟ ମିଶ୍ରିର ଉପଯୋଗ କରାଯାଇ ପାରିବ। ଆସନ୍ତୁ ଜାଣିବା, ଏହାର ଅନ୍ୟାନ୍ୟ ଫାଇଦା।

ମିଶ୍ରିର ଫାଇଦା କ’ଣ

-ମିଶ୍ରି ଆଖି ପାଇଁ ବହୁତ ଭଲ ହୋଇଥାଏ। ତେଣୁ ଯଦି ଆପଣଙ୍କ ଆଖି ଦୁର୍ବଳ କିମ୍ବା ଏହାର ପାଓ୍ଵାର କମିବାରେ ଲାଗିଛି, ତ ଆପଣ ପ୍ରତିଦିନ ମିଶ୍ରି ଖାଇବା ଆରମ୍ଭ କରି ଦେବା ଉଚିତ।

-ଏହା ବ୍ୟତୀତ ଯଦି ଆପଣଙ୍କୁ କ୍ଳାନ୍ତ ବା ଥକ୍କାପଣ ଅନୁଭବ ହେଉଛି, ତା’ ହେଲେ ମିଶ୍ରି ଆପଣଙ୍କ ପାଇଁ ରାମବାଣ ଚିକିତ୍ସା ହୋଇପାରେ। ଏହାକୁ ଖାଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ।

-କୁହାଯାଏ କି, ମିଶ୍ରି ସେବନ ଦ୍ୱାରା ପୁରୁଷଙ୍କ ସ୍ପର୍ମରେ ସୁଧାର ଆସିଥାଏ।

-ଏଥି ସହିତ ମିଶ୍ରି ଖାଇବା ଦ୍ୱାରା ରକ୍ତର ଏସିଡ୍ ସ୍ତର ସଠିକ୍ ରହିଥାଏ।

-ବାନ୍ତି କିମ୍ବା ବାନ୍ତି ଭଳି ଅନୁଭବ ହେବା ସମସ୍ୟାକୁ ଦୂର କରିବାରେ ମିଶ୍ରି ବହୁତ ଲାଭଦାୟକ ହୋଇଥାଏ।

-କରୋନା କାଳରେ ଯଦି ଆପଣଙ୍କୁ ସର୍ଦ୍ଦି, କାଶ ଏବଂ ଥଣ୍ଡା ଲାଗି ରହୁଛି, ତ ପ୍ରତିଦିନ ମିଶ୍ରି ଖାଇବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.