ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିପାରେ ଏହି ମୁଦି, ଜାଣନ୍ତୁ ଏହା ବିଷୟରେ

ଶାସ୍ତ୍ର ଅନୁଯାୟୀ ରୂପାର, ଉଭୟ ଚନ୍ଦ୍ର ଓ ବୃହସ୍ପତି ଗ୍ରହ ସହ ଗଭୀର ସମ୍ପର୍କ ଥାଏ । ଏହା ଶରୀରର ଜଳୀୟ ଅଂଶ ଓ କଫ ମଧ୍ୟରେ ଏକ ପ୍ରକାର ସମନ୍ଵୟତା ରଖିବାରେ ମଧ୍ୟ ସହାୟତା କରିଥାଏ । ଏହା ସହ ଏହି ଏହି ଧାତୁ ଶରୀରରୁ ସମସ୍ତ ବର୍ଜ୍ୟ ବସ୍ତୁ ବା ଟକ୍ସିନକୁ ବାହାର ମଧ୍ୟ କରିଦେଇଥାଏ । ଅନ୍ୟ ପକ୍ଷରେ ଚାନ୍ଦି ଆପଣଙ୍କ ଜୀବନରେ ଅନେକ ଉନ୍ନତି ଆଣିବା ସହ ଜୀବନକୁ ଖୁସିରେ ଭରି ଦେଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ବା ସ୍ତୁ ଶାସ୍ତ୍ର ଅନୁଯାୟୀ ରୂପା ମୁଦି କେତେ ଫାଇଦା ଦାୟକ ହୋଇଥାଏ । ପୂର୍ବ କାଳରେ ଲୋକେ ଝିଅ ବାହାଘରରେ ବିଭିନ୍ନ ପ୍ରକାର ରୂପା ବାସନ ଉପହାର ସ୍ୱରୂପ ଦେଉଥିଲେ । ଏହା ପଛରେ ମଧ୍ୟ ଏକ ବିଶେଷ କାରଣ ରହିଥିଲା । ବିଶ୍ୱାସ ଥିଲା କି ରୂପା ବାସନ ଝିଅ ଘରୁ ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରିଦେବ । ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କୁ କୌଣସି ପ୍ରକାର ଭୟ ଲାଗୁଥାଏ ତେବେ ନିଜ କାନି ଆଙ୍ଗୁଠିରେ ରୂପା ଆଙ୍ଗୁଠି ପିନ୍ଧି ଦିଅନ୍ତୁ । ଏହା କରିବା ଦ୍ୱାରା ମନକୁ ଆସୁଥିବା ସମସ୍ତ ନକାରାତ୍ମକ ଶକ୍ତି ଦୂରୀଭୂତ ହୋଇଥାଏ

 

silver ring

ରୂପା ଆଙ୍ଗୁଠି ପିନ୍ଧିବାର ପ୍ରକୃଷ୍ଟ ସମୟ ଗୁରୁବାରକୁ ଧରାଯାଏ । ଏହାର ପୂର୍ବ ଦିନ ଅର୍ଥାତ ବୁଧବାର ରାତିରେ ଏକ କାଚ ଗିନାରେ ପାଣି ଭର୍ତ୍ତି କରି ସେଥିରେ ମୁଦିକୁ ବୁଡାଇ ରଖନ୍ତୁ । ଏହା କରିବା ଦ୍ୱାରା ମୁଦିର ଶକ୍ତି ଦୁଇ ଗୁଣା ବଢିଥାଏ ବୋଲି ବିଶ୍ୱାସ କରାଯାଏ । ଆପଣ ଯଦି ଚାହିଁବେ ତ ଏହି ପାଣି ଗିନାକୁ ମନ୍ଦିରରେ ବି ରଖିପାରିବେ । ପର ଦିନ ସ୍ନାନ କରିବା ପରେ ଏହି ମୁଦିକୁ ଧାରଣ କରନ୍ତୁ ।

ଅନ୍ୟାନ ଫାଇଦା:

୧. ମନକୁ ଶାନ୍ତ ରଖିବା ସହ ରୂପା ଆପଣଙ୍କ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହୋଇଥାଏ ।

୨.ଯେଉଁ ମାନଙ୍କୁ ଅଧିକାଂଶ ସମୟରେ ରାଗ ଆସିଥାଏ ସେମାନେ ଯଦି ନିଜ ରିଙ୍ଗ ଫିଙ୍ଗରରେ ରୂପା ମୁଦି ପିନ୍ଧନ୍ତୁ | ଏହା ସେମାନଙ୍କ ମନ ଶାନ୍ତ ରଖିବାରେ ବିଶେଷ ସହାୟକ ହୋଇଥାଏ ।  

୩.ଏହା ଶରୀରର ଇମ୍ୟୁନିଟି ସିଷ୍ଟମକୁ ଶକ୍ତ କରିଥାଏ । ସର୍ଦି ଥଣ୍ଡା ଭଳି ରୋଗରୁ ମଧ୍ୟ ଏହା ରକ୍ଷା କରିଥାଏ ।

୪. ଆଣ୍ଠୁ ବିମାରରେ ପୀଡିତ ଥିବା ମହିଳା ମାନେ ଏହାକୁ ନିହାତି ପିନ୍ଧିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.