କେବେ ବି ଫିଙ୍ଗନ୍ତୁ ନାହିଁ ବାସି ଭାତ, ଏହି ସବୁ ସମସ୍ୟାରେ ହୋଇଥାଏ ରାମବାଣ; ଜାଣି ରଖନ୍ତୁ ଫାଇଦା

ଅନେକ ବାର ଭାତ ରାନ୍ଧିବା ସମୟରେ ଆମେ ଅନୁମାନ ଲଗେଇ ନ ପାରିବା କାରଣରୁ ଅଧିକ ଭାତ ରାନ୍ଧି ହୋଇ ଯାଇଥାଏ। ତେଣୁ ବହୁତ ଲୋକ ଏମିତି ଥାଆନ୍ତି, ଯେଉଁମାନେ ବାସି ଭାତକୁ ପୁଣିଥରେ ଗରମ କରି ଖାଇ ଥାଆନ୍ତି। ବହୁ ସମୟରେ ଆମେ ଡିନର କିମ୍ବା ଲଞ୍ଚ୍ରେ ବଳକା ରହିଥିବା ଥଣ୍ଡା ତଥା ବାସି ଭାତକୁ ଫିଙ୍ଗି ଦେଇଥାଉ। ଏହାକୁ ଆମେ ପରଦିନ ସକାଳେ ଖାଇ ନ ଥାଉ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବାସି ଭାତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣ ଏହି ଲାଭ ବିଷୟରେ ଥରେ ଜାଣିବେ, ତ କଦାପି ଏହାକୁ ଫିଙ୍ଗିବେ ନାହିଁ। ଏହି ବାସି ଭାତ ଶରୀରର କେତେକ ସମସ୍ୟା ଦୂର କରିବାରେ ରାମବାଣ ହୋଇଥାଏ।

ତେଣୁ ଯେତେବେଳେ ବି ଆପଣଙ୍କ ଘରେ ଭାତ ବଳକା ରହିଯିବ, ତାହାକୁ ନ ଫୋପାଡ଼ି ଏକ ମାଟି ପାତ୍ରରେ ପାଣିରେ ଭିଜାଇ ରଖି ଦିଅନ୍ତୁ। ସକାଳ ଭିତରେ ଏହା ଟାଣ ହୋଇଯିବ। ଯଦି ଚାହିଁବେ, ଏହାକୁ ଆପଣ କଞ୍ଚା ପିଆଜ ସହିତ ସକାଳ ଜଳଖିଆରେ ଖାଇ ପାରିବେ। ହୁଏତ ଏହା ଆପଣଙ୍କୁ ଭଲ ଲାଗି ନ ପାରେ, କିନ୍ତୁ ଏଥିରୁ ଅଦ୍ଭୁତ ଫାଇଦା ମିଳିବ। ଆସନ୍ତୁ ଜାଣିବା, ବାସି ଭାତ ଖାଇବାର ୬ଟି ଫାଇଦା।

୧. ବାସି ଭାତ ଆମ ପାଟିକୁ ଥଣ୍ଡା ଲାଗିଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ଏହି ବାସି ଭାତ ଖାଇବେ, ତା’ହେଲେ ଏହାଦ୍ୱାରା ଆପଣଙ୍କ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିବ।

୨. ଭାତରେ ପ୍ରଚୁର ମାତ୍ରାରେ ଫାଇବର୍ସ ରହିଥାଏ, ଯାହାକି କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।

୩. ବାସି ଭାତ ଆପଣଙ୍କୁ ଦିନ ସାରା ଆକ୍ଟିଭ୍ ରଖିଥାଏ। ଏଥିରୁ ଆପଣଙ୍କୁ ଏନର୍ଜି ମଧ୍ୟ ମିଳିଥାଏ।

୪. ଯଦି ଆପଣଙ୍କର ଅଲସର ସମସ୍ୟା ଅଛି, ତା’ହେଲେ ସପ୍ତାହରେ ୩ ଥର ବାସି ଭାତ ଖାଆନ୍ତୁ।

୫. ଯଦି ଆପଣଙ୍କର ଚା’ କିମ୍ବା କଫି ପିଇବାର ଅଭ୍ୟାସ ଅଛି, ତା’ହେଲେ ସକାଳୁ ଉଠି ବାସି ଭାତ ଖାଇଲେ, ଏହି ଅଭ୍ୟାସ କିଛି ଦିନ ଭିତରେ କଣ୍ଟ୍ରୋଲ ହୋଇଯିବ।

୬. ଓଜନ କମ୍‌ କରିବା ପାଇଁ ମଧ୍ୟ ବାସି ଭାତ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଫାଇବର ଥିବା କାରଣରୁ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନ ଥାଏ।