କେବଳ ରୋଷେଇ ଘରେ ନୁହେଁ, ଏହି ସବୁ ସମସ୍ୟାକୁ ବି ଚୁଟକିରେ ଦୂର କରିଦିଏ ସୋରିଷ ତେଲ

ସୋରିଷ ତେଲ କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ବରଂ ଏଥିରେ ରହିଛି ଅନେକ ଲାଭକାରୀ ଗୁଣ। ଏହା ଆମ ଶରୀରକୁ ବହୁତ ଫାଇଦା ପହଞ୍ଚାଇଥାଏ। ଶରୀର ମାଲିସ ହେଉ କିମ୍ବା ତ୍ୱଚା, କେଶ ସମ୍ବନ୍ଧୀୟ କୌଣସି ସମସ୍ୟା, ଏ ସବୁକୁ ଦୂର କରିଥାଏ ସୋରିଷ ତେଲ।

ସୋରିଷ ତେଲରେ ଓମେଗା ୬ ଏବଂ ଓମେଗା ୩ ଠିକ ଅନୁପାତରେ ରହିଛି। ଏଥି ସହିତ ଏଥିରେ ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ବି ମହଜୁଦ ଅଛି। ତେବେ ସୋରିଷ ତେଲକୁ ଅଧିକ ମାତ୍ରାରେ ବ୍ୟବହାର କରିବା ବି ଠିକ ନୁହେଁ, ପ୍ରତିଦିନ ୨.୫ ଚମଚ ସୋରିଷ ତେଲ ହିଁ ଆମ ଶରୀର ପାଇଁ ଯଥେଷ୍ଟ। ଆଜି ଆମେ ଆପଣଙ୍କୁ ସୋରିଷ ତେଲର ଫାଇଦା ବିଷୟରେ କହିବୁ।

୧. ସୋରିଷ ତେଲରେ ଅଳ୍ପ ଲୁଣ ମିଶାଇ ସେଥିରେ ଦାନ୍ତ ସଫା କଲେ ଦାନ୍ତ ଯନ୍ତ୍ରଣା, ପାଇରିଆ ଆଦି ରୋଗରୁ ମୁକ୍ତି ମିଳିଥାଏ।

୨. ଥଣ୍ଡା, ସର୍ଦ୍ଦି ଥିଲେ ସୋରିଷ ତେଲକୁ ଛାତି ଓ ପିଠିରେ ମାଲିସ କରନ୍ତୁ। ଏହା ସହିତ ନାକ ଚାରିପାଖରେ ଲଗାଇଲେ ମଧ୍ୟ ଉପଶମ ମିଳିଥାଏ।

୩. କ୍ଷୀରରେ ଅଳ୍ପ ସୋରିଷ ତେଲ ମିଶାଇ ଏହାକୁ ଫୁଟନ୍ତୁ। ପୁଣି ଏହାକୁ ଥଣ୍ଡା କରି ସେଥିରେ ଗୋଲାପ ଜଳ ମିଶାଇ ନିୟମିତ ରୂପେ ଚେହେରାରେ ମାଲିସ କରନ୍ତୁ। ଏହାଦ୍ୱାରା ଚେହେରାର ରଙ୍ଗ ଉଜ୍ଜ୍ୱଳ ଦିଶିବ।

୪. ବେସନ, ହଳଦୀ, ଜିରା, କର୍ପୂର ଓ ସୋରିଷ ତେଲକୁ ଦହି କିମ୍ଵା ପାଣିରେ ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହାକୁ ମଧ୍ୟ ଚେହେରାରେ ଲଗାଇଲେ ତ୍ୱଚାର ରଙ୍ଗ ଗୋରା ଦିଶିବ।

୫. କାନରେ ସୋରିଷ ତେଲ ପକାଇଲେ କାନ ଯନ୍ତ୍ରଣା ଦୂର ହେବ ଏବଂ କାନକୁ ମଧ୍ୟ ଠିକ ଭାବେ ଶୁଣାଯିବ।

୬. ଯଦି କାନ ଭିତରେ କୌଣସି ପୋକ, ମାଛି ପଶି ଯାଇଛନ୍ତି, ତା’ହେଲେ ସୋରିଷ ତେଲରେ ୩/୪ଟି ରସୁଣ କୋଲା ପକାଇ ଗରମ କରି ନିଅନ୍ତୁ। ଏହାକୁ ହାଲୁକା ଗରମ ଥିବା ଅବସ୍ଥାରେ କାନରେ ପକାନ୍ତୁ। କିଛି ସମୟ ଭିତରେ କାନରେ ପଶିଥିବା ପୋକ ବାହାରି ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.