ଦିନରେ କେତେ ଥର ସାଇକେଲ ଚଳାଇବା ଜରୁରୀ, ଜାଣନ୍ତୁ ସାଇକେଲିଙ୍ଗ୍‌ ର ଫାଇଦା

ନୂଆଦିଲ୍ଲୀ : ପ୍ରତ୍ୟେକ ବ୍ୟାୟାମର ଉପକାରିତା ରହିଛି । ତେବେ ସାଇକେଲ ଚଳାଇବା ଦ୍ୱାରା ଯେଉଁ ଫାଇଦା ରହିଛି ତାହା ଜାଣିଲେ ଆପଣ ଚକିତ ହୋଇଯିବେ । ବଡ଼ ହୁଅନ୍ତୁ ବା ସାନ ସାଇକେଲ ଚଳାବା ଦ୍ୱାରା ମିଳିଥାଏ ବହୁତ ଫାଇଦା । ସାଇକେଲ ଚଳାଇ ହାର୍ଟ ଓ ମସ୍ତିସ୍କକୁ ଫିଟ ରଖାଯାଇଥାଏ । ଏହା ଓଜନ କଣ୍ଟ୍ରୋଲ କରିବା ସହ ପରିବେଶ ଓ ଅର୍ଥ ସଂଚୟ କରାଇଥାଏ । ତେବେ ଦିନରେ କେତେ ଥର ସାଇକେଲ ଚଳାଇବା ଜରୁରୀ ତାହା ଜାଣିବା ଉଚିତ୍‌ ।

ଦିନରେ କେତେ ଥର ସାଇକେଲ ଚଳାଇବା ଜରୁରୀ :

ବିଶେଷଜ୍ଞଙ୍କ ମତରେ ପ୍ରତି ଦିନ ୩୦ ରୁ ୬୦ ମିନିଟ ସାଇକେଲ ଚଳାଇବା ଏକ ସୁସ୍ଥ ଶରୀର ପାଇଁ ଆବଶ୍ୟକ । ଯଦି ଆପଣ ସାଇକେଲ ଚଳାଇବା ଆରମ୍ଭ କରୁଛନ୍ତି ତେବେ ପ୍ରଥମରେ ଅଧା ଘଣ୍ଟା ସାଇକେଲ ଚଳାନ୍ତୁ । ଅଧା ଘଣ୍ଟା ସାଇକେଲ ଚଳାଇବା ଦ୍ୱାରା ଆପଣ ୩୦୦ କ୍ୟାଲୋରୀ ଫ୍ୟାଟ ନଷ୍ଟ କରିପାରିବେ ।

ସାଇକେଲ ଚଳାଇବାର ଫାଇଦା :

ଓଜନ କଣ୍ଟ୍ରେଲ କରିଥାଏ – ଓଜନ କଣ୍ଟ୍ରୋଲ କରିଥାଏ ସାଇକେଲିଙ୍ଗ । ସାଇକେଲ ଚଳାଇବା ଦ୍ୱାରା କେବଳ ହାର୍ଟ ରେଟ ବଢ଼ିନଥାଏ ଚର୍ବି ମଧ୍ୟ ନଷ୍ଟ ହୋଇଥାଏ । ସାଇକେଲ ଚଳାଇବା ଦ୍ୱାରା କ୍ୟାଲୋରୀ ଦ୍ରୁତ ଭାବେ ବର୍ଣ୍ଣ ହୋଇଥାଏ ।

ଶୁଗାର ହୋଇଥାଏ କଣ୍ଟ୍ରୋଲ – ଯେଉଁ ଲୋକ ପ୍ରତିଦିନ ୩୦ ମିନିଟ ସାଇକେଲିଙ୍ଗ କରିଥାନ୍ତି ସେମାନଙ୍କୁ ଭବିଷ୍ୟତରେ ଶୁଗାର ହେବାର ୪୦ ପ୍ରତିଶତ ଆଶଙ୍କା ନଥାଏ ।

ହାଡ଼ ମଜବୁତ ହୋଇଥାଏ – ସାଇକେଲିଂ କରିବା ଦ୍ୱାରା ହାଡ ମଜବୁତ ହୋଇଥାଏ । ଯଦି ଆପଣଙ୍କୁ ଓଷ୍ଟିଓ ଆର୍ଥରାଇଟିସ ହୋଇଥାଏ ତେବେ ସାଇକେଲିଂ ସବୁଠୁ ଭଲ ବ୍ୟାୟାମ ।

ଡିପ୍ରେସନରୁ ମୁକ୍ତ କରିଥାଏ – ଲଗାତାର ସାଇକେଲିଂ ଚଳାଇବା ଦ୍ୱାରା ଅବସାଦ, ଚାପ ଓ ଚିନ୍ତା ଆଦି କମ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.