କଳସର ମହତ୍ବ !

ହିନ୍ଦୁ ଧର୍ମରେ ପୂଜା ହେଉ କି କୌଣସି ଧାର୍ମିକ କର୍ମ ହେଉ ଏହି ପୂଜାରେ ସାମଗ୍ରି ସହ ଅନେକ ଗୁଡିଏ ବସ୍ତୁକୁ ବ୍ୟବହାର କରାଯାଇଥାଏ ଯେମିତିକି ଫୁଲ, ପାଣି, ଧୂପ, ଦୀପ, ଘଣ୍ଟି, ଶଙ୍ଖ, ଆସନ ଏବଂ କଳସ ଆଦି ଯାହାର ବିଶେଷ ମହତ୍ବ ରହିଥାଏ । ଭାରତୀୟ ସଂସ୍କୃତିରେ କୌଣସିବି ଅନୁଷ୍ଟାନରେ କଳସର ସ୍ଥାପନା କରାଯାଇଥାଏ । କୋଉବି ପୂଜା ହେଉ ଓଷା ହେଉ ସବୁଠାରେ ପ୍ରଥମେ କଳସ ସ୍ଥାପନା କରାଯାଇ ତା’ର ପୂଜନ କରାଯାଏ ଏହାପରେ ଯାଇ କୌଣସିବି ମାଙ୍ଗଳିକ କାର୍ୟ୍ୟ ଆରମ୍ଭ କରାଯାଇଥାଏ ନଚେତ୍ ମାଙ୍ଗିଳିକାର୍ୟ୍ୟ କରାଯାଇନଥା । କଳସିକୁ ସମସ୍ତ ବ୍ରହ୍ମାଣ୍ଡ ବୋଲି ମନାଯାଇଥାଏ କାହିଁକିନା ବ୍ରହ୍ମାଣ୍ଡର ଆକାର ମଧ୍ୟ ଘଟ ସଦୃଶ୍ୟ ହୋଇଥାଏ । ଘଟରେ ସମସ୍ତ ଦେବାଦେବୀ, ନଦୀ, ପର୍ବତ, ତିର୍ଥ ଆଦି ଉପସ୍ଥିତ ରହିଥାଏ । କଳସ ସ୍ଥାପନାର ଏକ ବିଧିବିଧାନ ରହିଛି । ଏହି କଳସିକୁ ପୂଜାର ସଫଳତା ପରେ ଇଶାଣ କୋଣରେ ସ୍ଥାପନ କରାଯାଏ । ପ୍ରାୟ କଳସ ତମ୍ବାର ହୋଇଥାଏ ଯଦି କଳସ ପବିତ୍ର ଥାଏ ତେବେ ଏହାକୁ ମନ୍ଦିରରେ ମଧ୍ୟ ସ୍ଥାପନା କରାଯାଇପାରିବ ।

ଶାସ୍ତ୍ରରେ କଳସ କେତେ ବଡ ଏବଂ କେତେ ଛୋଟ ହୋଇଥାଏ ସେ ବିଷୟରେ କୁହାଯାଇଛି । କଳସର ମଝିଭାଗ ୫୦ ଆଙ୍ଗୁଳି ଚଉଡା, ୧୬ ଆଙ୍ଗୁଳି ଉଚ୍ଚା, ତଳ ହେଉଛି ୮ ଆଙ୍ଗୁଳିର କଳସକୁ ଶୁଭ ବୋଲି କୁହାଯାଇଥାଏ । ସାଧାରଣତଃ କଳସକୁ ପାଣିରେ ଭରା ଯାଇଥାଏ କିନ୍ତୁ ବିଶେଷ ପୂଜାବିଧାନରେ ଅନେକ ଜାଣିଥିବା ଲୋକମାନେ ବିଶେଷ୍ ବସ୍ତୁ ରଖିଥାନ୍ତି ।

• ଯଦି ଧର୍ମର ଲାଭ ପାଇଁ କୌଣସି ଅନୁଷ୍ଠାନରେ କରାଯାଉଥିଲେ କଳସରେ ଜଳ ସହିତ କିଛି ପାଉଁଶର ପ୍ରୟୋଗ କରାଯାଇଥାଏ ।

• ଧନର ଆଗମନ ପାଇଁ କଳସରେ ମୋତି ଏବଂ ପଦ୍ମ ପ୍ରୟୋଗ କରାଯାଇଥାଏ ।

କଳସକୁ ଭୂମି ଉପରେ ରଖାଯାଏ ନାହିଁ । ଏହାକୁ ରଖିବା ପୂର୍ବରୁ ଭୂମିକୁ ପରିସ୍କାର କରାଯାଇଥାଏ । ଏହାପରେ ଧାନରେ ଗାତ୍ର ପ୍ରସ୍ତୁତ କରାଯାଇ ସେଠାରେ କଳସ ରଖାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.