କରିବାକୁ ଚାହୁଁଛନ୍ତି କି ଓ୍ୱାଟର ବାର୍ଥ? ଜାଣନ୍ତୁ ଏହାର ଫାଇଦା ଏବଂ କ୍ଷତି ସମ୍ପର୍କରେ କିଛି ଅଜଣା କଥା

ୱାଟର ବାର୍ଥ, ଯାହା ଛୁଆ ଜନ୍ମ କରିବାର ଏକ ପ୍ରକ୍ରିୟା । ଏହା ହସ୍ପିଟାଲରେ ଛୁଆ ଜନ୍ମ କରିବା ପ୍ରକ୍ରିୟାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବର୍ତ୍ତମାନ ପ୍ରାୟତଃ କିଛି ମହିଳା ଏହି ପ୍ରକ୍ରିୟାରେ ଛୁଆ ଜନ୍ମ କରୁଛନ୍ତି । ଭାରତରେ ମଧ୍ଯ କିଛି ହସ୍ପିଟାଲ ଏହି ପ୍ରସବ ପ୍ରକ୍ରିୟାକୁ ସପୋର୍ଟ କରିବାକୁ ଆରମ୍ଭ କଲାଣି । ତେବେ ଆସନ୍ତୁ ଜାଣିବା ଏହି ୱାଟର ବାର୍ଥର ଫାଇଦା ଏବଂ କ୍ଷତି ସମ୍ପର୍କରେ ।

ୱାଟର ବାର୍ଥର ଫାଇଦା:

ୱାଟର ବାର୍ଥ ସାଧାରଣ ଭାବେ ହେଉଥିବା ପ୍ରସବ ପ୍ରକ୍ରିୟା ତୁଳନାରେ କମ୍ କଷ୍ଟଦାୟକ ହୋଇଥାଏ। ଏଥିରେ ମହିଳାମାନଙ୍କୁ ଡେଲିଭରୀ ସମୟରେ ହେଉଥିବା କଷ୍ଟ ବହୁ ମାତ୍ରା କମ୍ ହୋଇଥାଏ ।

ୱାଟର ବାର୍ଥରେ ପ୍ରସବ ପୀଡାକୁ ପ୍ରେରିତ କରିବାର ଆବଶ୍ଯକତା ପଡିନଥାଏ । ଏହି ପ୍ରକ୍ରିୟାରେ ପ୍ରସବ ଖୁବ୍ କମ୍ ସମୟରେ ହୋଇଯାଇଥାଏ ।

birthଟବ୍ ରେ ଉଷୁମ ପାଣି ମଧ୍ଯ କଷ୍ଟ ଦୁର କରିବାରେ ବେଶ୍ ସହାୟକ ହୋଇଥାଏ । ଯାହାଦ୍ବାରା ପ୍ରସବ ସମୟରେ ହେଉଥିବା କଷ୍ଟକୁ ଏହା କମ୍ କରିବାରେ ସାହାଯ୍ଯ କରିଥାଏ ।

ୱାଟର ବାର୍ଥ ସମୟରେ କୌଣସି ଔଷଧ ଗ୍ରହଣ କରିବାକୁ ପଡିନଥାଏ । ଗରମ ପାଣି ମାଂସପେଶୀ ଗୁଡିକୁ ଆରାମ ପହଁଚାଇଥାଏ ଏବଂ ଅକ୍ସିଟୋସିନ୍ ବଢାଇଥାଏ । ଯାହା ଶରୀରକୁ ପ୍ରାକ୍ରୁତିକ ରୂପେ କଷ୍ଟରୁ ଦୁରେଇ ରହିବାରେ ସାହାଯ୍ଯ କରିଥାଏ ।

ୱାଟର ବାର୍ଥର କ୍ଷତି:

babyୱାଟର ବାର୍ଥ ପ୍ରକ୍ରିୟାରେ ଜନ୍ମ ଦେବା ସମୟରେ ବହୁତ ସାବଧାନ ରହିବାକୁ ପଡିଥାଏ । ଏହି ସମୟରେ ଛୁଆଙ୍କୁ ଶିଘ୍ର ସଂକ୍ରମଣର ଭୟ ରହିଥାଏ ।

ଏମିତି ମାମଲାରେ ଗର୍ଭନାଡ ଛିଡିଯିବାର ସମ୍ଭାବନା ରହିଥାଏ । ଯାହା ଶିଶୁର ସ୍ବାସ୍ଥ୍ଯ ପାଇଁ କ୍ଷତିକାରକ ହୋଇଥାଏ ।

ପାଣିରେ ଜନ୍ମ ଦେବା ଦ୍ବାରା କିଛି ସମୟରେ ଶିଶୁର ଶରୀରରର ତାପମାତ୍ରା ଉପର ତଳ ହୋଇପାରେ । ଛୁଆକୁ ନିଶ୍ବାସ ନେବାକୁ ଅସୁବିଧା ହୋଇଥାଏ । ଏଥିପାଇଁ ଘରେ ପ୍ରସବର ଏହି ପ୍ରକ୍ରିୟାକୁ ଆପଣେଇବା ପୂର୍ବରୁ ଏକ୍ସପର୍ଟଙ୍କ ସାହାଯ୍ଯ ନେବା ଜରୁରୀ ।