ସାମଗ୍ରୀ
ବାଇଗଣ – ଅଧା କିଲୋ
ତେଲ – ୨,୩ ଟେବୁଲ ଚାମଚ
ଦହି – ୧,୨ ଟେବୁଲ ଚାମଚ
ଗହମ – ୨,୩ ଟେବୁଲ ଚାମଚ
ଧନିଆ ପତ୍ର – ୨ ଟେବୁଲ୍ ଚାମଚ୍
ହଳଦୀ ପାଉଡର – ୧/୪ ଚାମଚ୍
ଧନିଆ ପାଉଡର – ୧/୨ ଟେବୁଲ
ଲାଲ ଲଙ୍କା ପାଉଡର – ୧/୪ ଟେବୁଲ ଚାମଚ
ଚାଟ୍ ମସଲା – ୧ ଟେବୁଲ ଚାମଚ
କଳା ମରୀଚ ପାଉଡର – ୧/୪ ଟେବୁଲ ଚାମଚ
ଲୁଣ – ସ୍ବାଦାନୁସାରେ
ପ୍ରଣାଳୀ
ଦହିରେ ଲାଲ ଲଙ୍କା, ଧନିଆ, ହଳଦି, ଲୁଣ ଏବଂ କଳା ମରୀଚ ପକାଇ ମିକ୍ସ କରନ୍ତୁ। ଏବେ ବାଇଗଣକୁ ପତଳା ସ୍ଲାଇସରେ କାଟି ନିଅନ୍ତୁ ଏବଂ ବାଇଗଣକୁ ଚାରି ଫଳ କରି କାଟନ୍ତୁ। ଏପରି କରିବା ଦ୍ବାରା ବାଇଗଣ ଭିତରକୁ ମସଲା ଯାଇପାରିବ। ଏବେ ଦୁଇ ପାର୍ଶ୍ବକୁ ଦହିରେ ମିଶାଇ ମସଲାରେ ବୁଡାଇ ଦିଅନ୍ତୁ। ଏବେ ବାଇଗଣର ସ୍ଲାଇସକୁ ଅଟା ଦ୍ବାରା କୋଟିଂ କରନ୍ତୁ।
ଏବେ କଡାଇରେ ତେଲ ଗରମ କରି ବାଇଗଣକୁ ପକାନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଗୋଟିଏ ସହିତ ଗୋଟିଏ ଲାଗି ନଯାଏ। ଏବେ ବାଇଗଣକୁ ଧୀମା ଆଞ୍ଚରେ ସେକନ୍ତୁ। ବାଇଗଣର ସ୍ଲାଇସ ଯେତେବେଳେ ଗୋଲଡେନ ବ୍ରାଉନ ହୋଇଯିବ ସେତେବେଳେ ଏହାକୁ ଓଲଟାଇ ଦିଅନ୍ତୁ। ଏହା ଚାରିପଟରୁ ଭଲଭାବେ ହୋଇଗଲା ପରେ ଗୋଟିଏ ପ୍ଲେଟକୁ କାଢ଼ି ଦିଅନ୍ତୁ। ଗରମା ଗରମ ପୁରି କିମ୍ବା ପରଟା ସହିତ ଏହାକୁ ସର୍ଭ କରନ୍ତୁ।