ଜାଣି ରଖନ୍ତୁ ଘରର କେଉଁ କୋଣରେ ରଖିବେ କେଉଁ ଠାକୁରଙ୍କ ମୂର୍ତ୍ତି

ଘରର ମନ୍ଦିର ହେଉଛି ସେହି ସ୍ଥାନ ଯେଉଁଠି ଆମେ ଘରର ଦେବୀ-ଦେବତା ମାନଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା ପାଠ କରିଥାଉ । କିନ୍ତୁ କିଛି ଲୋକ କଣ କରନ୍ତି ନା ଭଗବାନଙ୍କ ମୂର୍ତ୍ତି ଆଣି ଘରର ଯେକୌଣସି କୋଣରେ ରଖି ପୂଜା ପାଠ କରିବା ଆରମ୍ଭ କରିଦିଅନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ ଭୁଲ ତରିକାରେ ରଖା ଯାଇଥିବା ବିଗ୍ରହ ଆଦି ଘରେ ନକାରାତ୍ମକ ଉର୍ଜା ସଂଚାର କରିଥାଏ । ଏହା ସହ ଆପଣଙ୍କ ପୂଜାକୁ ବି ଅଧୁରା ଭାବେ ଧରାଯାଇଥାଏ । ତେବେ ଆସନ୍ତୁ ଦେଖିବା ବାସ୍ତୁ ଅନୁସାରେ ଘରେ ଦେବା ଦେବୀଙ୍କ ମୂର୍ତ୍ତି ରଖିବାର ଖାସ ନିୟମ….

୧. ଭଗବାନ ଗଣେଶଙ୍କ ମୂର୍ତ୍ତି:  

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମନ୍ଦିରରେ ଗଣେଶଙ୍କ ବିଗ୍ରହକୁ ସବୁବେଳେ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ । ଯଦି ମନ୍ଦିରରେ ଗଣେଶଙ୍କ ଫଟୋ ରଖୁଛନ୍ତି ତେବେ ସିନ୍ଦୁରି ଗଣେଶଙ୍କ ଫଟୋ ଲଗେଇବା ଉଚିତ ।

୨. ଲକ୍ଷ୍ମୀଙ୍କ ମୂର୍ତ୍ତି:

ସ୍ତ୍ରୀର ସ୍ଥାନ ସବୁବେଳେ ପୁରୁଷଙ୍କ ବାମ ପଟରେ ହେବା ଉଚିତ । ଏହି କାରଣରୁ କିଛି ଲୋକ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫଟୋକୁ ଗଣେଶଙ୍କ ବାମ ପଟରେ ରଖନ୍ତି । କିନ୍ତୁ ଧରାଯାଏ କି ଏହାଦ୍ୱାରା ଘରର ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପଡିଥାଏ | କିନ୍ତୁ ଧ୍ୟାନରେ ରଖିବେ ମା’ ଲକ୍ଷ୍ମୀ ହେଉଛନ୍ତି ଗଣେଶଙ୍କ ମା । ଏହି କାରଣରୁ ମା’ ଲକ୍ଷ୍ମୀଙ୍କ ପ୍ରତିମାକୁ ଭଗବାନ ଗଣେଶଙ୍କ ଡାହାଣ ପଟରେ ରଖିବା ଉଚିତ ।

puja ghara
image credit: Housing

୩. ଶିବ ଲିଙ୍ଗ ରଖିବା ସ୍ଥାନ:

ବାସ୍ତୁ ଅନୁଯାୟୀ ଘରର ମନ୍ଦିରର ଉତ୍ତର ଦିଗରେ ଶିବ ଲିଙ୍ଗ ରଖିବା ଉଚିତ । ଏହି କାରଣରୁ ଶିବ ଲିଙ୍ଗର ସାମ୍ନା ପଟ ଉତ୍ତର ପଟକୁ ରହିବାକୁ ଶୁଭ ଧରାଯାଏ । ଘରର ଉତ୍ତର ଦିଗରେ ପାରଦ ଶିବଲିଙ୍ଗ ରହିବାକୁ ଶୁଭ ଧରାଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶିବ ଲିଙ୍ଗ ରଖିବା ଦ୍ୱାରା ସୁଖ-ସମୃଦ୍ଧି ମିଳିବା ଦ୍ଵାରା ଆଶୀବାଦ ମିଳିଥାଏ ।

୪. ହନୁମାନଙ୍କ ମୂର୍ତ୍ତି:

ବାସ୍ତୁ ଅନୁଯାୟୀ ହନୁମାନଙ୍କ ଚିତ୍ରକୁ ଦକ୍ଷିଣ ପଟକୁ ମୁହଁ କରି ଲଗାଇବା ଉଚିତ । ଧରାଯାଏକି ଏହି ଦିଗରେ ହନୁମାନଙ୍କର ସର୍ବାଧିକ ପ୍ରଭାବ ରହିଥାଏ । କୁହାଯାଏକି ଏହି ଦିଗରେ ହନୁମାନଙ୍କ ଫଟୋ ଲଗାଇବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ । କିନ୍ତୁ ଭୁଲରେ ବି ଏହାକୁ ନିଜ ଶୋଇବା ଘରେ ରଖିବେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.