ହାତ କିମ୍ବା ପକେଟରୁ ପଇସା ଗଳିବା ସାଧାରଣ କଥା ନୁହେଁ, ଦେଇଥାଏ ଏହି ସଙ୍କେତ

ଅନେକ ସମୟରେ ଆପଣ ପୋଷାକ ପିନ୍ଧୁଥିବା ବେଳେ ହଠାତ ଆପଣଙ୍କ ପକେଟରୁ ପଇସା ତଳେ ଗଳି ପଡ଼ିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଏହା ପଛରେ କ’ଣ ରହିଛି ଶୁଭ ଏବଂ ଅଶୁଭ କଥା ? ଏହା ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ।

୧. ଯଦି ଆପଣ କାହାକୁ ପଇସା ଦେଉଛନ୍ତି କିମ୍ବା କାହାଠୁ ପଇସା ଆଣୁଛନ୍ତି ଏବଂ ଏହି ସମୟରେ ପଇସା ତଳେ ପଡ଼ିଯାଉଛି, ଏହା ଶୁଭ ହୋଇଥାଏ। ଏପରି ହେଲେ ବ୍ୟକ୍ତିର ଧନ ବୃଦ୍ଧି ଘଟିଥାଏ।

money3

୨. ଯଦି କପଡ଼ା ବଦଳାଉଥିବା ବେଳେ ପକେଟରୁ ପଇସା ତଳେ ପଡିଯାଉଛି, ତା’ହେଲେ ମଧ୍ୟ ଏହା ଶୁଭ ହୋଇଥାଏ।

୩. ଯଦି ବ୍ୟକ୍ତି କୌଣସି କାର୍ଯ୍ୟରେ ଘରୁ ବାହାରୁଛି ଏବଂ ତାଙ୍କ ହାତରୁ ପଇସା ତଳେ ପଡ଼ିଯାଉଛି, ଏହା ତାଙ୍କ ପାଇଁ ଭଲ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏମିତି ବ୍ୟକ୍ତିଙ୍କୁ ଆଗକୁ ଧନ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.