ଆପଣଙ୍କର ଆଲର୍ଜି ଥିଲେ କେବେ ବି ଖାଆନ୍ତୁ ନାହିଁ ସପୁରୀ, ଯାଇପାରେ ଜୀବନ
ସପୁରୀ ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାର ଫାଇଦା ମିଳିଥାଏ, ତାହା ଆମେ ଜାଣିଛେ। ଏଥିରେ କ୍ଯାଲୋରୀ ମାତ୍ରା କମ୍ ସହିତ ଭିଟାମିନ ଏବଂ ମିନେରାଲ୍ସ ଭରପୁର ଭାବେ ରହିଥାଏ। ସପୁରୀରେ ଭିଟାମିନ ସି ଏବଂ ଫାଇବର ଭଲ ସ୍ରୋତ ରହିଥାଏ। ଏହାଛଡା ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିଥାଏ। କିନ୍ତୁ ସପୁରୀ ଖାଇବାର କିଛି ଫାଇଦା ସହିତ ଏହାର କିଛି ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ରହିଥାଏ।
କିଛି ଲୋକ ସପୁରୀ ଖାଇବା ଦ୍ବାରା କୁଣ୍ଡେଇ ହେବା ସହିତ ଫୁଲିବା ଭଳି ସମସ୍ଯା ଦେଖାଦିଏ। ଏହା ଲାକଟ୍ସେ ଆଲର୍ଜି ଯୋଗୁଁ ହୋଇଥାଏ। ଯଦି ଆପଣଙ୍କର ଆଲର୍ଜି ରହିଥାଏ, ତେବେ କେବେ ବି ଖାଆନ୍ତୁ ନାହିଁ ସପୁରୀ।
ସପୁରୀରେ ଥିବା Bromelain ଡାଇରିଆ ଏବଂ ବାନ୍ତିର କାରଣ ହୋଇପାରେ। ଏମିତି ଲୋକ Bromelain ପ୍ରତି ବହୁତ ସମ୍ବେଦନଶୀଳ ଥାନ୍ତି। ଏମାନେ ଅଧିକ ସପୁରୀ ଖାଇଲେ ସମସ୍ଯା ଦେଖାଦିଏ।
ଅଧିକ ସପୁରୀ ଖାଇବା ଦ୍ବାରା ମୁହଁ, ଜିଭ, ଓଠରେ ଟେଣ୍ଡରନେସ ସମସ୍ଯା ଦେଖାଦିଏ। ଯାହା ଫଳରେ ଯନ୍ତ୍ରଣା ଭୋଗିବାକୁ ପଡିପାରେ। ଏକ୍ସପର୍ଟଙ୍କ ମୁତାବକ, ଯଦି ଆପଣ ସପୁରୀକୁ ରାନ୍ଧି ଖାଆନ୍ତି, ତେବେ ଏହାର ପାର୍ଶ୍ବ ପ୍ରତିକ୍ରିୟା କମ୍ ଦେଖିବାକୁ ମିଳିଥାଏ।
Bromelain, Anti-coagulant ଭାବେ କରିଥାଏ। ତେଣୁ ଏହା ରକ୍ତକୁ ପତଳା କରିଥାଏ। ଫଳରେ ଯଦି କୌଣସି କାରଣରୁ ଆପଣଙ୍କ ଖଣ୍ଡିଆ ହୁଏ, ତେବେ ଅଧିକ ରକ୍ତସ୍ରାବ ହୋଇଥାଏ।