ଆପଣଙ୍କୁ ହୋଇନି ତ ୟୁରିନ ଇନଫେକ୍ସନ, ଜାଣି ରଖନ୍ତୁ କାହିଁକି ହୋଇଥାଏ ସଂକ୍ରମଣ ଏବଂ କ’ଣ ରହିଛି ଲକ୍ଷଣ

ୟୁରିନାରୀ ଟ୍ରାକ୍ଟ ଇନଫେକସନ(UTI), ଯାହାର ଅର୍ଥ ମୂତ୍ର ଦ୍ୱାରରେ ହେଉଥିବା ସଂକ୍ରମଣ ରୋଗ। ୟୁରିନାରୀ ସିଷ୍ଟମର ଅଙ୍ଗ ଯେପରି କିଡନୀ, ୟୁରିନାରୀ ବ୍ଲାଡର ଏବଂ ୟୁରେଥ୍ରା ମଧ୍ୟରୁ ଯଦି କୌଣସି ବି ଗୋଟିଏ ଅଙ୍ଗ ସଂକ୍ରମିତ ହୋଇଯାଏ, ତ ତାହାକୁ UTI ସଂକ୍ରମଣ କୁହାଯାଏ।

ALT TAG

ଯଦି ସମୟ ପୂର୍ବରୁ ଏହାର ଚିକିତ୍ସା କରା ନ ଯାଏ, ତା’ହେଲେ ଏହା ବ୍ଲାଡର ଏବଂ କିଡନୀକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ଏହି ସମସ୍ୟାର ଶିକାର ଯିଏ ବି ହୋଇପାରନ୍ତି, କିନ୍ତୁ ପୁରୁଷଙ୍କ ତୁଳନାରେ ମହିଳାମାନେ ଏହାର ବେଶି ଶିକାର ହେଉଛନ୍ତି। ୪୦ ବର୍ଷ ବୟସ ପରେ ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। କାରଣ, ଏହି ସମୟରେ ଶରୀରରେ ଏଷ୍ଟ୍ରୋଜେନ ହରମୋନର ନିର୍ମାଣ କମ ହୋଇଥାଏ।

urine3

କିନ୍ତୁ କେବେ କେବେ ପ୍ରାଇଭେଟ ପାର୍ଟକୁ ସଫାସୁତରା ନ ରଖିବା ଏବଂ ଅନ୍ୟ କେତେକ କାରଣରୁ କମ ବୟସର ଝିଅମାନଙ୍କୁ ବି ଏହି ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। ଆସନ୍ତୁ ଜାଣିବା ୟୁରିନ ଇନଫେକ୍ସନର ଲକ୍ଷଣ କ’ଣ ଅଛି।

urine33

୧. ମୂତ୍ର ତ୍ୟାଗ ସମୟରେ ଜ୍ବଳନ ହେବା

୨. ରହି ରହି ପରିସ୍ରା ଆସିବା

୩. ପେଲଭିସରେ ଯନ୍ତ୍ରଣା ହେବା

୪. କେବେ କେବେ ମୂତ୍ର ତ୍ୟାଗ ସମୟରେ ରକ୍ତ ବାହାରିବା

୫. ଦୁର୍ଗନ୍ଧଯୁକ୍ତ ପରିସ୍ରା

୬. ଏହା ଜ୍ୱର, ପିଠ ଯନ୍ତ୍ରଣା ଏବଂ ବାନ୍ତିର କାରଣ ମଧ୍ୟ ହୋଇଥାଏ