ଚାରିଆଡ଼େ ଏବେ ଭାଇରାଲ ଫିଭର…ଜାଣନ୍ତୁ କ’ଣ ଏହାର ଲକ୍ଷଣ ଏବଂ ଘରୋଇ ଉପଚାର

ମନସୁନ୍‌ ଅର୍ଥାତ୍‌ ବର୍ଷାଦିନେ ସର୍ଦ୍ଦି, କାଶ ଲାଗି ରହିବା ସାଧାରଣ କଥା। ଏହି ଋତୁରେ ସବୁଠାରୁ ଅଧିକ ଭାଇରାଲ ଫିଭର କବଳରେ ଲୋକେ ଫସି ଯାଇଥାଆନ୍ତି। କିନ୍ତୁ ଏହି ଭାଇରାଲ ଫିଭରକୁ ନେଇ ଅଧିକ ଡରିଯିବା ଉଚିତ ନୁହେଁ, କେବଳ କିଛି ସାବଧାନତା ଅବଲମ୍ବନ କଲେ ହିଁ ଏଥିରୁ ରକ୍ଷା ପାଇହେବ। ଆଜି ଆମେ ଆପଣଙ୍କୁ କହିବୁ, ଭାଇରାଲ ଫିଭର ବା ଭୂତାଣୁଜନିତ ରୋଗର ଲକ୍ଷଣ କ’ଣ ହୋଇଥାଏ ଏବଂ ଏହାକୁ କିପରି ଦୂର କରିହେବ।

ଭାଇରାଲ ଫିଭରର ଲକ୍ଷଣ

-ଗଳାରେ ଯନ୍ତ୍ରଣା

-ମୁଣ୍ଡ ଯନ୍ତ୍ରଣା

-ଶରୀରର ଗଣ୍ଠି ଜାଗାରେ ଯନ୍ତ୍ରଣା

-ମୁଣ୍ଡ ଶୀଘ୍ର ଗରମ ହୋଇଯିବା

-ହଠାତ୍‌ ପ୍ରବଳ ଜ୍ୱର, ଯାହା ମଝିରେ ମଝିରେ ଆସୁଥିବ

-କାଶ

-ଆଖି ଲାଲ୍‌ ପଡ଼ିଯିବା

-ବାନ୍ତି କିମ୍ବା ପିତ୍ତବାନ୍ତି

-ଅଧିକ ଥକ୍କାପଣ

-ଡାଇରିଆ

ଯଦି ଆପଣଙ୍କୁ ବର୍ଷାଦିନେ ଏହି ସବୁ ଲକ୍ଷଣ ଦେଖାଦିଏ, ତା’ହେଲେ ନିଜର ଅଲଗା କୋଠରୀ କରି ନିଅନ୍ତୁ। କାହିଁକିନା, ଏମିତି କଲେ ଏହି ଜ୍ୱର ଜଣଙ୍କଠାରୁ ଅନ୍ୟଜଣଙ୍କୁ ବ୍ୟାପିବାର ସମ୍ଭାବନା କମ୍‌ ରହିବ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଔଷଧ ସେବନ କରିବା ଆରମ୍ଭ କରି ଦିଅନ୍ତୁ। ଏହାରି ଭିତରେ ଆପଣ କେତେକ ଘରୋଇ ଉପାୟ ମଧ୍ୟ ଆପଣାଇ ପାରିବେ, ଯାହାକି ଆପଣଙ୍କ ପାଇଁ ବେଶ୍‌ ଲାଭଦାୟକ ହେବ।

ଘରୋଇ ଉପାୟ

-ସମସ୍ତେ ଜାଣନ୍ତି, ତୁଳସୀ ବହୁତ ଲାଭକାରୀ ହୋଇଥାଏ। ଏଥିପାଇଁ ଆପଣ ତୁଳସୀର କାଢ଼ା ରୋଗୀକୁ ଦିଅନ୍ତୁ। ତାଙ୍କୁ ତୁଳସୀର ଚା’ ବି ପ୍ରସ୍ତୁତ କରି ଦେଇପାରିବେ। ତୁଳସୀ ଡ୍ରପ୍‌ ଉଷୁମ ପାଣିରେ ପକାଇ ଦେଇପାରିବେ।

-ମୌସମୀ ଫଳ ନିଶ୍ଚୟ ସେବନ କରନ୍ତୁ।

-ଜ୍ୱର ଆସିଲେ ତରଳ ପଦାର୍ଥ ସେବନ କରନ୍ତୁ, ଯେପରି ଶରୀରରେ ପାଣିର ଅଭାବ ରହିବ ନାହିଁ। ଏଥି ସହିତ ପାଚନ ବି ଆରାମରେ ହୋଇଯିବ।

-ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଗିଲୋୟ ସେବନ ନିହାତି କରନ୍ତୁ।

-ଅଦା ଚା’ ପିଅନ୍ତୁ। ଏହାଦ୍ୱାରା ସର୍ଦ୍ଦି-କାଶରୁ ଉପଶମ ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.