ସକାଳୁ ଖାଆନ୍ତୁ ଏହି ୫ଟି ସୁପର ଫୁଡ, ଆପଣଙ୍କୁ ହେବ ନାହିଁ କୌଣସି ରୋଗ

କିଛି ଖାଦ୍ୟକୁ ରାତି ସାରା ବତୁରାଇ ଖାଇଲେ ତା’ର ପୋଷାକ ତତ୍ତ୍ୱ ଅଧିକ ମାତ୍ରାରେ ବଢି ଯାଇଥାଏ । କାରଣ ଭିଜେଇବା ଦ୍ୱାରା ତାହା ଅଙ୍କୁରିତ ହୋଇଥାଏ ଓ ତା’ର ପୋଷକ ତତ୍ତ୍ୱ ଶରୀରକୁ ଅତି ସହଜରେ ମିଳିପାରିଥାଏ । ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଖାଇବା ପିଇବାରେ ଅନିୟମିତତା କାରଣରୁ ମହିଳା ମାନଙ୍କର ବୋନ ଦୁର୍ବଳ ହେବା ସହିତ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେବା ଏକ ସାଧାରଣ କଥା । ଏମିତିରେ କଳା ଚଣାକୁ ରାତି ସାରା ବତୁରାଇ ଖାଇବା ଦ୍ୱାରା ଏହାର ଫାଇଦା ଅଧିକ ମାତ୍ରାରେ ମିଳିଥାଏ । ତେବେ ଆସନ୍ତୁ ଏମିତି କିଛି ସୁପର ଫୁଡ ଗୁଡିକ ବିଷୟରେ ଜାଣିବା ଯାହାକୁ ଭିଜେଇ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

କିସମିସ:
କିସମିସରେ ଶରୀର ଉପଯୋଗୀ ତତ୍ତ୍ୱ ଭରପୁର ମାତ୍ରାରେ ଥାଏ । ଏହାକୁ ରାତିରେ ବତୁରାଇ ସକାଳେ ଖାଲି ପେଟରେ ସେବନ କଲେ ରକ୍ତ ହୀନତା ସମେତ କିଡ୍ନୀ ଷ୍ଟୋନ ଜନିତ ସମସ୍ୟା ଦୂର ହୋଇଥାଏ । ଏହାକୁ ଆପଣ କ୍ଷୀରରେ ବତୁରାଇ ବି ଖାଇ ପାରିବେ । ଶୁଖିଲା କିସମିସରେ ମାଗ୍ନେଶୀୟମ, ପୋଟାସିୟମ, ଆଇରନ ପ୍ରଚୁର ମାତ୍ରାରେ ଥାଏ । ଯାହାକି କ୍ୟାନ୍ସର ପରି ମାରାତ୍ମକ ରୋଗର ସେଲ ଗୁଡିକୁ ବଢିବାକୁ ଦିଏନାହିଁ ।

ପୋସ୍ତକ:
ରାତିରେ ଭିଜା ଯାଇଥିବା ପୋସ୍ତକ ସକାଳୁ ନଖ ଉଷୁମ ପାଣି ସହ ସେବନ କଲେ ଓଜନ ହ୍ରାସ ହେବା ସହ ଶରୀରକୁ ଅନ୍ୟାନ ଭିଟାମିନ ମିଳିଥାଏ । ଏଥିରେ ମହଜୂତ ଥିବା ଫୋଲେଟ, ଥାୟମିନ ଶରୀରକୁ ମିଳିଵା ସହ ଭିଟାମିନ- ବି ଶରୀରର ମେଟାବୋଲିସମ ଆକ୍ଟିଭିଟି ଠିକ ରଖିଥାଏ ।

ମେଥି ଦାନା:
ଆମେ ସାଧାରଣତଃ ମେଥିଦାନାର ପ୍ରୟୋଗ ରୋଷେଇ ପ୍ରସ୍ତୁତିରେ ହିଁ ବ୍ୟବହାର କରିଥାଉ । ଏହା ସହ ଯେଉଁ ମାନଙ୍କର କୋଷ୍ଠ କାଠିନ୍ୟ ଜନିତ ସମସ୍ୟା ଥାଏ ସେମାନେ ବି ମେଥି ଦାନାକୁ ଏହି ପରି ଭାବେ ସେବନ କରି ପାରିବେ । ପିରିୟ୍ଡ଼ସ ଅସୁବିଧା ଥିବା ମହିଳା ମାନେ ବି ଏହାର ପ୍ରୟୋଗ କରି ପାରିବେ ।

ଫ୍ଲାକ ସିଡ:
ଆପଣ ଯଦି ହୃଦ ରୋଗରେ ପୀଡିତ ଅଛନ୍ତି ।, ତେବେ ରାତିରେ କିଛି ଫ୍ଲାକ ସିଡ ବତୁରାଇ ସକାଳୁ ଖାଆନ୍ତୁ । ଏହା ସମ୍ପୂର୍ଣ ଶାକାହାରୀ ଭୋଜନ ହୋଇଥିବା ବେଳେ ଏଥିରେ ଓମେଗା ୩ ଫ୍ୟାଟି ଏସିଡ ଭରପୁର ମାତ୍ରାରେ ଅଛି । ଏହାକୁ ଖାଇବା ଦ୍ୱାରା ବ୍ୟାଡ କୋଲେଷ୍ଟେରଲ ମାତ୍ରା କମି ଥାଏ ।

ସୋୟାବିନ ମଞ୍ଜି :
ସୋୟାବିନକୁ ପ୍ରତିଦିନ ନିଜ ଡାଏଟରେ ସାମିଲ କରିବା ତାହେଲେ ଆମେ ଏହି ବିପଦରୁ ରକ୍ଷା ପାଇ ପାରିବା ।ସୋୟାବିନରେ ପ୍ରୋଟିନ ସହିତ ଭିଟାମିନ ଏବଂ ଖଣିଜ ତଥା ଭିଟାମିନ B କମ୍ପ୍ଲେକ୍ସ ଏବଂ ଭିଟାମିନ E ଅଧିକ ମାତ୍ରାରେ ଦେଖା ଦେଇଥାଏ । ଯାହାକି ଶରୀର ନିର୍ମାଣ ପାଇଁ ଆବଶ୍ୟକ ଏମୀନୋ ଏସିଡ ପ୍ରଦାନ କରିଥାଏ ।ସୋୟାବିନର ଜୁସ ପିଇବା ଦ୍ୱାରା ପେଟ ଭିତରେ ଥିବା ଜୀବାଣୁ ମରିଯାଇଥାନ୍ତି । ସୋୟାବିନରେ ଲେସିଥିନ ନାମକ ଏକ ତତ୍ତ୍ୱ ମିଳିଥାଏ ଯାହା ଲିଭର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କର ହାର୍ଟ ସମ୍ବନ୍ଧିତ କୌଣସି ବେମାରୀ ରହିଛି ତାହେଲେ ଆପଣଙ୍କୁ ସୋୟାବିନ ଖାଇବା ନିହାତି ଜରୁରୀ। ଯଦି ଆପଣ ନିଜ ଖାଇବାରେ ସୋୟାବିନକୁ ସାମିଲ କରୁଛନ୍ତି ତାହେଲେ ଆପଣଙ୍କୁ ହାର୍ଟ ସମ୍ବନ୍ଧିତ କୌଣସି ରୋଗ ହେବାର ସମ୍ଭାବନା ରହିବ ନାହିଁ ।

Leave A Reply

Your email address will not be published.