୯ ପ୍ରକାର ପାଣି, ଜାଣନ୍ତୁ ଖାଲି ପେଟରେ ଏହାକୁ ପିଇବାର ଲାଭ

ରୋଗକୁ ଦୂର କରିବା ପାଇଁ ଲୋକମାନେ ପାଣି ପିଇବା ପାଇ କହିଥାନ୍ତି। କିନ୍ତୁ ଏହି କଥା ପ୍ରତ୍ୟେକ ବ୍ୟକ୍ତିମାନଙ୍କ ପାଇଁ ଅଲଗା ଅଲଗା ପ୍ରକାର ଲାଗୁ ହୋଇଥାଏ। ହାଇଡ଼୍ରେଟ ରହିଲେ ସ୍ୱାସ୍ଥ୍ୟ ଠିକ ରହିଥାଏ, ଏନର୍ଜି ବଢିଥାଏ ଏବଂ ମୁଣ୍ଡ ଠିକ ଭାବେ କାମ କରିଥାଏ। ଯେଉଁ ଲୋକମାନେ ଅଧିକ ପାଣି ପିଇଥାନ୍ତି ସେମାନଙ୍କର ଏହି ସବୁ କାମ ଠିକ ଭାବେ ହୋଇଥାଏ। କିନ୍ତୁ ସବୁ ପ୍ରକାର ପାଣି ଶରୀର ପାଇଁ ଲାଭକାରୀ ହୋଇନଥାଏ। ପାଖାପାଖି ୯ପ୍ରକାର ପାଣି ରହିଛି ଓ ପ୍ରତ୍ୟେକ ପାଣିର ଭଲ ଏବଂ ଖରାପ ଗୁଣ ମଧ୍ୟରହିଛି। ଖାଲି ପେଟରେ ପାଣି ପିଇଲେ ଶରୀରରେ କିଛି ମାତ୍ରାରେ ପୋଷକ ତତ୍ତ୍ୱ ମିଳିଥାଏ ଏବଂ କିଛି ମାତ୍ରାର ମିଳିନଥାଏ।
Tap Water
ଲାଭ: ଏହି ପାଣି ଘର ଟ୍ୟାପରେ ଆସିଥାଏ, ଯାହାକୁ ରୋଷେଇ ଘରେ ଏବଂ ବାସନ ମାଜିବାରେ ବ୍ୟବହାର କରାଯାଏ। ଏହ ଦେଖିବାକୁ ଟିକିଏ ମୋଟା ଲାଗିଥାଏ କିନ୍ତୁ ଏହା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। କିଛି ଲୋକ ଟ୍ୟାପ ପାଣି ପିଇବା ପାଇଁ ପସନ୍ଦ କରିଥାନ୍ତି।
କ୍ଷତି: ଇଣ୍ଡଷ୍ଟ୍ରିରେ ପାଣି ସଫା କରିବା ପାଇଁ ବହୁତ ଜିନିଷର ବ୍ୟବହାର କରାଯାଇଥାଏ, କିନ୍ତୁ ଏହି ପାଣି ପିଇବା ଠିକ ହୋଇନଥାଏ। ଟ୍ୟାପ ପାଣିରେ ପ୍ଲାଷ୍ଟିକ ର କିଛ ଅଂଶ ରହିଥାଏ ଯାହା ଶରୀର ପାଇଁ ହାନିକାରକ ହୋଇଥାଏ। ଏହି ପାଣିରେ ଆଲୁମିନିୟମ ଏବଂ ପୋଟାସିୟମ ରହିଥାଏ। ଏହି କାରଣରୁ ଫିଲ୍ଟର ହେଉଥିବା ପାଣି ପିଇବା ଉଚିତ।
Mineral Water
ଲାଭ: ଏହି ପାଣିରେ ସଲଫର, ମ୍ୟାଗନେସିୟମ ଏବଂ କ୍ୟାଲସିୟମ ରହିଥାଏ, ଯାହା ଏହି ସବୁ ଜିନିଷ ଶରୀର ପାଇଁ ଲାଭକାରୀ ହୋଇଥାଏ। ମିନେରାଲ୍ସ ଯୁକ୍ତ ପାଣି ଶରୀରରେ ପାଚନ କ୍ରିୟାକୁ ମଜବୁତ କରିଥାଏ ଏବଂ ଖାଦ୍ୟ ସ୍ୱାଦିଷ୍ଟ କରିଥାଏ।
କ୍ଷତି: ମିନେରାଲ୍ସ ଯୁକ୍ତ ପାଣି ପାଇଁ ସମସ୍ତେ ଟଙ୍କା ଖର୍ଚ୍ଚ କରିପାରନ୍ତି ନାହିଁ। ଯଦି ଆପଣ ମିନେରାଲ୍ସ ଯୁକ୍ତ ପାଣି ବ୍ୟବହାର କରୁନାହାନ୍ତି ତେବେ ଡ଼ାଇଟରେ ଧ୍ୟାନ ରଖନ୍ତୁ କାରଣ ପୋଷକ ତତ୍ତ୍ୱର ଅଭାବ ପୂରଣ କରିପାରିବେ।
Spring or Glacier Water
ଲାଭ: ଏହି ପାଣି ଶରୀର ପାଇଁ ସବୁଠାରୁ ଲାଭକାରୀ ହୋଇଥାଏ। ଏଥିରେ କୌଣସି ପ୍ରକାର ଖରାପ ପଦର୍ଥ ରହିନଥାଏ। ମିନେରାଲ୍ସ ଓ୍ଵାଟରରେ ଥିବା ମିନେରାଲ ଏହି ପାଣିରେ ମଧ୍ୟ ରହିଥାଏ।
କ୍ଷତି: ଟ୍ୟାପ ପାଣି ତୁଳନାରେ ଏହି ପାଣି ଟିକିଏ ମହଙ୍ଗା ହୋଇଥାଏ। ଏହି ପାଣି ଫିଲ୍ଟର ହୋଇନଥାଏ ଏବଂ ଏହି ପାଣିର ସ୍ୱାଦ ନଥାଏ। କେତେଥର ଏହି ପାଣି ପିଇବା ଦ୍ୱାରା ଲୋକମାନଙ୍କୁ ରୋଗ ହୋଇଥାଏ।
Sparkling Water
ଲାଭ: ଏହି ପାଣିର ସ୍ୱାଦ ଅଲଗା ପ୍ରକାର ହୋଇଥାଏ। ମାର୍କେଟରେ ଉପଲ୍ଲବ୍ଧ ଥିବା ସ୍ପାର୍କଲିଙ୍ଗ ଓ୍ଵାଟରରେ କୌଣସି ନା କୌଣସି ପ୍ରକାର ଚିନି ରହିଥାଏ।
କ୍ଷତି: ସ୍ପାର୍କଲିଙ୍ଗ ଓ୍ଵାଟରରେ ମିନେରାଲ୍ସ ରହିଥାଏ କିନ୍ତୁ ଏହା ଶରୀର ପାଇଁ ଲାଭକାରୀ ହୋଇନଥାଏ ଏବଂ ଏହା ବହୁତ ମହଙ୍ଗା ହୋଇଥାଏ।
Distilled Water
ଲାଭ: ଯଦି ଆପଣଙ୍କୁ ପରିଷ୍କାର ପାଣି ମିଳିବାରେ ଅସୁବିଧା ହେଉଛି ତେବେ ଆପଣ ପାଣିକୁ ଫୁଟାଇ ପିଇପାରିବେ।
କ୍ଷତି: ଡ଼ିଷ୍ଟିଲଡ଼ ଓ୍ଵାଟରରେ ଭିଟାମିନ ଏବଂ ମିନେରାଲ୍ସ ରହିନଥାଏ।
Purified Water
ଲାଭ: ଆପଣଙ୍କ ପାଖକୁ ଯଦି ପାଣି ଛାଣି ହୋଇ ଆସିଥାଏ ତେବେ ଏହା ଆପଣଙ୍କ ଶରୀର ପାଇଁ ଲାଭକାରୀ ହୋଇଥାଏ। ଏହି ପାଣି ତଳୁ ଆସିଥାଏ ଯାହା ଶରୀର ପାଇଁ ଲାଭକାରୀ ହୋଇଥାଏ।
କ୍ଷତି: ଟ୍ୟାପରେ ପ୍ୟୁରିଫାୟ ଲଗାଇବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ ଯାହା ପ୍ରତ୍ୟେକ ଲୋକମାନେ ବହନ କରିପାରନ୍ତି ନାହିଁ।
Flavored or Infuse Water
ଲାଭ: ଫ୍ଲେବର ଓ୍ଵାଟରରେ ଲୋକମାନଙ୍କୁ ସାଧା ପାଣି ପିଇବା ଅପେକ୍ଷା ମିଠା ପାଣି ସେବନ କରିଥାନ୍ତି। ଫ୍ଲେବର ପାଣିରେ ଅଧିକ ମିଶ୍ରଣ ରହିଥାଏ । କାରଣ ଏଥିରେ ଲୋକମାନଙ୍କୁ ସାଧା ପାଣି ନୁହେଁ ବରଂ ଫ୍ଲେବର ମିଶା ପାଣି ପିଇବାକୁ ମିଳିଥାଏ।
କ୍ଷତି: ଫ୍ଲେବର ପାଣିରେ ମିଠା ଅଂଶ ରହିଥାଏ । ଯାହା ଓଜନ ବଢାଇବା ସହ ଡ଼ାଇବେଟିଜ ମଧ୍ୟ ସୃଷ୍ଟି କରିଥାଏ।
Alkaline Water
ଲାଭ : ଏହି ପାଣିର ପିଏଚ ଲେବୁଲ ଅଧିକା ରହିଥାଏ। ଏଥିରେ ମିନେରାଲ୍ସ ଏବଂ ଓଆରପି ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଏହି ପାଣି ପିଇବା ଦ୍ୱାରା ଶରୀରରେ ଏସିଡ଼ି କୁ ନିୟନ୍ତ୍ରଣ କରିଥାଏ ଏବଂ କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ।
କ୍ଷତି: ଏଲ୍କଲାଇନ ପାଣି ପିଇବା ଶରୀର ପାଇଁ ଭଲ ହୋଇଥାଏ , କାରଣ ଏହା ପେଟର ଏସିଡ଼ିକୁ କମକରିଥାଏ କିନ୍ତୁ ଏହା ବ୍ୟାକ୍ଟେରିଆ ଗୁଡ଼ିକୁ ମାରି ପାରି ନଥାଏ। ଏହି କାରଣରୁ ବାନ୍ତି ହେବାଭଳି ସମସ୍ୟା ସୃଷ୍ଟି ହୋଇଥାଏ।
Well Water
ଲାଭ: ଏହି ପାଣିରେ କୌଣସି ପ୍ରକାର ଲାଭ ମିଳିନଥାଏ।
କ୍ଷତି: ଏହି ପାଣି ଖରାପ ହୋଇଥାଏ । ଏଥିରେ ଥିବା ପେରାସାଇଟସ ସଂକ୍ରମଣକୁ ବଢାଇଥାଏ।
କେଉଁ ଭଳି ପାଣି ପିଇବାକୁ ହେବ ତାହା ଆପଣଙ୍କୁ ଠିକ କରିବାକୁ ହେବ। କୌଣସି ପାଣି ଶରୀର ପାଇଁ ଲାଭକାରୀ ହୋଇନଥାଏ କିନ୍ତୁ ପରିସ୍ଥିତି ଅନୁଯାୟୀ ଆପଣଙ୍କୁ ସଫା ପାଣି ପିଅନ୍ତୁ।