‘ସାଇଲେଣ୍ଟ ଷ୍ଟ୍ରୋକ୍’ ଆସିଲେ ବ୍ୟକ୍ତିମାନେ ଜାଣପାରନ୍ତି ନାହିଁ ଏହାର ସଂକେତ, କେବଳ ଡାକ୍ତରମାନେ ହିଁ ଚିହ୍ନିପାରନ୍ତି ରୋଗର ଲକ୍ଷଣ
ମସ୍ତିଷ୍କ କିମ୍ୱା ହାର୍ଟରେ ଷ୍ଟ୍ରୋକ୍ ହେବା ପରେ ଆମେ ତୁରନ୍ତ ଏହାର ଚିକିତ୍ସା କରାଇଥାଉ। କିନ୍ତୁ ଅନେକ ସମୟରେ ମସ୍ତିଷ୍କରେ ‘ସାଇଲେଣ୍ଟ ଷ୍ଟ୍ରୋକ୍’ ହୋଇଥାଏ। ଏହି ଷ୍ଟ୍ରୋକ୍ ହେଲେ ବିଶେଷ ଲକ୍ଷଣ ଜଣାପଡ଼ୁ ନ ଥିବାରୁ ସାଧାରଣତଃ କେହି ଜାଣିପାରିନଥାନ୍ତି। ମସ୍ତିଷ୍କର ଟେଷ୍ଟ କରିବା ପରେ ‘ସାଇଲେଣ୍ଟ ଷ୍ଟ୍ରୋକ୍’ ହୋଇଛି ବୋଲି ଡାକ୍ତର ଜାଣିବାକୁ ମିଳିଛି।
‘ସାଇଲେଣ୍ଟ୍ ଷ୍ଟ୍ରୋକ୍’ ମସ୍ତିଷ୍କର ଛୋଟ ଭାଗ ଉପରେ ପ୍ରଥମେ ପ୍ରଭାବ ପକାଇଥାଏ। ଏଥିପାଇଁ ମସ୍ତିଷ୍କର ସେଲ୍ କାମ କରିବା ବନ୍ଦ କରି ଦେଇଥାଏ। କିନ୍ତୁ ଏପରି ଷ୍ଟ୍ରୋକ୍ ଶରୀର ପାଇଁ କ୍ଷତିକାରକ ନୁହେଁ। ଏହା କେବଳ ଆପଣଙ୍କ ସ୍ମରଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ଠିକ୍ ସମୟରେ ‘ସାଇଲେଣ୍ଟ ଷ୍ଟ୍ରୋକ୍’ ର ଚିକିତ୍ସା କରାଇ ନ ନେଲେ ଭବିଷ୍ୟତରେ ବଡ଼ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ମଧ୍ୟ ରହିଛି।
ସାଇଲେଣ୍ଟ ଷ୍ଟ୍ରୋକ୍ ହେବାର କାରଣ କଣ ଜାଣନ୍ତୁ:
– ବ୍ଲଡ୍ କ୍ଲଟ୍
– ଉଚ୍ଚ ରକ୍ତଚାପ
– କୋଲେଷ୍ଟ୍ରଲ ସ୍ତର ବଢ଼ିବା
– ଡାଇବେଟିସ୍
– ଡ୍ରଗ୍ସର ଅତ୍ୟଧିକ ବ୍ୟବହାର
– ମୁଣ୍ଡରେ ଆଘାତ ଲାଗିବା
ସାଇଲେଣ୍ଟ ଷ୍ଟ୍ରୋକ୍ର ଲକ୍ଷଣ:
ସାଇଲେଣ୍ଟ୍ ଷ୍ଟ୍ରୋକ୍ ହେଲେ ସିଟି ସ୍କାନ୍ ଓ ଏମ୍ଆରଆଇ କରିବା ପରେ ମସ୍ତିଷ୍କରେ ‘ହ୍ୱାଇଟ୍ ସ୍ପଟ୍’ ଥିବା ଦେଖିବାକୁ ମିଳିଥାଏ। ଯାହା ନିଷ୍କ୍ରିୟ ହୋଇ ପଡ଼ିଥିବା ସେଲ୍କୁ ଦେଖାଇଥାଏ। ଏହାପରେ ବ୍ୟକ୍ତିକୁ ‘ସାଇଲେଣ୍ଟ ଷ୍ଟ୍ରୋକ୍’ ହୋଇଛି ବୋଲି ଡାକ୍ତର ଜାଣିପାରିଥାନ୍ତି।
ଏହାସହ ପଢନ୍ତୁ: ମଧୁମେହ ରୋଗରେ ପୀଡିତ କି ? ଖାଆନ୍ତୁ କଦଳୀ ଫୁଲ, କରନ୍ତୁ ନିୟନ୍ତ୍ରଣ
ଜାଣନ୍ତୁ ଏହାର ଚିକିତ୍ସା କିପରି କରିବେ:
୧. ପ୍ରତିଦିନି ବ୍ୟାୟାମ କରନ୍ତୁ। ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କଠାରେ ‘ସାଇଲେଣ୍ଟ ଷ୍ଟ୍ରୋକ୍’ର ଆଶଙ୍କା ୪୦ ପ୍ରତିଶତ କମ୍ ଥାଏ।
୨. ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ।
୩. ଫାଷ୍ଟ ଫୁଡ୍ ଓ ଅଧିକ ତେଲମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
୪. ସବୁଜ ପନିପରିବା ଅଧିକ ଏବଂ ଆମିଷ କମ୍ ଖାଆନ୍ତୁ।
୫. ସୁଗାରକୁ ନିୟନ୍ତ୍ରଣରେ ରଖନ୍ତୁ। ଅଧିକ ମିଠା ଖାଆନ୍ତୁ ନାହିଁ।