ଲାଇଫ୍ ଷ୍ଟାଇଲ୍

ସାବଧାନ ! ଖରାଦିନେ ଏହିସବୁ ଖାଦ୍ୟ ଖାଇଲେ କମିଯାଇଥାଏ ଶରୀରର ଜଳୀୟଅଂଶ

ସାଧାରଣତଃ ଗରମ ଦିନରେ ପ୍ରତ୍ୟେକ ନିଜ ଶରୀର ପ୍ରତି ଧ୍ୟାନ ଦେଇଥାନ୍ତି। ଖରା କାରଣରୁ ଶରୀରରେ ଜଳୀୟଅଂଶର ମାତ୍ରା କମିଯାଏ। ଏଥିପାଇଁ ସମସ୍ତେ ନିଜ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ଚେଷ୍ଟା କରିଥାନ୍ତି। ଡାକ୍ତରମାନେ ଏହି ଦିନରେ ଶରୀରର ଧ୍ୟାନ ରଖିବାପାଇଁ ସ୍ୱତନ୍ତ୍ର ପରାମର୍ଶ ଦେଇଥାନ୍ତି। ଏହି ଦିନମାନଙ୍କରେ ହାଲକା, ତାଜା ଓ ଶୀଘ୍ର ହଜମ ହେଉଥିବା ଖାଦ୍ୟ ଖାଇବା ଉଚିତ୍‌। ଭୋକ ଯେଉଁ ମାତ୍ରାରେ ହେଉଥିବ ତା’ଠୁ କମ୍‌ ଖାଇବା ସହ ପାଣି ପ୍ରଚୁର ପିଇବା ଆବଶ୍ୟକ। ଏହାଦ୍ୱାରା ଶରୀର ଡ଼ି-ହାଇଡ୍ରେଟ ରହିବ।

ଏମିତି କିଛି ଖାଦ୍ୟ ଅଛି ଯାହା ଗରମ ଦିନରେ ଖାଇବା ପାଇଁ ଆମର ଇଚ୍ଛା ହୁଏ। ଯେମତିି ଆଇସକ୍ରିମ, ଆମ୍ବରସ ଆଦି । କିନ୍ତୁ ଏହା ଖାଇବା ଦ୍ୱାରା ଆମ ଶରୀରର ଅନେକ ଖରାପ ପ୍ରଭାବ ପଡିଥାଏ। ଆଜି ଆମେ ଆପଣଙ୍କୁ କହିବୁ ସେହି ବିଷୟରେ ଯାହାକୁ ଖରାଦିନେ ସେବନ କରିବା ଦ୍ୱାରା ଦେହ ଖରାପ ହୋଇଥାଏ।

ଆଲମଣ୍ଡ:

ନ୍ୟାସନାଲ ସେଣ୍ଟର ଅଫ୍‌ ବାୟୋଟେକ୍ନୋଲୋଜି ଇନଫରମେସନର ସୂଚନା ଅନୁଯାୟୀ ଆଲମଣ୍ଡ ବାଦାମ ସେବନ କରିବା ଦ୍ୱାରା ଏହା ଆମ ହୃଦୟକୁ ସୁସ୍ଥ ରଖିଥାଏ। ହେଲେ ବିଶେଷଜ୍ଞଙ୍କ ମତରେ ଏହାକୁ ଖାଇବା ଦ୍ୱାରା ଶରୀର ଗରମ ହୋଇଯାଏ। ଯାହାଫଳରେ ଶରୀରରେ ଜଳୀୟଅଂଶର ମାତ୍ରା କମିଯାଏ। ତେଣୁ ଏହାକୁ କେବଳ ଶୀତ ଦିନରେ ଖାଇବା ଉଚିତ୍‌।

ପୋଡ଼ା ମାଂସ:

ଆମିଷ ସମସ୍ତଙ୍କ ପସନ୍ଦ। ଆଉ ପୋଡ଼ା ମାଂସ ଖାଇ ମଜା ଉଠାଇବାକୁ ସମସ୍ତେ ପ୍ରାୟ ଚାହିଁଥାନ୍ତି। ଆମେରିକାରେ ଏହାକୁ ଗରମ ଦିନରେ ଅଧିକ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହାକୁ ଖାଇବା ଦ୍ୱାରା ଶରୀରରେ ଅନେକ କୁ-ପ୍ରଭାବ ପଡିଥାଏ। ବିଶେଷଜ୍ଞମାନଙ୍କ ମତରେ, ପୋଡ଼ା ମାଂସ ତଥା ଚିକେନ୍‌ ଖାଇବା ଦ୍ୱାରା କ୍ୟାନସର ହେବାର ସମସ୍ୟା ବଢ଼ିଥାଏ।

ଆଇସକ୍ରିମ:

ଗରମ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ସାଧାରଣତଃ ଥଣ୍ଡା ଜିନିଷ ଖାଇବାକୁ ପସନ୍ଦ କରିଥାନ୍ତି। ଆଇସକ୍ରିମ ତ ସମସ୍ତଙ୍କ ପସନ୍ଦ। କିନ୍ତୁ ଏହାକୁ ଅଧିକ ଖାଇବା ଦ୍ୱାରା ଶରୀରରେ ତାପମାତ୍ରା ବଢ଼ିଯାଏ। ଏଥିରେ ଚିନିର ପରିମାଣ ଅଧିକ ଥାଏ। ଯାହାକି ଡାଇବେଟିସ ରୋଗୀଙ୍କ ପାଇଁ ଖୁବ କ୍ଷତିକାରକ ହୋଇଥାଏ।

ଆମ୍ବ ରସ:

ଫଳମାନଙ୍କ ମଧ୍ୟରେ ରାଜା ହେଉଛି ଆମ୍ବ। ଏହାକୁ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। ଖରାଦିନେ ଏହାର ମଜା କିଛି ଅଲଗା। କିନ୍ତୁ ଏହାକୁ ଅଧିକ ସେବନ କଲେ ଡାଏରିଆ ହେବାର ସମ୍ଭାବନା ରହିଥାଏ। ଏଥିରେ ଥିବା ହାଇ-ଫାଇବର ଶରୀରରେ ସମସ୍ୟା ଉତ୍ପନ କରିଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

46 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago