ଲାଇଫ୍ ଷ୍ଟାଇଲ୍

ନବରାତ୍ରୀ ବ୍ରତରେ ବର୍ଜନ କରନ୍ତୁ ଏହି ସବୁ ଖାଦ୍ୟ, ନହେଲେ ଭାଙ୍ଗିଯିବ ଉପବାସ

ଆସିଯାଇଛି ପାର୍ବଣ ଋତୁ। ମାଆଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତ ଭକ୍ତ ଏବେ ମାଆଙ୍କ ନିିମିତ୍ତ ଓଷା ରଖୁଛନ୍ତି। ତେବେ ଏହି ସମୟରେ ଯଦି କେହି ବାହାରେ କାମ କରୁଥାଏ, ତେବେ ଖାଇବାକୁ ନେଇ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡେ। ପ୍ରାୟତଃ ଏହିିଦିନରେ ଓଷା କରିବା ସମୟରେ ବେଶ ସଜାଗ ରହିବାକୁ ପଡିଥାଏ। ବିନା ପିଆଜ ରସୁଣର ଖାଦ୍ୟ ସବୁବେଳେ ବାହାରେ ପାଇବା ମଧ୍ୟ ସମ୍ଭବ ନୁହେଁ। ଏହି ସମୟରେ ଯଦି ଖାଇବାକୁ ନେଇ ସମସ୍ୟା ଦେଖାଯାଏ ତେବେ ଭୋକରେ ରହିବାକୁ ପଡିଥାଏ।କିନ୍ତୁ ଯଦି ଆପଣ ଓଷା କରୁଛନ୍ତି ତେବେ ଏଥିପାଇଁ ଆମେ କିଛି ଘରୋଇ ଟିପ୍ସ କହିବୁ। ଯାହାକୁ ଆପଣାଇ ଆପଣ ନିଜର ବ୍ରତ ସମ୍ପୁର୍ଣ୍ଣ କରିପାରିବେ।

ମାଆ ଦୁର୍ଗାଙ୍କ ବିଭିନ୍ନ ରୂପର ଆରଧନା ନବରାତ୍ରି ସମୟରେ କରାଯାଏ। ଏହିଦିନ ମାଆଙ୍କର ବିଶେଷ ରୂପେ ପୂଜା କରାଯାଏ। ମାଆଙ୍କ ଉପାସନା ପାଇଁ ଭକ୍ତ ୯ଦିନ ପର୍ଯ୍ୟନ୍ତ ଉପବାସ ରଖିଥାନ୍ତି। ଏହିଦିନ ଗୁଡ଼ିକରେ ଶରୀରରେ ଶକ୍ତି ଅଭାବ ପ୍ରାୟତଃ ଦେଖାଯାଏ। କାରଣ ହେଉଛି ଠିକ ସମୟରେ ଠିକ ମାତ୍ରାରେ ନଖାଇବା। ତେବେ ଆମେ କହିବୁ ଏହିଦିନ ଆପଣ ଶରୀରରେ ଶକ୍ତି ଉତ୍ପନ୍ନ ପାଇଁ ଏବଂ ଭୋକ ଉପରେ ନିୟନ୍ତ୍ରଣ ପାଇଁ କଣ ଖାଇବା ଉଚିତ।

ଯଦି ଆପଣ ପ୍ରଥମ ଥର ଉପବାସ ରଖୁଛନ୍ତି ତେବେ ଏହା ଜାଣିବା ଆପଣଙ୍କର ନିହାତି ଦରକାର। ଓଷା ଦିନରେ ପୋଷଣରେ ଭରପୂର ଆହାର ଖାଇବା ଦ୍ୱାରା ମାଆଙ୍କ ଆରଧନାରେ ମଧ୍ୟ ଆପଣଙ୍କର ମନ ଲାଗିବ।

pc: food press journal

– ଉପବାସ ଦିନରେ ଗହମରେ ତିଆରି ଅଟାକୁ ସାଧାରଣତଃ ବର୍ଜନ କରାଯାଇଥାଏ। ତେଣୁ ବିକଳ୍ପ ରୂପେ ଆପଣ ଅନ୍ୟାନ୍ୟ ଡାଲି ଜାତୀୟ ଅଟାର ସେବନ କରିପାରିବେ।
– ବ୍ରତରେ ଆପଣ ମନ ପସନ୍ଦର ଫଳ ଆହାର କରିପାରିବେ। କଦଳୀ, ଅଙ୍ଗୁର, କମଳା, ପାଚିଲା ଭଣ୍ଡା, ତରଭୂଜକୁ ଖାଇ ପାରିବେ। ଏହାଦ୍ୱାରା ଶରୀରରେ ପୌଷ୍ଟିକତା ଭରପୂର ମାତ୍ରାରେ ମିଳିଥାଏ। ଏହାସହ ଶରୀରରେ ଜଳୀୟଅଂଶର ମାତ୍ରା ମଧ୍ୟ ଠିକ ରୁହେ।
– ଏହାସହିତ ଆପଣ ଗାଜର, କଞ୍ଚା କଦଳୀ, ଟମାଟରକୁ ମଧ୍ୟ ଖାଦ୍ୟରେ ସାମିଲ କରିପାରିବେ।

– ବ୍ରତ କରିବା ସମୟରେ ଏନ୍ଗାଜିଇଟି ବଢ଼ିଯାଏ। ଏଥିପାଇଁ ଆପଣ ଡ୍ରାଏଫ୍ରୁଟ୍ସ ଖାଇପାରିବେ।
– ଏହିଦିନ ସୁଜି, ମଇଦା, ଚାଉଳ ଆଦିର ସେବନ କରାଯାଏ ନାହିଁ। ଏହ ିସମୟରେ ସାଧା ଲୁଣ ଖାଦ୍ୟରେ ବ୍ୟବହାର କରାଯାଏ।
– ଏହିସମୟରେ ନିଶା ଜାତୀୟ ଦ୍ରବ୍ୟଠୁ ଦୂରେଇ ରହିବା ଉଚିତ୍‌ ।

D Sonali

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

3 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

11 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

26 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

32 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

46 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago