ଲାଇଫ୍ ଷ୍ଟାଇଲ୍

ଷ୍ଟୋନ, ଡାଇବେଟିସ୍‌ ରୋଗୀ ଜମାରୁ ବି ଖାଆନ୍ତୁ ନାହିଁ ହଳଦୀ! ଜାଣି ରଖନ୍ତୁ ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଯଦି ଖାଇବେ କେତେ ମାତ୍ରାରେ ଖାଇବେ

ହଳଦୀର ସେବନ ଆମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ବିଭିନ୍ନ ଔଷଧୀୟ ଗୁଣ ଭରି ରହିଛି। ହେଲେ ଆପଣ ଜାଣି ନ ଥିବେ ଯେ ଏହା ସମସ୍ତଙ୍କ ପାଇଁ ସମାନ ଫାଇଦା ପହଞ୍ଚାଇ ନ ଥାଏ। ଆମ ଭିତରୁ ଅନେକ ଲୋକ ଏମିତି ବି ଅଛନ୍ତି, ଯେଉଁମାନଙ୍କୁ ହଳଦୀ କ୍ଷତି ପହଞ୍ଚାଥାଏ। ଆଜି ଆମେ ଆପଣଙ୍କୁ କହିବୁ କି, କେଉଁ ଲୋକଙ୍କୁ ହଳଦୀ ସେବନ କରିବା ଉଚିତ୍ ନୁହେଁ। ଯଦି ଆମେ ଏହାକୁ ସେବନ କରିବା, ତା’ ହେଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଆମକୁ ସାମ୍ନା କରିବାକୁ ମଧ୍ୟ ପଡିବ।

ଷ୍ଟୋନ ରୋଗୀ ରୁହନ୍ତୁ ସତର୍କ: ଷ୍ଟୋନ ରୋଗୀମାନେ ହଳଦୀ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ବାସ୍ତବରେ, ଯେଉଁମାନଙ୍କର ବାରମ୍ବାର ଷ୍ଟୋନ ସମସ୍ୟା ଲାଗି ରହିଥାଏ, ତ ହଳଦୀ ଖାଇବା ଦ୍ୱାରା ଏହି ସମସ୍ୟା ବଢ଼ି ଯାଇପାରେ। ଏଥିପାଇଁ ସେମାନେ ଯଥାସମ୍ଭବ ହଳଦୀର ସେବନକୁ କମ୍‌ କରି ଦେବା ଉଚିତ ଏବଂ ଏହାକୁ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍।

ମଧୁମେହ ରୋଗୀମାନେ ଖାଇବା ଉଚିତ୍ ନୁହେଁ: ଯେଉଁ ଲୋକମାନଙ୍କର ଡାଇବେଟିସ୍‌ ଅଛି, ସେମାନେ ସୀମିତ ମାତ୍ରାରେ ହଳଦୀ ଖାଇବା ଉଚିତ୍। ଏହାର କାରଣ ହେଉଛି, ବ୍ଲଡ ସୁଗାରକୁ କଣ୍ଟ୍ରୋଲରେ ରଖିବା ଏବଂ ରକ୍ତକୁ ପତଳା କରିବା ପାଇଁ ଡାଇବେଟିସ୍‌ ରୋଗୀଙ୍କୁ ଔଷଧ ଦିଆଯାଇଥାଏ। ଏମିତିରେ ଅଧିକ ମାତ୍ରାରେ ହଳଦୀ ସେବନ କରିବା ଦ୍ୱାରା ଶରୀରରେ ରକ୍ତର ପରିମାଣ କମି ଯାଇପାରେ, ଯଦ୍ଦ୍ଵାରା ଶରୀରକୁ କ୍ଷତି ପହଞ୍ଚି ପାରେ।

ରକ୍ତସ୍ରାବ ସମସ୍ୟା ବଢ଼ାଇ ଦେଇଥାଏ: ହଳଦୀ ରକ୍ତ ଜମାଟ ବାନ୍ଧିବାର ପ୍ରକ୍ରିୟାକୁ ମନ୍ଥର କରି ଦେଇଥାଏ। ଏଥିପାଇଁ ଯେଉଁ ଲୋକଙ୍କଠାରେ ହଠାତ୍ ନାକରୁ କିମ୍ବା ଶରୀରର ଅନ୍ୟ ଅଙ୍ଗରୁ ରକ୍ତସ୍ରାବର ସମସ୍ୟା ରହିଛି, ତ ସେମାନେ ହଳଦୀର ସେବନକୁ ବହୁତ କମାଇ ଦେବା ଉଚିତ। ଏଥିରେ କୌଣସି ବି ଅବହେଳା ସେମାନଙ୍କୁ କ୍ଷତି ପହଞ୍ଚାଇ ପାରେ।

ହଳଦୀ ସେବନ ଠାରୁ ଦୂରେଇ ରୁହନ୍ତୁ ଜଣ୍ଡିସ୍ ରୋଗୀ: ଯେଉଁ ଲୋକମାନେ ଜଣ୍ଡିସ ରୋଗରେ ପୀଡିତ, ସେମାନେ ହଳଦୀ ଖାଇବା ଉଚିତ୍ ନୁହେଁ। ଏହି ରୋଗରୁ ସୁସ୍ଥ ହେବା ପରେ ମଧ୍ୟ ଆପଣ ଡାକ୍ତରଙ୍କ ପରାମର୍ଶକ୍ରମେ ହଳଦୀ ଖାଇବା ବିଷୟରେ କୌଣସି ନିଷ୍ପତ୍ତି ନେବା ଉଚିତ୍।

କେବଳ ଏତିକି ନୁହେଁ, ଏକ୍ସପର୍ଟଙ୍କ ମତରେ, ଦିନକୁ ୩ ଗ୍ରାମ୍ ହଳଦୀ ସେବନ କରିବା ଉଚିତ। ତା’ଠାରୁ ଅଧିକ ପରିମାଣର ହଳଦୀ ଖାଇଲେ ନାନା ଶାରୀରିକ ସମସ୍ୟା ଦେଖା ଦେଇପାରେ। ଅଧିକ ହଳଦୀ ଖାଇଲେ ପେଟ ଖରାପ ହୋଇପାରେ। ଏଥିସହ ମାନ୍ଦା ଲାଗେ। ଏହା ବ୍ୟତୀତ ଆବଶ୍ୟକତାଠାରୁ ଅଧିକ ହଳଦୀ ସେବନ ଦ୍ୱାରା ଡାଇରିଆ ଭଳି ସ୍ଥିତି ଉପୁଜି ପାରେ। ମାତ୍ରାଧିକ ହଳଦୀ ସେବନ ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ। ଏଣୁ ସବୁବେଳେ ଠିକ୍ ମାତ୍ରାରେ ହଳଦୀ ଖାଇବା ଉଚିତ୍।

Roshni

Recent Posts

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

4 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

9 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

12 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

24 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

43 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

46 mins ago