କେବଳ ଖାଦ୍ୟ ନୁହେଁ ବାସନ ବି ଶରୀର ଉପରେ ପକାଏ ପ୍ରଭାବ, ଜାଣନ୍ତୁ କେଉଁ ବାସନରେ ଖାଇଲେ କଣ ହୋଇଥାଏ ଲାଭ

ଆୟୁର୍ବେଦ ଅନୁଯାୟୀ ରୋଷେଇ ଘରକୁ ସୁସ୍ଥ ସ୍ୱାସ୍ଥ୍ୟର ପ୍ରଥମ ଶିଡ଼ି ଭାବେ ଧରାଯାଇଥାଏ । ଖାଲି ଖାଦ୍ୟ ନୁହେଁ ବ୍ୟବହାର ହେଉଥିବା ବାସନର ମଧ୍ୟ ସ୍ୱାସ୍ଥ୍ୟ ଉପରେ ଏକ ବିଶେଷ ପ୍ରଭାବ ରହିଛି । ପୁର୍ବରୁ ଲୋକେ କାଠ, ମାଟି, ତମ୍ବା, ପରି ବାସନର ବ୍ୟବହାର କରୁଥିଲେ । କିନ୍ତୁ ଏବେକା ସମୟରେ ଲୋକେ ଏଆଲୁମିନିୟମ,ଷ୍ଟିଲ, ନନଷ୍ଟିକ ପରି ବାସନ ଗୁଡିକର ବ୍ୟବହାର କରୁଛନ୍ତି ।
ତେବେ ଆସନ୍ତୁ ଜାଣିବା କେଉଁ ବାସନ ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପକାଇଥାଏ ।

ତମ୍ବା ବାସନ:

ତମ୍ବା ପାତ୍ରରେ ପାଣି ପିଇବା ତ ସ୍ୱାସ୍ଥ୍ୟ ଉପରେ ସୁପ୍ରଭାଵ ପକାଇଥାଏ । କିନ୍ତୁ ଆପଣ ଏଥିରେ ଭୋଜନ ପ୍ରସ୍ତୁତ କରି ମଧ୍ୟ ଖାଇପାରିବେ । କିନ୍ତୁ ମନେ ରଖିବେ ଖଟା ଜିନିଷ ଏଥିରେ ଜମା ବି ଖାଇବେ ନାହିଁ ।

cupper vessels

ଆଲୁମିନିୟମ ବାସନ :

ଏଥିରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ୱାରା ଏଥିରେ ଆଲମିନିୟମର କିଛି ଅଂଶ ମିଶିଯାଇଥାଏ । ଯାହା ଦ୍ୱାରା ଆଲଜାଇମର ପରି ପେଟ ସମସ୍ୟା ଉପୁଜି ଥାଏ । ଏହି ପାତ୍ରରେ ନିୟମିତ ଖାଇଲେ ହାଡ ମଧ୍ୟ ଦୁର୍ବଳ ହୋଇଯାଏ ।

 

alminiyam

ଷ୍ଟିଲ ବାସନ;

ଷ୍ଟିଲ ବାସନ କୌଣସି ଜିନିଷ ସହ ପ୍ରତିକ୍ରିୟା କରିନଥାଏ । ଯଦିବା ଏହା ଶରୀର ଉପରେ କୌଣସି ସୁପ୍ରଭାବ ପକାଇନଥାଏ କିନ୍ତୁ କିଛି କ୍ଷତି ମଧ୍ୟ କରିନଥାଏ ।

steel vessels

ଲୁହା ବାସନ :

ଏହି ଧାତୁର ବାସନରେ ଖାଦ୍ୟ ଖାଇବା ବ୍ୟତୀତ ସହ ଖାଦ୍ୟ ପ୍ରସ୍ତୁତ କରିବା ମଧ୍ୟ କ୍ଷତିକାରକ ହୋଇଥାଏ ।

ମାଟି ବାସନ :

ମାଟି ବାସନରେ ଭୋଜନ ଖାଇବା ଯେମିତି ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ । ଶରୀରର ରୋଗ ପ୍ରତିରୋଧି କ୍ଷମତା ବଢ଼ିଥାଏ । ଖାଦ୍ୟର ଚ୍ଚhକୁ ଏହା ବାଲାନ୍ସ କରିଥାଏ । ଏହା ଶରୀରର ଏସିଟିକ କୋଷିକା ଗୁଡିକର ସଂଖ୍ୟା ବଢ଼ିଥାଏ । ଯାହା କ୍ୟାନ୍ସର ପରି ମାରାତ୍ମକ ଆଶଙ୍କାକୁ କମ କରିଦିଏ ।

brass

ପିତ୍ତଳ ବାସନ;

ଏଥିରେ ଭୋଜନ ଖାଇଲେ ଶରୀର ପାଇଁ ଖୁବ ଭଲ । ଆୟୁର୍ବେଦ ଅନୁଯାୟୀ ଏଥିରେ ଖାଇଲେ କୃମି, କଫ, ବାୟୁଦୋଷ ପରି ମାରାତ୍ମକ ରୋଗ ଜମା ବି ପାଖ ମାଡି ନଥାଏ । ଶରୀରକୁ କେତେକ ପୋଷାକ ତତ୍ୱ ବି ମିଳିପାରିଥାଏ ।

non stick vessels

ନନ ଷ୍ଟିକ ବାସନ :

ଆଧୁନିକ ସମୟରେ ନନଷ୍ଟିକ ବାସନାର ବ୍ୟବହାର ବହୁଳ ପରିମାଣରେ ବଢ଼ିଯାଇଛି । ଏଥିରେ ଖାଦ୍ୟ ରାନ୍ଧିଲେ ଅଧିକ ତେଲର ଆବଶ୍ୟକତା ପଡି ନଥାଏ । କିନ୍ତୁ ଏହି ବାସନକୁ ଅଧିକ ତାପମାତ୍ରା ରେ ଗରମ କରିବା ଜମା ବି ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.