ସୂର୍ଯ୍ୟାସ୍ତ ପରେ କାହିଁକି ଖାଇବା ଉଚିତ ନୁହେଁ ଫଳ? ଆଜି ହିଁ ଛାଡ଼ି ଦିଅନ୍ତୁ ଏହି ଅଭ୍ୟାସ, ନଚେତ୍ ଶରୀର ଭୋଗିବ କଷ୍ଟ

ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ, ଯାହାକି ଜଣେ ବ୍ୟକ୍ତିକୁ ସୁସ୍ଥ ରଖିବାରେ ଅତି ଆବଶ୍ୟକ ହୁଏ। କିନ୍ତୁ କ’ଣ ଆପଣ ଜାଣନ୍ତି, ଫଳ ଖାଇବାର ଠିକ୍ ସମୟ କ’ଣ? ବହୁତ ଲୋକ ସନ୍ଧ୍ୟା ସମୟରେ ନଚେତ୍ ଡିନର ପରେ ଫଳ ସେବନ କରିଥାଆନ୍ତି। ହେଲେ ଏହି ସମୟରେ ଫଳ ଖାଇବା ଦ୍ୱାରା ଶରୀରକୁ ଫାଇଦା ଜାଗାରେ କ୍ଷତି ପହଞ୍ଚିଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ।
ଫଳକୁ ସବୁବେଳେ ଖାଲି ପେଟରେ ଖାଇବା ଉଚିତ, ଯଦ୍ଦ୍ଵାରା କି, ଏହା ସହଜରେ ହଜମ ହୋଇପାରିବ। ଫଳ ଖାଇବା ପୂର୍ବରୁ କିମ୍ବା ପରେ କୌଣସି ଜିନିଷ ଖାଆନ୍ତୁ ନାହିଁ। ଫଳର ସେବନ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ କରି ନିଅନ୍ତୁ। ନଚେତ୍ ଖାଦ୍ୟ ଖାଇବାର ଅତି କମ୍ରେ ୧ ଘଣ୍ଟା ଯାଏ ଫଳ ସେବନ କରନ୍ତୁ ନାହିଁ। ଅନ୍ୟଥା ଆପଣଙ୍କୁ ପାଚନ ଏବଂ ଏସିଡିଟି ସମସ୍ୟା ହୋଇପାରେ।
ସକାଳ ସମୟରେ ଫଳର ସେବନ ଶରୀର ପାଇଁ ସବୁଠୁ ଲାଭଦାୟକ ହୋଇଥାଏ। କିନ୍ତୁ କିଛି ଫଳ ଅଛି, ଯାହାକୁ ସକାଳୁ ଖାଲି ପେଟରେ ଖାଇବା ଉଚିତ ନୁହେଁ। ଖଟା ଫଳର ସେବନ ଖାଲି ପେଟରେ କରିବା ଦ୍ୱାରା ଏସିଡିଟି ବଢ଼ିପାରେ।
ସନ୍ଧ୍ୟା ସମୟରେ ଫଳ ଏଥିପାଇଁ ଖାଇବା ଉଚିତ ନୁହେଁ, କାହିଁକିନା, ଏହି ସମୟରେ ଶରୀରର ମେଟାବଲିଜମ୍ ସ୍ଲୋ ହୋଇଯାଇଥାଏ। ଫଳ ଆପଣଙ୍କୁ ଖାଇବାର ତୁରନ୍ତ ପରେ ଶକ୍ତି ପ୍ରଦାନ କରିଥାଏ, ଯାହାର କାରଣ ହେଉଛି, ଏହା ସିମ୍ପଲ କାର୍ବସ୍ ହେବା ସହିତ ଏଥିରେ ଡାଇରେକ୍ଟ ସୁଗାର ମଧ୍ୟ ରହିଛି। ଆଉ ଯେତେବେଳେ ଶରୀରର ମେଟାବଲିଜମ୍ ସ୍ଲୋ ହୋଇଯାଏ, ତ ସିମ୍ପଲ କାର୍ବସ୍ ଶରୀର ପାଇଁ ଠିକ୍ ହୋଇ ନ ଥାଏ।
ଫଳର ସେବନ ସବୁବେଳେ ନିଜ ଶରୀର ହିସାବରେ ହିଁ କରନ୍ତୁ। ଅର୍ଥାତ୍ ଯଦି ଆପଣଙ୍କୁ ସବୁବେଳେ ଥଣ୍ଡା ଲାଗି ରହୁଛି, ତ କଦଳୀ, କମଳା ଓ ସପୁରୀ ଭଳି ଫଳ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ। ସେହିପରି ଆପଣଙ୍କ ଶରୀର ଯଦି ଗରମ, ତ ଆମ୍ବ ଓ ଅମୃତଭଣ୍ଡା ଭଳି ଫଳର ସେବନ କମ୍ କରନ୍ତୁ।