କ’ଣ ପାଇଁ ଚୁଟିରେ ଦୁଇଥର ଶାମ୍ପୁ ଲଗାଇବା ପାଇଁ ଦିଆଯାଇଥାଏ ପରାମର୍ଶ, ଜାଣନ୍ତୁ

ଖରାଦିନେ ତ୍ୱଚା ସାଙ୍ଗକୁ କେଶର ମଧ୍ୟ ଖାସ୍ ଯତ୍ନ ନେବା ଉଚିତ। ଏହିଦିନେ ଶରୀରରୁ ଝାଳ ବାହାରିବା ଭଳି ମୁଣ୍ଡରେ ମଧ୍ୟ ଝାଳ ସୃଷ୍ଟି ହୋଇଥାଏ, ଯଦ୍ଦ୍ଵାରା କି କେଶ ଓଦା ହୋଇଯାଏ ଏବଂ ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଏପରି କି, ଝାଳ ଯୋଗୁ କେଶ ମୂଳ କୁଣ୍ଡାଇ ହୋଇଥାଏ।
ଖରାଦିନେ ସପ୍ତାହକୁ ୨ରୁ ୩ ଥର କେଶ ଧୋଇବା ଉଚିତ। କେଶକୁ ଧୂଳିମଳିରୁ ରକ୍ଷା କରିବା ପାଇଁ ସପ୍ତାହକୁ ଥରେ କିମ୍ବା ଦୁଇଥର ଆମେ ମାନେ ସଫା କରିଥାଉ। କିନ୍ତୁ କେଶକୁ ଥରେ ମାତ୍ର ଶାମ୍ପୁ କରିବା ଯଥେଷ୍ଟ ନୁହେଁ। ତେଣୁ ବିଶେଷଜ୍ଞ କେଶକୁ ଦୁଇଥର ଶାମ୍ପୁ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ଯଦି ଆପଣ ଭାବୁଥାନ୍ତି, ଶାମ୍ପୁରେ ଥିବା କେମିକାଲ ଥିବା ଯୋଗୁଁ ଅଧିକ ଥର ଶାମ୍ପୁ କରିବା ଦ୍ୱାରା ଆପଣ କେଶ ଖରାପ ହୋଇଥାଏ, ତେବେ ସେମିତି କିଛି ହୋଇନଥାଏ। ଦୁଇ ଥର କେଶକୁ ଶାମ୍ପୁ କରିବା ଦ୍ୱାରା ଚୁଟି ଭଲ ଭାବେ ସଫା ହୋଇଯାଏ। ଏହାଦ୍ୱାରା କେଶରୁ ତେଲ ଏବଂ ମଇଳା ସଫା ହୋଇଯାଏ।
କେଶକୁ ଶାମ୍ପୁ କରିବାର ସଠିକ୍ ଉପାୟ:
ପ୍ରଥମେ ନିଜ କେଶକୁ ଭଲ ଭାବେ ଧୋଇଦିଅନ୍ତୁ। ଏହା ପରେ ଶାମ୍ପୁ ଲଗାନ୍ତୁ। ଧୀରେ ଧୀରେ ଶାମ୍ପୁକୁ ମୁଣ୍ଡରେ ମସାଜ କରିବା ସହିତ କେଶ ମୂଳରେ ଭଲଭାବେ ଲଗାନ୍ତୁ। ଏହାପରେ କେଶ ଧୋଇଦିଅନ୍ତୁ। ପ୍ରଥମ ଥର ଶାମ୍ପୁ କରିବା ଦ୍ୱାରା କେଶରୁ ତେଲ ଏବଂ ମଇଳା ବାହାରି ଯାଏ। ଯାହା ପରେ ଦ୍ୱିତୀୟ ଥର ଲଗାଇଲେ ଚୁଟି ସଫା ହୋଇଯାଏ।
ପ୍ରଥମ ଥର ଶାମ୍ପୁ କରିବା ପରେ ଦ୍ୱିତୀୟ ଥର ଶାମ୍ପୁ ଲଗାନ୍ତୁ। ଏଥର ଅଧିକ ଫୋକସ କେଶ ମୂଳରେ କରନ୍ତୁ। ଧୀରେ ଧୀରେ ଫେଣ କରି କେଶ ମୂଳକୁ ମସାଜ କରନ୍ତୁ। ଏହା ପରେ କେଶ ଧୋଇଦିଅନ୍ତୁ ଆଉ ତା’ ପରେ କଣ୍ଡିସନର ଲଗାନ୍ତୁ। କେଶ ମୂଳରେ କେବେ ବି କଣ୍ଡିସନର ଲଗାନ୍ତୁ ନାହିଁ।