ଆଜିକାଲି ଦୁନିଆରେ କେତେବେଳେ କାହାକୁ କଣ ରୋଗ ମାଡିବସିଛୁଛି ତାହା ସମସ୍ତଙ୍କୁ ଅଜଣା। କାହିଁକିନା ଏମିତି ଘଟଣା ଆପଣ ଶୁଣିଛନ୍ତି ଯେ ଲୋକ ଛିଡା ହୋଇଥିବା ବେଳେ ତଳେ ପଡିଯାଏ ଏବଂ ତାଙ୍କର ମ୍ରୁତ୍ୟୁ ହୋଇଯାଏ। ଏଥିମଧ୍ୟରୁ ଅନେକ କାରଣ ହାଟଆଟାକ କାରଣରୁ ମଧ୍ୟ ହୋଇଥାଏ। କଣ ଆପଣ ଜାଣିଛନ୍ତି ହାର୍ଟ ଆଟାକର ଅଧିକ ଭୟ ବାଥରୁମରେ ଥାଏ। ଏହା ଏକ ଏମିତି ସ୍ଥାନ ଯେଉଁଠାରେ ମଣିଷ ପ୍ରତ୍ୟେକ ଦିନ ସମୟ ବିତାଇଥାଏ। ଏମିତିରେ ଏହା ସହ ଜଡିତ ଅନେକ ସୂଚନା ଆଜି ଆମେ ଆପଣଙ୍କୁ ଜଣାଇବୁ, ଯାହା ଆପଣଙ୍କର ଜାଣିବା ନିହାତି ଜରୁରୀ। ତେବେ ଆସନ୍ତୁ ଜାଣିବା ଯେ କାହିଁକି ଅଧିକ ହାର୍ଟ ଆଟାକର ଭୟ ବାଥରୁମରେ ରହିଥାଏ।
ମୁଣ୍ଡରେ ଥଣ୍ଡା ପାଣି
ଡାକ୍ତର ପରାମର୍ଶ ଦିଅନ୍ତି ଯେ ମୁଣ୍ଡ ଓଦା କଲାବେଳେ ଧୀରେ ଧୀରେ ମୁଣ୍ଡରେ ପାଣି ଢ଼ାଳିବା ଉଚିତ। ଆଉ ଯଦି ଆପଣ ସିଧାସଳଖ ମୁଣ୍ଡରେ ଥଣ୍ଡା ପାଣି ଢ଼ାଳିଦେଲେ ତେବେ ଏହାର ପ୍ରଭାବ ସିଧା ଆପଣଙ୍କ ରକ୍ତଚାପ ଉପରେ ପଡିଥାଏ।
ବ୍ଲଡ ପ୍ରେସର
ଗାଧୋଇବା ସମୟରେ ମଧ୍ୟ ଆମ ଶରୀରରେ ରକ୍ତଚାପ ପ୍ରଭାବିତ ହୋଇପାରେ। ଏହା ପଛର ଅନେକ କାରଣ ହୋଇପାରେ ଯେ ଅଚାନକ ଗରମ ପାଣି କିମ୍ବା ଥଣ୍ଡା ପାଣି ବ୍ୟବହାର କରିବା, ବଡିକୁ ସଫା କରିବାରେ ଅଧିକ ପ୍ରେସର ଦେବା, ଦୁଇ ଗୋଡ ସାହାରାରେ ଅଧିକ ସମୟ ପଯ୍ୟର୍ନ୍ତ ବସି ରହିବା, ଜଲଦି ଜଲଦି ଗାଧୋଇବା, ବାଥଟବରେ ଅଧିକ ସମୟ ପଯ୍ୟର୍ନ୍ତ ବସି ରହିବା ଆଦି ଅଭ୍ୟାସ ସବୁ ହାର୍ଟ ରେଟ ଉପରେ ପ୍ରଭାବ ପଡିଥାଏ। ଏହା ବ୍ଲଡ୍ ଫ୍ଲୋକୁ ପ୍ରଭାବିତ କରି ଧମନୀ ଉପରେ ଚାପକୁ ବଢ଼ାଇଥାଏ। ଯାହା ଦ୍ୱାରା ହାର୍ଟ ଆଟାକ କିମ୍ବା କାର୍ଡିଆକ୍ ଆରେଷ୍ଟ ହେବାର ସମସ୍ୟା ରହିଥାଏ।
ଟଏଲେଟ ପ୍ରେସର
ଟଏଲେଟ ସିଟ୍ ଉପରେ ବସିବା କିମ୍ବା ଇଣ୍ଡିଆନ ଷ୍ଟାଇଲ ଟଏଲେଟର ବ୍ୟବହାର କରିବା ସମୟରେ ଅଧିକ ପ୍ରେସର ଲଗାଇବା କିମ୍ବା ଅଧିକ ସମୟ ପଯ୍ୟର୍ନ୍ତ ବସି ରହିବା ଦ୍ୱାରା ରକ୍ତ ପରିସଞ୍ଚରଣକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ହ୍ରୁଦୟର ଧମନୀ ଉପରେ ପଡିଥାଏ। ଯାହା ହାର୍ଟ ଆଟାକ କିମ୍ବା କାର୍ଡିୟାକ ଆରେଷ୍ଟର କାରଣ ସାଜିଥାଏ।