କାହିଁକି ହୋଇଥାଏ ସମୟ ପୂର୍ବରୁ ପ୍ରସବ, ଜାଣନ୍ତୁ ଏହାର ୮ଟି ମୁଖ୍ୟ କାରଣ

ମହିଳାମାନଙ୍କ ପାଇଁ ମା’ ହେବାର ଅନୁଭବ ବହୁତ ଖାସ୍‌ ହୋଇଥାଏ। ଗର୍ଭାବସ୍ଥାରେ ସେମାନଙ୍କୁ ସବୁଠାରୁ ଅଧିକ ଯତ୍ନ ନେବାକୁ ପଡ଼ିଥାଏ। କାହିଁକି ନା, ଏହି ସମୟରେ ନିଜର ଏବଂ ନିଜ ଗର୍ଭରେ ବଢ଼ୁଥିବା ପିଲାର ମଧ୍ୟ ଖାସ୍‌ ଧ୍ୟାନ ରଖିବାକୁ ପଡ଼େ। କିନ୍ତୁ ଅନେକ କ୍ଷେତ୍ରରେ କେତେକ ମହିଳାଙ୍କଠାରେ ପ୍ରେଗ୍‌ନାନ୍ସି ସମୟରେ ଏମିତି ସ୍ଥିତି ଆସିଯାଏ ଯେ ଯେଉଁଥିପାଇଁ ସେମାନଙ୍କୁ ସମୟ ପୂର୍ବରୁ ହିଁ ପ୍ରସବ କରାଇବାକୁ ପଡ଼ିଥାଏ। ଏହାକୁ ଆମେ ପ୍ରିମାଚ୍ୟେର ଡେଲିଭରୀ କହିଥାଉ। ଏମିତି ହେବା ପଛରେ ଅନେକ କାରଣ ରହିଛି। ଆଜି ଆମେ ଆପଣଙ୍କୁ ଏହାର ମୁଖ୍ୟ କାରଣ ବିଷୟରେ କହିବୁ।

୧. ମହିଳାଙ୍କ ଗର୍ଭରେ ଗୋଟିଏରୁ ଅଧିକ ଶିଶୁ ଥିଲେ

୨. ମାଆ କିମ୍ବା ଶିଶୁକୁ କୌଣସି ଗମ୍ଭୀର ରୋଗ ଅଥବା ସଂକ୍ରମଣ ହୋଇଥିଲେ

୩. ଯଦି ମହିଳାଙ୍କ ଗର୍ଭାଶୟ କିମ୍ବା ଗର୍ଭାଶୟ ଗ୍ରୀବର ତିଆରିରେ କୌଣସି ବିକୃତି ଥିବ।

woman2

୪. ଯଦି ପୂର୍ବରୁ ମହିଳା ପ୍ରିମାଚ୍ୟେର ଶିଶୁ ଜନ୍ମ ଦେଇଥିବେ

୫. ଯଦି ମହିଳା ୧୭ ବର୍ଷରୁ କମ୍‌ ନଚେତ୍‌ ୩୫ ବର୍ଷରୁ ଅଧିକ ବୟସର ହୋଇଥିବେ, ଏଭଳି ସ୍ଥିତିରେ ସମୟ ପୂର୍ବ ଡେଲିଭରୀର ସମ୍ଭାବନା ବଢ଼ିଯାଇଥାଏ

୬. ଗର୍ଭବତୀ ମହିଳା ଯଦି ବହୁତ ପତଳା କିମ୍ବା ଅଣ୍ଡରେଓ୍ଵଟ୍‌ ହୋଇଥିବେ

୭. ମହିଳାଙ୍କଠାରେ ଉଚ୍ଚ ରକ୍ତଚାପ, ହୃଦୟ ରୋଗ, ମଧୁମେହ, କିଡ୍‌ନୀ କିମ୍ବା ଯକୃତ ରୋଗ ଥିଲେ, ଏଭଳି ସ୍ଥିତିରେ ମଧ୍ୟ ସମୟ ପୂର୍ବ ପ୍ରସବ ହୋଇଥାଏ

୮. ମହିଳା ମଦ ଏବଂ ଡ୍ରଗ୍ସ ସେବନ କରୁଥିଲେ, ସମୟ ପୂର୍ବ ଡେଲିଭରୀ ହୋଇଯାଇଥାଏ

Leave A Reply

Your email address will not be published.