ଖାଦ୍ଯକୁ ଭଲ ଭାବେ ନ ଚୋବାଇ ଜଲଦି ଜଲଦି ଖାଦ୍ୟ ଖାଇଲେ କଣ ହୁଏ ଜାଣନ୍ତୁ ?

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭଲରେ ଦୁଇ ଗୁଣ୍ଡା ଖାଇବାକୁ ବି ଲୋକଙ୍କ ପାଖରେ ସମୟ ନାହିଁ । ତରବରିଆ ଭାବରେ ଆମେ ଖାଦ୍ୟକୁ ନ ଚୋବାଇ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି । ତେବେ ଏହା ଦେହ ପ୍ରତି କେତେ କ୍ଷତିକାରକ ଆପଣ ଜାଣନ୍ତି କି ?

ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ, ନ ଚୋବାଇ ଖାଉଥିବା ବ୍ୟକ୍ତିଙ୍କ ଓଜନ ଚୋବାଇ ଧୀରେ ଧୀରେ ଖାଉଥିବା ବ୍ୟକ୍ତିଙ୍କ ଓଜନ ତୁଳନାରେ ଅଧିକ ହୋଇଥାଏ ।

ହଜମ ପ୍ରକ୍ରିୟା ନିୟନ୍ତ୍ରଣରେ ରହେ: ଡେରି ଯାଏଁ ଚୋବାଇବା ଦ୍ବାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଯାହା ଖାଦ୍ୟକୁ ନରମ କରି ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ କାର୍ବୋହାଇଡ୍ରେଟସ ଏବଂ ଫ୍ୟାଟସକୁ ଅଲଗା କରିଥାଏ । ଏହା ଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ ।

ଦାନ୍ତରେ ଗର୍ତ୍ତ ହେବାକୁ ରୋକିଥାଏ: ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ଦ୍ବାରା ଦାନ୍ତ ସନ୍ଧିରେ ଖାଇବା ଅଂଶ ପସିପାରିନଥାଏ । ଏହା ଦ୍ବାରା ନିଃଶ୍ବାସରେ ଦୁର୍ଗନ୍ଧ ଏବଂ କ୍ୟାଭିଟିରୁ ମୁକ୍ତି ମିଳିଥାଏ ।

ଓଜନ କମିଥାଏ: ଭୋଜନ ଚୋବାଇ ଖାଇବା ଦ୍ବାରା ପେଟରେ ରସାୟନର ସ୍ରାବ ହୋଇଥାଏ ଯାହା ଦ୍ବାରା ଖାଦ୍ୟ ଭଲଭାବେ ହଜମ ହୋଇଯାଇଥାଏ । ଶୀଘ୍ର ଭୋକ ମଧ୍ୟ ଲାଗିନଥାଏ ଏବଂ ଓଜନ ନିୟନ୍ତ୍ରଣରେ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.