ଶରୀର ସହ ମନକୁ ଶାନ୍ତ ରଖିବା ପାଇଁ ମନା କରନ୍ତୁ ଏହିସବୁ ଭୋଜନ, ଜାଣନ୍ତୁ

କୁହାଯାଏ ମଣିଷକୁ ଖୁସି କରିବାକୁ ହେଲେ ପ୍ରଥମେ ତା ପେଟକୁ ଖୁସି କରିବା ଆବଶ୍ୟକ । ଏହାସହ ଆପଣ ଯେମିତି ଖାଦ୍ୟ ଖାଇବେ ଆପଣଙ୍କ ମନ ବି ସେମିତି ହେବ । କାରଣ ଖାଦ୍ୟ ଆମ ଶରୀର ସହ ମନ ଉପରେ ବେଶ ପ୍ରଭାବ ପକାଇଥାଏ । ତେଣୁ ଖାଦ୍ୟ ଅନୁଯାୟୀ ଆମ ମୁଡ ମଧ୍ୟ ନିର୍ଭର କରେ । ଭଲ ଓ ମନ ପସନ୍ଦ ଖାଦ୍ୟ ଖାଇବା ଦ୍ୱାରା ମନ ସୁସ୍ଥ ରହିଥାଏ ।

ଆୟୁର୍ବେଦ ଅନୁଯାୟୀ , ଆମେ ଯଦି ପ୍ରକୃତିକୁ ଭୋଜନ କରିବା, ତେବେ ଏହା ଆମ ମାନସିକ ସ୍ତର ଉପରେ ଗଭୀର ପ୍ରଭାବ ପକାଇଥାଏ ।

ସ୍ୱାତ୍ତିକ ଆହାର:

ସାତ୍ତ୍ୱିକ ଆହାର ଶରୀର ପାଇଁ ବେଷ୍ଟ ହୋଇଥାଏ । ଏହାର ଅର୍ଥ ହାଲକା ଫୁଲକା ଖାଦ୍ୟ ଗ୍ରହଣ । ଏଥିରେ ଲୁଣ ଓ ମସଲାର ପରିମାଣ କମ ଥାଏ । ସାଧା ଖାଦ୍ୟ ଭାବେ ଏହା ପ୍ରସ୍ତୁତ ହୋଇଥାଏ । ସିଧାସଳଖ ଭାବେ କହିବାକୁ ଗଲେ ଏହି ଖାଦ୍ୟ ଆମ ଶରୀରକୁ ଶୁଦ୍ଧ ରଖିଥାଏ । ମନକୁ ଶାନ୍ତ ରଖିଥାଏ । ଏଥିରେ ଭରପୂର ମାତ୍ରାରେ ଶକ୍ତି ଭରି ରହିଥାଏ ।ଏହା ଶରୀର ଓ ମନକୁ ଉର୍ଜ୍ଜା ପ୍ରଦାନ କରେ । ୩ରୁ ୪ ଘଣ୍ଟା ମଧ୍ୟରେ ତିଆରି ହୋଇଥିବା ଖାଦ୍ୟ ସାତ୍ତିକ ଭୋଜନ ହୋଇଥାଏ । ଯାହା ଖୁବ ଶୀଘ୍ର ହଜମ ମଧ୍ୟ ହୋଇଥାଏ ।

ରାଜସିକ ଆହାର:

ଏହି ଖାଦ୍ୟରେ ମସଲା ପାରିମାଣ ଅଧିକ ରହିଥାଏ । ଖଟା ଓ ରାଗ ଯୁକ୍ତ ଖାଦ୍ୟ ଏଥିରେ ସାମିଲ ରହିଥାଏ । ଏହା ପାଟିକୁ ସ୍ୱାଦ ଲାଗିଲେ ମଧ୍ୟ ହଜମ ହେବାରେ ବିଳମ୍ବ ହୋଇଥାଏ । ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ ଶରୀର ଉପରେ ଖରାପ ପ୍ରଭାବ ପକାଇବା ସହ ମାନସିକ ଅଶାନ୍ତି ବୃଦ୍ଧି କରେ ।

ତାମସିକ ଆହାର:

ଏହା ରାଜସିକ ଭୋଜନ ସହ ସମାନ ଥାଏ । କିନ୍ତୁ ଯେତେବେଳେ ସାତ୍ତ୍ୱିକ ଆହାର ତାମସିକ ଅବା ବିଷାକ୍ତ ବାତାବରଣରେ ତିଆରି କରାଯାଏ । ସେତେବେଳେ ଏହା ତାମସିକ ଆହାର ହୋଇଯାଏ । ରାତିରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସକାଳେ ଗରମ କରି ଖାଇବା, ଆମିଷ ଭୋଜନ, ରସୁଣ ଓ ପିଆଜ ଆଦିକୁ ଆୟୁର୍ବେଦ ବିଜ୍ଞାନରେ ତାମସିକ ଆହାର କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.