ଗରମରୁ ରକ୍ଷା ପାଇଁ ଆଜି ହିଁ ଘରେ ବନାନ୍ତୁ କୋଲକତା ଫେମ୍ସ ଦୁଧ କୋଲା

କଲିକତାରେ ଦୁଧ୍ କୋଲା ନାମରେ ଏକ ଡ୍ରିଙ୍କ ବେଶ୍ ଲୋକପ୍ରିୟ। ଗରମ ଦିନରେ ଏହାକୁ ପିଇବା ଦ୍ବାରା ସଂପୂର୍ଣ୍ଣ ମସ୍ତିଷ୍କ ତାଜା ହୋଇଯାଏ, ଫ୍ରେସ ଲାଗେ। ଯେପରି ଶରୀରକୁ ଏହା ସତେଜ କରିଦିଏ, ସେହିପରି ପ୍ରସ୍ତୁତ କରିବା ମଧ୍ୟ ବହୁତ ସହଜ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରାଯାଏ ପ୍ରସ୍ତୁତ:

ଆବଶ୍ଯକୀୟ ସାମଗ୍ରୀ: ୧/୨ ଲିଟର ଥଣ୍ଡା କ୍ଷୀର, କୋକା କୋଲା କୋଲ୍ଡ ଡ୍ରିଙ୍କସ, ବରଫ।

ପ୍ରସ୍ତୁତି ପ୍ରଣାଳୀ: ଏକ କ୍ଷୀର ଗ୍ଲାସରେ ବରଫ ୫-୬ ଖଣ୍ଡ ପକାନ୍ତୁ। ଏଥିରେ ଏକଦମ୍ ଥଣ୍ଡା କ୍ଷୀର ପକାନ୍ତୁ। କ୍ଷୀର ପୁରା ଚିଲଡ ହୋଇଥିବା ଜରୁରୀ ନଚେତ ଡ୍ରିଙ୍କସର ସ୍ବାଦ ବିଗିଡିଯିବ। ଏବେ ଏହି ଗ୍ଲାସ ସହିତ ଆଉ ଏକ ଗ୍ଲାସ ସହାୟତାରେ କ୍ଷୀରକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ସେଥିରେ ଧୀରେ ଧୀରେ କୋଲ୍ଡ ଡ୍ରିଙ୍କ ମିଶାନ୍ତୁ। ଏହାକୁ ଚିଲଡ ସର୍ଭ କରନ୍ତୁ ଏବଂ ମଜା ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.