ବଳକା ଭାତକୁ ନ ଫୋପାଡି ଏପରି ବନାନ୍ତୁ ସ୍ୱାଦିଷ୍ଟ କଚୋଡି

ଆବଶ୍ୟକ ସାମଗ୍ରୀ

  • ବଳକା ଭାତ – ୧ କପ୍‌
  • ଲାଲ ଲଙ୍କା – ୧ ଚାମଚ
  • ଲୁଣ ସ୍ୱାଦାନୁସାରେ
  • ଅଟା – ୨ କପ୍‌
  • ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ରାତିର ବଳକା ଭାତକୁ ଏକ ପାତ୍ରକୁ ବାହାର କରିଦିଅନ୍ତୁ। ଏହାପରେ ଲୁଣ ଏବଂ ଲାଲ ଲଙ୍କା ମିଶାଇ ରଖିଦିଅନ୍ତୁ। ଆପଣ ଚାହିଁବେ ତ ସେଥିରେ ନିଜ ପସନ୍ଦ ମୁତାବକ ମସଲା ଏବଂ କିଛି ପରିବାକୁ ମଧ୍ୟ ସାମିଲ କରିପାରିବେ। ଏବେ ପୁରି ପ୍ରସ୍ତୁତ କରିବା ପାଇଁ ଗହମ ଅଟା ନିଅନ୍ତୁ। ଯଦି ଆପଣ ଅଟା ଚକଟି ରଖିଛନ୍ତି ତାହେଳେ ଆପଣ ତାକୁ ବି ବ୍ୟବହାର କରିପାରିବେ। ନଚେତ ତାଜା ଅଟାକୁ ମଧ୍ୟ ଚକଟି ପାରିବେ। ଏହି ଅଟାର ରୁଟିକୁ ଯେତେ ନରମ ରଖିବେ ସେତେ ଭଲ। ବାସ୍‌ ଏବେ ଏହି ଚକଟାର ଛୋଟ ଛୋଟ ଗୋଲାକାର ମିଶ୍ରଣ ବନାଇ ରଖନ୍ତୁ।

ଏବେ ଏହି ଅଟାର ଛୋଟ ଗୋଲାକୁ ନେଇ ବେଲଣା ବାଡି ସାହାଯ୍ୟରେ ବେଲି ଦିଅନ୍ତୁ। ଏହାପରେ ଏଥିରେ ଭାତକୁ ଭରିଦିଅନ୍ତୁ। ଏହାପରେ ଏହାକୁ ହାଲକା ହାତରେ ଦବାଇ ଦବାଇ ବନ୍ଦ କରିଦିଅନ୍ତୁ। ଯେମିତି କଚୁଡିକୁ ବନ୍ଦ କରନ୍ତି। ଯେତେବେଳେ ସବୁଥିରେ ଭାତ ଭରିଦେବେ ସେତେବେଳେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ବେଲି ରଖିଥିବା ପୁରିକୁ ଛାଣି ଦିଅନ୍ତୁ। ଏହିପରି ଭାବେ ସମସ୍ତ ପୁରିକୁ ଛାଣି ଦିଅନ୍ତୁ। ଏହାକୁ ସନ୍ଧ୍ୟାରେ ଚା ସହିତ ସହଜରେ ଖାଇପାରିବେ। ଦେଖିବେ ଏହାର ସ୍ୱାଦ ଏକଦମ୍‌ ଲାଜବାବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.