ମୁହଁର ଅନାବଶ୍ୟକ କେଶରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ଅନେକ ମହିଳା ନିଜ ଶରୀରରେ ଥିବା ଅନାବଶ୍ୟକ ଚୁଟିକୁ ଚିନ୍ତାରେ ରହିଥାନ୍ତି। ଯାହା ସେମାନଙ୍କ ସୁନ୍ଦରତାକୁ କମ୍ କରିଥାଏ ବୋଲି ସେମାନେ ଭାବିଥାନ୍ତି। ଏଥିପାଇଁ ମହିଳାମାନେ ୱାକ୍ସିଂ ଏବଂ ଥ୍ରେଡିଂ କରୁଥିବା ବେଳେ କେତେକ ମହିଳା ବଜାରରେ ମିଳୁଥିବା ମହଙ୍ଗା କ୍ରିମ୍ ଉପରେ ଭରସା କରିଥାନ୍ତି। କିନ୍ତୁ ଏହିସବୁ ଉପାୟ ଆପଣଙ୍କ ଚିନ୍ତା ଦୂର କରିବା ପରିବର୍ତ୍ତେ ଆପଣଙ୍କ ଚିନ୍ତା ବଢାଇ ଦେଇଥାଏ। ଏହାକୁ ବ୍ୟବହାର କରିବା ଯୋଗୁଁ ଅନାବଶ୍ୟକ ଚୁଟି ଅଧିକ ବୃଦ୍ଧି ହୋଇଥାଏ। ଏମିତି ଘରୋଇ ଉପାୟ ରହିଛି, ଯାହା ପ୍ରାକୃତିକ ଉପାୟରେ ଆପଣ ଏହି ଚିନ୍ତାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା…

face waxing

ଆବଶ୍ୟକ ସାମଗ୍ରୀ :

ଲେମ୍ବୁ ରସ – ୧ ଚାମଚ

ଚିନି -୧ ଚାମଚ

ବେସନ- ୧ ଚାମଚ

ପ୍ରସ୍ତୁତି କରିବାର ବିଧି

ପ୍ରଥମେ ଚିନିକୁ ଭଲ ଭାବେ ଗୁଣ୍ଡ କରିନିଅନ୍ତୁ। ଏବେ ସବୁ ସାମଗ୍ରୀକୁ ଭଲଭାବେ ମିଶାଇ ଦିଅନ୍ତୁ।

ଏହାସହ ପଢ଼ନ୍ତୁ ; ଆପଣ ରାତିରେ କେଶ ଧୋଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ଦେଖାଦେବ ଅନେକ ସମସ୍ୟା

beasn

କିପରି କରିବେ ବ୍ୟବହାର :

ଏହି ମିଶ୍ରଣର ଏକ ମୋଟା ଆସ୍ତରଣ ଚେହେରାରେ ଭଲଭାବେ ଲଗାନ୍ତୁ। ଏହାକୁ ୧୦ରୁ ୧୫ ମିନିଟ ପାଇଁ ଏପରି ଛାଡିଦିଅନ୍ତୁ। ଏହା ଶୁଖିଗଲା ପରେ ରୁମାଲ କିମ୍ବା କୌଣସି କଟନ କପଡା ସାହାଯ୍ୟରେ ଭଲଭାବେ ରଗଡି ମାସ୍କକୁ ସଫା କରନ୍ତୁ। ଏହାର ଥରେମାତ୍ର ବ୍ୟବହାର କରିବା ଦ୍ବାରା ୧୦ରୁ ୧୫ ଟି ଅନାବଶ୍ୟକ କେଶ ସଫା ହୋଇଯିବ। ଏହାକୁ ଏବେ ପାଣିରେ ଭଲ ଭାବେ ଧୋଇଦିଅନ୍ତୁ। ସପ୍ତାହକୁ ଅତିକମରେ ୩ ଥର କରନ୍ତୁ। ଫରକ ଆପଣାଛାଏଁ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.