ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ କ’ଣ ଲାଭ ମିଳେ

ଶକୁନ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ଭବିଷ୍ୟ ବିଷୟରେ ଆକଳନ କରାଯାଇଛି। ସାଧାରଣତଃ ଘରେ ଝିଟିପିଟିକୁ ପସନ୍ଦ କରାଯାଇନଥାଏ। ସାଧାରଣତଃ ଝିଅ ପିଲା ଏବଂ ପିଲାମାନେ ଏହାକୁ ଦେଖି ଡରିଯାଇଥାନ୍ତି। କିନ୍ତୁ ଶକୁନ ଶାସ୍ତ୍ର ଅନୁଯାୟୀ ଏହା ମନୁଷ୍ୟର କୌଣସି ଅଙ୍ଗରେ ପଡିବା ଅନୁଯାୟୀ ଫଳ ମିଳିଥାଏ।

– ଶକୁନ ଶାସ୍ତ୍ର ଅନୁଯାୟୀ, ଯଦି ଝିଟିପିଟି ମହିଳାଙ୍କ ବାମ କାନ୍ଧରେ ପଡେ, ତେବେ ଶୁଭଫଳ ମିଳିଥାଏ। ଯଦି ଏହା ଡାହାଣ କାନ୍ଧରେ ପଡେ ତେବେ ଅଶୁଭ ବୋଲି ଲୋକେ ଭାବନ୍ତି।

– ସେହିପରି ଏହା ପୁରୁଷଙ୍କ ପାଇଁ ଠିକ୍‌ ବିପରୀତ। ଯଦି ଏହା ପୁରୁଷଙ୍କ ଡାହାଣ କାନ୍ଧରେ ପଡେ ତେବେ ଶୁଭଫଳ ମିଳେ। ଏହି ସ୍ଥାନରେ ପଡିବା ଦ୍ୱାରା ପୁରୁଷଙ୍କ ବୟସ ବୃଦ୍ଧି ହୋଇଥାଏ। ଯଦି ଏହା ବାମ କାନ୍ଧରେ ପଡେ, ତେବେ ଅଶୁଭ ବୋଲି କୁହାଯାଏ।

56

– ଯଦି କୌଣସି ଲୋକର ନାଭିରେ ଝିଟିପିଟି ପଡିଯାଏ ତେବେ ସବୁଠାରୁ ଅଧିକ ଶୁଭଫଳ ପ୍ରାପ୍ତ ହୋଇଥାଏ। ମନୁଷ୍ୟ ମନର ସବୁଠାରୁ ବଡ କାମନା ଶୀଘ୍ର ପୂର୍ଣ୍ଣ ହୋଇଥାଏ।

– ଯଦି ପୁରୁଷଙ୍କର ମଥାର ଡାହାଣ ପାଖରେ ଝିଟିପିଟି ପଡିଥାଏ ତେବେ ଶୀଘ୍ର ଧନ ସଂପତ୍ତି ମିଳିଥାଏ। ସେହିପରି ମହିଳାଙ୍କ କ୍ଷେତ୍ରରେ ବିପରୀତ ରହିଥାଏ।

– ପୁରୁଷମାନଙ୍କର ଡାହାଣ ପାଦରେ ଝିଟିପିଟି ପଡିବା ଶୁଭ ରହିଥାଏ। ଏପରି ହେବା ଫଳରେ କାରବାର କିମ୍ବା ଯାତ୍ରାରେ ଫାଇଦା ମିଳିଥାଏ। ସେହିପରି ମହିଳାମାନଙ୍କର କୌଣସି ଅଟକିଥିବା କାମ ଜଲଦି ହୋଇଯାଏ। ମହିଳାମାନଙ୍କର ଡାହାଣ ଏବଂ ପୁରୁଷ ମାନଙ୍କର ବାମ ପାଦରେ ଝିଟିପିଟି ପଡିବା ଅଶୁଭ ସଙ୍କେତ ଦେଇଥାଏ।