ଏହି ରାଶିର ଝିଅଙ୍କୁ ମିଳିଥାଏ ଶାଶୂ-ଶ୍ୱଶୂରଙ୍କ ଭରପୁର ପ୍ରେମ, ଶାଶୂ ଘରେ ହୋଇଥାନ୍ତି ବହୁତ ଭାଗ୍ୟବତୀ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଟି ରାଶି ରହିଛି । ପ୍ରତ୍ୟେକ ରାଶିର ସ୍ୱାମୀ ଗ୍ରହ ଅଛନ୍ତି । ଏହି ଗ୍ରହର ପ୍ରଭାବ ଲୋକୋଙ୍କ ଜୀବନ ଓ ବ୍ୟକ୍ତିତ୍ୱ ଉପରେ ପଡ଼ିଥାଏ । ଆଜି ଆମେ ଏମିତି ୩ ରାଶିର ଝିଅଙ୍କ ବିଷୟରେ ଜାଣିବା ଯେଉଁମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି । ଏହି ଝିଅମାନେ ଶ୍ୱଶୁର ଘରେ ମହାରାଣୀଙ୍କ ଭଳି ଜୀବନ ବିତାଇଥାନ୍ତି ।

ରାଶି ଅନୁସାରେ ବି ଶାଶୂ ଘର ସମ୍ପର୍କରେ ଜଣାପଡିଥାଏ । ଆପଣଙ୍କ ଶାଶୂ ଘର କିପରି ହେବ ଓ ସେମାନଙ୍କ ସହ କିପରି ସମ୍ପର୍କ ରହିବ ଏହାକୁ ନେଇ ସମସ୍ତେ ଉତ୍ସୁକ ଥାଆନ୍ତି । ରାଶି ଅନୁସାରେ ଆପଣଙ୍କ ଶାଶୂ ଘର କିପରି ହେବ ଆପଣ ଜାଣି ପାରିବେ । ଆସନ୍ତୁ ଜାଣିବା, ରାଶି ଅନୁସାରେ ଆପଣଙ୍କ ଶାଶୂ ଘର କିପରି ହେବ ।

ମେଷ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶି ଚକ୍ରର ପ୍ରଥମ ରାଶି । ମେଷ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ ଗ୍ରହ । ମଙ୍ଗଳ ଗ୍ରହର ସମ୍ପର୍କ ଭୂମୀ, ଘର ଆଦି ବୋଲି କୁହାଯାଏ । ମେଷ ଲଗ୍ନ ର ଜନ୍ମ କୁଣ୍ଡଳୀରେ ଶୁକ୍ର ଗ୍ରହକୁ ୭ମ ଘରର ସ୍ୱାମୀ ବୋଲି କୁହାଯାଏ । ତେଣୁ ମେଷ ରାଶିର ଝିଅମାନେ ଶ୍ୱଶୁର ଘରେ ଭଲ ପ୍ରେମ ଓ ସମ୍ମାନ ମିଳିଥାଏ । ଏହି ରାଶିର ଝିଅଙ୍କୁ ଶାଶୂ-ଶ୍ୱଶୂରଙ୍କ ପ୍ରେମ-ସ୍ନେହଁ ମିଳିଥାଏ ।

ମିଥୁନ ରାଶି : ବୁଧ ଗ୍ରହକୁ ମିଥୁନ ରାଶିର ସ୍ୱାମୀ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି,ଗଣିତ ବାଣୀ ଓ ଲେଖନ ଆଦି କାରକ କୁହାଯାଇଥାଏ । ବୁଧ ପ୍ରଭାବରେ ମିଥୁନ ରାଶି ଝିଅଙ୍କୁ ଶାଶୂଙ୍କର ଅଧିକ ପ୍ରେମ ମିଳିଥାଏ । ଘରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ମେଶ ରାଶି ଝିଅ ପ୍ରଭାବିତ କରିପାରିଥାନ୍ତି । ଏମିତି ଝିଅ ବିଭିନ୍ନ କଳାରେ ନିପୁଣ ହୋଇଥାନ୍ତି ।

କନ୍ୟା ରାଶି : ଜ୍ୟୋତିଷ ଶାସ୍ତ୍ରରେ କନ୍ୟା ରାଶିକୁ ଏକ ମହତ୍ତ୍ୱପୂର୍ଣ୍ଣ ରାଶି ମନାଯାଇଥାଏ । କନ୍ୟା ରାଶିର ଝିଅମାନଙ୍କୁ ପ୍ରଥମେ ଶାଶୂ ଘରେ ଟିକେ କଷ୍ଟ ହୋଇଥାଏ । ହେଲେ ପରେ ଏମାନଙ୍କର ମାନ ସମ୍ମାନ ବୃଦ୍ଧି ପାଇଥାଏ । କନ୍ୟା ରାଶିର ଝିଅମାନେ ଆରମ୍ଭରେ ଶାଶୂ ଘରର ସଦସ୍ୟଙ୍କ ମନରେ ସ୍ଥାନ ନେବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ । ହେଲେ କନ୍ୟା ରାଶି ଏଥିରେ ହାରି ଯାଇନଥାନ୍ତି । ନିଜର ପ୍ରତିଭା ଓ ଚାଲାକି ବଳରେ ବିଜୟ ପ୍ରାପ୍ତ କରିଥାନ୍ତି ।

Leave A Reply

Your email address will not be published.