ଶରୀରରେ ଏହି ଅଙ୍ଗରେ ଥିବା କଳାଜାଇ ହୋଇଥାଏ ବହୁତ ଶୁଭ, ସବର୍ଦା ରହିଥାନ୍ତି ସଫଳତାର ଶୀର୍ଷରେ

ସମସ୍ତଙ୍କ ଶରୀରରେ କଳାଜାଇ ଥାଏ। କଳାଜାଇ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା ଦେବା ସହିତ ଭବିଷ୍ୟତ ସଂପର୍କରେ ମଧ୍ୟ କହିଥାଏ ବୋଲି ମାନ୍ୟତା ରହିଛି। ସେହିଭଳି ହସ୍ତରେଖା ବିଜ୍ଞାନରେ କିଛି କଳାଜାଇକୁ ଅଶୁଭ ଏବଂ କଷ୍ଟକାରୀ ବୋଲି ଧରାଯାଇଛି। କିନ୍ତୁ ଯଦି ଆପଣଙ୍କର ଏହି ଖାସ୍‌ ଅଙ୍ଗରେ କଳାଜାଇ ରହିଥାଏ ତେବେ ଆଣଙ୍କୁ ନା କେବଳ ଜୀବନରେ ଧନ ଦୌଲତ ମିଳିବ ବରଂ ଆପଣଙ୍କୁ ମାନ-ସମ୍ମାନ ଏବଂ ସୁଖମୟ ଜୀବନର ଆନନ୍ଦକୁ ମଧ୍ୟ ପ୍ରାପ୍ତ କରିପାରନ୍ତି।

-ସମୁଦ୍ରଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ନାଭି ପାଖରେ କଳାଜାଇ ଅଛି ତେବେ ଏହା ଆପଣଙ୍କୁ ବହୁତ ଶୁଭଫଳ ଦେଇଥାଏ। ଏମିତି କଳାଜାଇ ଥିବା ଆପଣଙ୍କ ପାଇଁ ସୁଖ ସମୃଦ୍ଧିର ସୂଚନା ଦେଇଥାଏ।

-ସମୁଦ୍ରଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ମଥାରେ କଳାଜାଇ ଅଛି, ତା’ହେଲେ ସେ ବୁଦ୍ଧିମାନ୍। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ।

ଏହାସହ ପଢନ୍ତୁ : ଯଦି ଆପଣଙ୍କ ହାତର ଏହି ସ୍ଥାନରେ ରହିଛି କଳାଜାଇ, ତେବେ ମିଳିବ ଧନ ସମ୍ପତ୍ତି ସହିତ ମାନ-ସମ୍ମାନ

-ପାଦ ଆଙ୍ଗୁଠିରେ କଳାଜାଇ ଥିଲେ ଆପଣ ସମ୍ପନ୍ନ ହେବା ସହିତ ସାମାଜିକ କ୍ଷେତ୍ରରେ ଆପଣଙ୍କୁ ମାନ-ସମ୍ମାନ ପ୍ରାପ୍ତି ହେବ।
କାନ ଉପରେ କଳାଜାଇ ରହିବା ଦ୍ୱାରା ବ୍ୟକ୍ତି ଜ୍ଞାନୀ ଏବଂ ବୁଦ୍ଧିମାନ ହୋଇଥାନ୍ତି। ସେ ନିଜର ଜ୍ଞାନ ବଳରେ ଧନ ଅର୍ଜନ କରନ୍ତି।

-ଯେଉଁ ବ୍ୟକ୍ତିଙ୍କର ପାଦ ତଳେ କଳାଜାଇ ଥାଏ, ସେ ଜୀବନରେ ଭ୍ରମଣ କରିବା ପାଇଁ ଅନେକ ସୁଯୋଗ ପାଇଥା’ନ୍ତି।

-କାନରେ କଳାଜାଇ ଥିଲେ ବ୍ୟକ୍ତିଙ୍କର ବିବାହ ଜଲଦି ହୋଇଥାଏ। ଏହାସହିତ ବ୍ୟକ୍ତିଙ୍କୁ ବହୁତ ସୁନ୍ଦର ପତ୍ନୀ ମିଳିଥାଏ।

-ଯାହାର ପେଟ ଉପରେ କଳାଜାଇ ଥାଏ, ତାଙ୍କୁ ଜୀବନସାରା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିଥାଏ।

– ସମୁଦ୍ର ଶାସ୍ତ୍ର ଅନୁସାରେ ଅନାମିକା ଆଙ୍ଗୁଳିରେ ସୂର୍ଯ୍ୟ ଓ ପର୍ବତ ଥାଆନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଏହି ଆଙ୍ଗୁଳିରେ କଳାଜାଇ ଥାଏ, ତା’ହେଲେ ସେ ବହୁତ ରାଗୀ ସ୍ଵଭାବର ହୋଇଥା’ନ୍ତି।

ନିଶ୍ଚିତ ପଢନ୍ତୁ : ପାପୁଲିର ଏହି ସଂକେତ ଜଣାଇଥାଏ ଆପଣଙ୍କର ବିଦେଶ ଯାତ୍ରାର ଯୋଗ ଅଛି ନା ନାହିଁ !

-ଯେଉଁ ବ୍ୟକ୍ତିଙ୍କ ପିଠିରେ କଳାଜାଇ ଥାଏ ସେ ବହୁତ ମହତ୍ୱାକାଂକ୍ଷୀ ଏବଂ ଭୌତିକବାଦୀ ହୋଇଥାନ୍ତି। ଏମିତି ବ୍ୟକ୍ତି ଧନକୁ ସଞ୍ଚୟ କରି ରଖିଥାନ୍ତି ଏବଂ ହୃଦୟ ଖୋଲି ଖର୍ଚ୍ଚ କରିବାରେ ବିଶ୍ୱାସ ରଖନ୍ତି।

-ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଥିବା ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ଧୀରେ ଧୀରେ ଦୁର୍ବଳ ହୋଇଯାଏ। ତେଣୁ ଯେଉଁମାନଙ୍କର ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଅଛି, ସେମାନେ ସତର୍କ ରହିବା ଉଚିତ୍।

ଏହାସହ ପଢନ୍ତୁ : ସ୍ତ୍ରୀଙ୍କ ଶରୀରର ଗଢ଼ଣୀ ଖୋଲିବ ତାଙ୍କର ଅନେକ ରାଜ୍

-ମଧ୍ୟମା ଆଙ୍ଗୁଳିରେ କଳାଜାଇ ରହିଲେ ବ୍ୟକ୍ତି ବିଦ୍ୱାନ, ଧନବାନ ଏବଂ ସମ୍ମାନିତ ହୋଇଥାନ୍ତି।

-ଶରୀରରେ କେବଳ ରଙ୍ଗର କଳାଜାଇ ନଥାଏ। ଅନେକ ବ୍ୟକ୍ତିଙ୍କ ଶରୀରର ନାଲିଯାଇ ମଧ୍ୟ ଦେଖିବାକୁ ମିଳିଥାଏ। ଶରୀରର ନାଲିଯାଇ ଥିଲେ ହାଡ଼ଜନିତ ସମସ୍ୟା ଦେଖା ଦେଇଥାଏ।

-ଯେଉଁ ବ୍ୟକ୍ତିଙ୍କ ନାକର ଡାହାଣ ପାର୍ଶ୍ୱରେ କଳାଜାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହେବା ସହିତ ସଫଳତା ଅତି ସହଜରେ ପ୍ରାପ୍ତ କରିଥାନ୍ତିି।

Pritiparna

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

5 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

22 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

35 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

44 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

47 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago