ଆସନ୍ତା ୧୦ ଜାନୁଆରୀରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ

ଆସନ୍ତା ୧୦ ଜାନୁଆରୀରେ ୨୦୨୦ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଯାହା ରାତି ୧୦ଟା ୩୮ମିନିଟରେ ଆରମ୍ଭ ହୋଇ ରାତି ୨ଟା ୪୨ମିନିଟରେ ସରିବ । ୧୦ ଜାନୁଆାରୀରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣକୁ ପାଖାପାଖି ଗ୍ରହଣ ବୋଲି ଧରାଯିବ ନାହିଁ । କାରଣ ଏହା ମଧ୍ଯମ ଚନ୍ଦ୍ର ଗ୍ରହଣ ହେବ। ଯେଉଁଥିରେ ଚନ୍ଦ୍ରମା ଧୁସର ରଙ୍ଗର ହୋଇଯିବା ସହିତ ପାଖାପାଖି ୯୦ପ୍ରତିଶତ ଭାଗ ମଇଳା ଭଳି ଦେଖାଯିବେ ।

lunar esଭାରତରେ ଏହି ଚନ୍ଦ୍ର ଗ୍ରହଣ ଦେଖାଯିବ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ମିଥୁନ ରାଶିର ପୁର୍ନବସୁ ନକ୍ଷେତ୍ରରେ ହେବ । ଭାରତ ବ୍ଯତିତ ଏହି ଚନ୍ଦ୍ର ଗ୍ରହଣ ଆମେରିକା,କାନାଡା,ବ୍ରାଜିଲ୍,ଆର୍ଜେଣ୍ଟିନାରେ ମଧ୍ଯ ଦେଖାଯିବ । ତେବେ ଗ୍ରହଣର ୯ଘଣ୍ଟା ପୂର୍ବରୁ ପାକ ତ୍ଯାଗ ହୋଇଥାଏ କିନ୍ତୁ ୧୦ରେ ହେବାକୁ ଥିବା ଗ୍ରହଣରେ କୌଣସି ପାକ ନିଷେଧ ନାହିଁ । କାରଣ ଜ୍ଯୋତିଷଙ୍କ ମୁତାବକ ଏହା ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ର ଗ୍ରହଣ ନୁହେଁ ଏହା କେବଳ ଉପଛାୟା ଚନ୍ଦ୍ର ଗ୍ରହଣ । ତେଣୁ ସମସ୍ତ ଧାର୍ମିକ କାର୍ଯ୍ଯ ମଧ୍ଯ ଏହି ସମୟରେ ସଂପନ୍ନ ହେବ।

moonସୂଚନା ଅନୁସାରେ ଆସନ୍ତା ୧୦ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ବର୍ଷର ପ୍ରଥମ ଗ୍ରହଣ ହେବାକୁ ଯାଉଥିବାବେଳେ ଜୁନ୍ ୫ ତାରିଖରେ ଦ୍ବିତୀୟ ଚନ୍ଦ୍ର ଗ୍ରହଣ ହେବ । ସେହିପରି ୫ ଜୁଲାଇରେ ତୃତୀୟ ଚନ୍ଦ୍ର ଗ୍ରହଣ ଏବଂ ୩୦ ନଭେମ୍ବରରେ ଚତୁର୍ଥ ଥର ପାଇଁ ଚନ୍ଦ୍ର ଗ୍ରହଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.