ଗବେଷଣାରୁ ଆସିଲା ଏମିତି ତଥ୍ୟ, ଧୂମପାନ କରୁନଥିବା ବ୍ୟକ୍ତି ବି କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି

ଆପଣ ଜାଣିଛନ୍ତି କି ଧୂମପାନ କରୁନଥିବା ବ୍ୟକ୍ତି ମଧ୍ୟ ହୋଇପାରନ୍ତି ଫୁସଫୁସ୍ କର୍କଟ ରୋଗରେ ଆକ୍ରାନ୍ତ। ଧୂମପାନ କରୁନଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରାକୃତିକ ଭାବେ କର୍କଟ ରୋଗ ହୋଇଥାଏ ବୋଲି ଆମେରିକାର ବୌଜ୍ଞାନିକମାନେ ଗବେଷଣା କରି ତଥ୍ୟ ପାଇଛନ୍ତି। ଏହାକୁ ଜାଣିବା ପାଇଁ ଆମେରିକାର ଜାତୀୟ କର୍କଟ ଅନୁଷ୍ଠାନ ୨୩୨ ଜଣଙ୍କ ଉପରେ ଗବେଷଣା କରିଥିଲା। ଯେଉଁମାନେ କର୍କଟ ରୋଗ ସହ ଲଢୁଥିଲେ, ହେଲେ ଏମାନେ କେବେ ଧୂମପାନ କରିନଥିଲେ। ତେବେ ଏହାର କାରଣ ଯାଣିବା ପାଇଁ ଏହି ରୋଗୀମାନଙ୍କର କର୍କଟ ଟ୍ୟୁମରରୁ ନମୁନା ନିଆଯାଇଥିଲା। ଏହି ନମୁନାକୁ ଜିନୋମ କ୍ରମରେ ପରୀକ୍ଷା କରାଯାଇଥିଲା। ଗବେଷଣାରୁ ଜଣାପଡିଛି ଏହା ହେଉଛି ଏକ ନୂତନ ପ୍ରକାରର ଫୁସଫୁସ କର୍କଟ, ଯାହା ଶରୀରରେ ଆପେ ଆପେ ବିକଶିତ ହୁଏ।

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଫୁସଫୁସ କର୍କଟ ରୋଗ ହେବାର କାରଣ ହେଉଛି ‘ମ୍ୟୁଟେସନଲ୍ ସିଗ୍ନେଚର’ ବା ଡିଏନଏରେ କୌଣସି ପ୍ରକାରର ଅସୁବିଧା ରହିଲେ କିମ୍ଵା ରେଗୀ କ୍ୟାନ୍ସର ସୃଷ୍ଟି କରୁଥିବା ଉପାଦାନ ସଂସ୍ପର୍ଶରେ ଆସିଥିଲେ ଫୁସଫୁସ କର୍କଟ ହେବାର ଆଶଙ୍କା ଥାଏ। ହେଲେ ଏହାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ଗବେଷଣା ଆବଶ୍ୟକ। ନେଚର ଜେନେଟିକ୍ସରେ ପ୍ରକାଶ ପାଇଥିବା ଗବେଷଣା ରିପୋର୍ଟ ଅନୁଯାୟୀ, ଯେଉଁ ୨୩୨ ଜଣ ଧୂମପାନ କରୁନଥିବା ବ୍ୟକ୍ତିଙ୍କୁ କ୍ୟାନସର ହୋଇଥିଲା ସାମାନଙ୍କ ମଧ୍ୟରୁ କେବଳ ୨୮ ପ୍ରତିଶତ ଲୋକ ଧୂମପାନ କରୁଥିବା ଲୋକଙ୍କ ଧୂଆଁରେ ଆକ୍ରାନ୍ତ ହୋଇଥିଲେ। ଅନ୍ୟ ୭୨ ପ୍ରତିଶତ ରୋଗୀ କେଉଁ କାରଣରୁ କର୍କଟ ରୋଗରେ ପୀଡିତ ହୋଇଛନ୍ତି ତାହା ଜଣାପଡିନି। ଏଭଳି ରୋଗୀମାନଙ୍କଠାରେ କ୍ୟାନସର୍ ପ୍ରାକୃତିକ ଭାବେ ଶରୀରରେ ଆପେ ଆପେ ବିକଶିତ ହୋଇଛି।

Smoking

ତେବେ ଜାଣନ୍ତୁ କର୍କଟ ରୋଗର ଲକ୍ଷଣ :-

ଦୀର୍ଘ ସମୟ କାଶ ହେବା କିମ୍ଵା କାଶରୁ ରକ୍ତ ବାହାରୁଥିଲେ ସତର୍କ ରୁହନ୍ତୁ। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା, ଛାତି ଯନ୍ତ୍ରଣା ଏବଂ ସ୍ୱର ପରିବର୍ତ୍ତନ ମଧ୍ୟ କର୍କଟ ରୋଗର ଲକ୍ଷଣ । କର୍କଟ ରୋଗରୁ ରକ୍ଷା ପାଇବା ପାଇଁ ତମ୍ବାଖୁ ଠାରୁ ଦୂରରେ ରୁହନ୍ତୁ। ଯଦି ଆପଣ ନିଜ ପାଖରେ କୌଣସି ଲକ୍ଷଣ ଦେଖିବାକୁ ପାଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କର୍କଟର ଲକ୍ଷଣ ଜାଣିବା ପାଇଁ ଛାତି ଏକ୍ସ୍‌ରେ, ଏଚଆରସିଟି ସ୍କାନ, ଫୁସଫୁସ୍ ବାୟୋପସି କିମ୍ବା ବ୍ରୋଙ୍କୋସ୍କୋପି ପରୀକ୍ଷା କରିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.