ଲାଇଫ୍ ଷ୍ଟାଇଲ୍

ଆଜି ନିଜ ସାଥୀଙ୍କୁ ବନାଇ ଖୁଆନ୍ତୁ ଟେଡି ବିୟର କୁକିଜ୍, ପ୍ରେମରେ ବଢିବ ମଧୁରତା

ଆଜି ଭାଲେଣ୍ଟାଇନ ଓ୍ଵିକର ଚତୁର୍ଥ ଦିନ। ଆଉ ଏହି ଚତୁର୍ଥ ଦିନରେ ପଡୁଛି ଟେଡି ବିୟର ଡେ। ଆଜି ସମସ୍ତେ ଏହି ଟେଡି ବିୟର ଡେ ପାଳନ କରନ୍ତି। ପ୍ରେମୀ ଯୁଗଳ ଏହି ପ୍ରେମର ସପ୍ତାହକୁ ପାଳନ କରି ଆଜିର ଦିନରେ ଟେଡି ବିୟର ଜଣେ ଜଣଙ୍କୁ ଗିଫ୍ଟ କରନ୍ତି। ନିଜ ପାର୍ଟନରଙ୍କୁ ଇମ୍ପ୍ରେସ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ‘ଟେଡି ବିୟର କୁକିଜ’ ବନାଇବାର ପ୍ରସ୍ତୁତି ନେଇ ଆସିଛୁ। ଏହା ନିଶ୍ଚୟ ଆପଣଙ୍କ ସାଥିକୁ ଖୁସି କରାଇବ।

ଆବଶ୍ୟକ ସାମଗ୍ରୀ

ଅଟା – ୧ କପ୍‌

ବଟର -୬୦ ଗ୍ରାମ

ବେକିଂ ପାଉଡର – ୧/୪ କପ୍‌

ଲୁଣ – ସ୍ୱାଦାନୁସାରେ

ମିଲକ୍ ପାଉଡର – ୧/୪ କପ୍‌

ଚିନି – ୧/୨ କପ୍‌+୨ ଟେବୁଲ ଚାମଚ (ପେଶା ହୋଇଥିବା)

କ୍ଷୀର -୧/୪ କପ୍‌

ଭାନିଲା ଏସେନ୍ସ – ୧ ଟେବୁଲ ଚାମଚ

ଡ୍ରାଇ ଫ୍ରୁଟସ – ୫୦ ଗ୍ରାମ (ଛୋଟ କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

-ଏକ ପାତ୍ରରେ ଅଟା, ମିଲ୍କ ପାଉଡର ଏବଂ ବେକିଂ ପାଉଡର ପକାଇ ଭଲଭାବରେ ମିକ୍ସ କରନ୍ତୁ।

-ଏବେ ଏଥିରେ ବଟର ପକାଇ ମିଶାନ୍ତୁ ଏବଂ ୩୦ ମିନିଟ ପାଇଁ ଅଲଗା ରଖି ଦିଅନ୍ତୁ।

-୩୦ ମିନିଟ ପରେ ଏଥିରେ ଚିନି ଏବଂ ଭାନିଲା ଆସେନ୍ସ ମିଶାନ୍ତୁ।

-ମିଶ୍ରଣରେ କ୍ଷୀର ମିଶାଇ ଅଟା ଭଳି ଚକଟନ୍ତୁ। ଏହାକୁ ୧ ଘଣ୍ଟା ପାଇଁ ଅଲଗା ରଖିଦିଅନ୍ତୁ।

-ଏବେ ଏହାର ଛୋଟ ଛୋଟ ଗୋଲା କରି ବେଲି ଦିଅନ୍ତୁ। ଏହାପରେ ଏହାକୁ ଟେଡି ବିୟର ସେପର କୁକିଜ୍ କଟରରେ କାଟି ଦିଅନ୍ତୁ।

-ଏହା ଉପରେ ଡ୍ରାଇ ଫ୍ରୁଟସ୍ ଲଗାନ୍ତୁ।

-ଏବେ ଟେଡି ବିୟର କୁକିଜକୁ ୧୦ ମିନିଟ୍ ପଯ୍ୟର୍ନ୍ତ ବେକ୍ କରିଦିଅନ୍ତୁ।

-ଠିକ୍ ୧୦ ମିନିଟ ପରେ ଟେଡି ବିୟର କୁକିଜକୁ ମାଇକ୍ରୋେଓତବରୁ ବାହାର କରି ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ।

-ଏବେ ଆପଣଙ୍କର ଟେଡି ବିୟର କୁକିଜ୍ ପ୍ରସ୍ତୁତ ହୋଇଯାଇଛି।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

6 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

21 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

36 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

46 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

57 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago