ମକର ସଂକ୍ରାନ୍ତିରେ ପ୍ରସ୍ତୁତ କରନ୍ତୁ ରାଶି ଚିକ୍କୀ, ମିଠା ସ୍ୱାଦରେ କରନ୍ତୁ ପର୍ବକୁ ଉପଭୋଗ

ମକର ସଂକ୍ରାନ୍ତିରେ ସକାଳୁ ଉଠି ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ। ଏହି ଦିନରେ ରାଶିର ବହୁତ ବଡ ମହତ୍ତ୍ୱ ରହିଛି । ରାଶିରେ ପ୍ରସ୍ତୁତ ହୋଇଥିବା ଜିନିଷକୁ ଖାଇବା ଏବଂ ଦାନ କରିବା ବହୁତ ଶୁଭ ବୋଳି ଧରାଯାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ରାଶି ଚିକ୍କି। ଏହା ଆପଣଙ୍କ ପାଇଁ ଏକ ବେଷ୍ଟ ସ୍ୱାଦିଷ୍ଟ ବ୍ୟଞ୍ଜନ ହେବ। ତେବେ ଆସନ୍ତୁ ଜାଣିବେ ଏହାକୁ କିପରି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ରାଶି – ୧ କପ୍‌

ଚିନି – ୧ କପ୍‌

ଘିଅ – ୨ରୁ୩ ଟେବୁଳ ଚାମଚ

କାଜୁ – ୨୫ ଗ୍ରାମ

ପିସ୍ତା – ୧ ଟେବୁଲ ଚାମଚ

ଛୋଟ ଅଳେଇଚ – ୭ ରୁ ୮

ପ୍ରସ୍ତୁତ ପ୍ରଣାଳୀ

ସର୍ବପ୍ରଥମେ ଏକ କଡାକୁ ଗରମ କରନ୍ତୁ। ଏହାପରେ ରାଶିକୁ କଡାରେ ପକାନ୍ତୁ। ଏହାକୁ ମିଡିୟମ ଆଞ୍ଚରେ ଲଗାତର ଚଲାନ୍ତୁ। ରାଶି ହାଲୁକା ଫୁଲିଗଲେ କିମ୍ବା ତାହାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ଚଲାନ୍ତୁ। ଏହାପରେ ଭଜା ରାଶିକୁ ଏକ ପ୍ଲେଟରେ ବାହାର କରିଦିଅନ୍ତୁ।

କଡାରେ ଦେଶୀ ଘିଅ ପକାନ୍ତୁ ଏବଂ ଏଥିରେ ଚିନି ପକାଇ ମଧ୍ୟମ ଆଞ୍ଚରେ ଚଲାନ୍ତୁ। ଏହାପରେ ଗ୍ୟାସ ବନ୍ଦ କରନ୍ତୁ ଏବଂ ଭଜା ହୋଇଥିବା ରାଶିକୁ ପକାନ୍ତୁ। କାଟି ରଖିଥିବା ଡ୍ରାଏଫ୍ରୁଟସ୍‌ ଏବଂ ଅଳେଇଚକୁ ମଧ୍ୟ ଏଥିରେ ପକାନ୍ତୁ। ଏହାକୁ ଏକ ଚାମଚରେ ଭଲଭାବେ ଚଲାନ୍ତୁ। ଏହି ସମୟରେ ଆଞ୍ଚକୁ ମିଡିୟମରେ ରଖନ୍ତୁ।

ଏବେ ପ୍ରସ୍ତୁତ ହୋଇଥିବା ଏହି ମିଶ୍ରଣକୁ ପୂର୍ବରୁ ହିଁ ଚିକ୍କଣ କରିବାକୁ ଏକ ପ୍ଲେଟ କିମ୍ବା ବୋର୍ଡରେ ରଖନ୍ତୁ ଏବଂ ପତଳା କରି ବେଲି ଦିଅନ୍ତୁ। ଏହାକୁ ବେଲିବାର ତୁରନ୍ତ ପରେ ହିଁ ଛୁରୀରେ କାଟି ଦିଅନ୍ତୁ। ଏବେ ଚିକ୍କି ଥଣ୍ଡା ହୋଇଗଲେ ଏହାକୁ ଅଲଗା କରି ରଖିଦିଅନ୍ତୁ।

ଏବେ ଆପଣଙ୍କର ଚିକ୍କି ପ୍ରସ୍ତୁତ ହୋଇଯାଇଛି ଏବଂ ଏହାକୁ ଖାଇ ମକରର ମଜା ଉଠାନ୍ତୁ।

Pritiparna

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

4 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

17 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

17 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago