ଅତି ଭୟଙ୍କର ରୋଗରୁ ରକ୍ଷା କରିବ ମହାମୃତ୍ୟୁଞ୍ଜୟ ମନ୍ତ୍ର

ଆମ ଦେଶ ଭାରତରେ ପ୍ରାୟ ହଜାରେ ବର୍ଷ ହେବ ମହା ମୃତ୍ଯୁଜୟ ମନ୍ତ୍ର ପାଠ କରାଯାଇ ଆସୁଛି ।  ବହୁ ଲୋକ କୌଣସି ଗମ୍ଭୀର ରୋଗ ତଥା ସାଙ୍ଘାତିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ମଧ୍ୟ ଏହି ମନ୍ତ୍ର ଜପ କରିଥାନ୍ତି ।  ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କ ବିଶ୍ୱାସ ସହ ଏହା କୁ ଯୋଡ଼ା ହେଉଥିବା ବେଳେ ଏବେ କିନ୍ତୁ ଗବେଷକ ମାନେ ଏହାର ବୈଜ୍ଞାନିକ ଦିଗ ପ୍ରତି ଦୃଷ୍ଟି ଦେବା ଆରମ୍ଭ କରିଛନ୍ତି ।  ଏଥିପାଇଁ ପ୍ରାୟ ୪ ବର୍ଷ ହେବ ରାମ ମନୋହର ଲୋହିଆ ହସ୍ପିଟାଲରେ ଏ ଦିଗରେ ବହୁ ଗବେଷଣା କରାଯାଉଛି।  ଏଯାବତ ମିଳିଥିବା ତଥ୍ୟ ବୈଜ୍ଞାନିକ ମାନଙ୍କୁ ବେଶ ଉତ୍ସାହିତ କରିଛି । ଡାକ୍ତର ମାନଙ୍କ ଅନୁସାରେ ଆସନ୍ତା ମାସେ ଦୁଇ ମାସ ଭିତରେ ସମ୍ପୂର୍ଣ ତଥ୍ୟ ପ୍ରସ୍ତୁତ କରାଯାଇ ଏହାକୁ ଏକ ଅନ୍ତର୍ଜାତୀୟ ପତ୍ରିକାରେ ଖୁବ ଶୀଘ୍ର ପ୍ରକାଶ କରାଯିବ ।

ଲୋହିଆ ହସ୍ପିଟାଲରେ ମସ୍ତିସ୍କ ବିଭାଗ ମୁଖ୍ୟ ଡ଼. ଅଜୟ ଚୌଧୁରୀଙ୍କ ନେତୃତ୍ୱରେ ଏହି ଗବେଷଣା ପ୍ରାୟ ୨୦୧୬ ମସିହାରୁ ପ୍ରାୟ ଚାରି ବର୍ଷ ହେବ ଚାଲିଆସୁଛି ।  ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିଛି ଗଭୀର ମାନସିକ ରୋଗୀଙ୍କ ଉପରେ ହିଁ ଏହି ଗବେଷଣା କରାଯାଇଥିଲା ।  ଡ଼. ଚୌଧୁରୀଙ୍କ କହିବା ଅନୁଯାୟୀ ଭାରତର ଲୋକେ ଏହାକୁ ଏକ ଜୀବନ ରକ୍ଷାକରି ମନ୍ତ୍ର ଭାବେ ମାନିଥାନ୍ତି ।  କିନ୍ତୁ ପ୍ରକୃତରେ ଏହା ପଛରେ କିଛି ବୈଜ୍ଞାନିକ କାରଣ ଅଛି କି ନାହିଁ ତାହା ଜାଣିବା ପାଇଁ ହିଁ ତାହା ଜାଣିବା ପାଇଁ ଏହି ଗବେଷଣା କରାଯାଉଛି ।  ସେ ଏହା ମଧ୍ୟ କହିଛନ୍ତିଯେ ଆମ ଦେଶରେ ବହୁ ମାତ୍ରାରେ ଉପବାସ ପ୍ରଥା ଥିଲେ ମଧ୍ୟ କିନ୍ତୁ ଏଦିଗରେ ଏପର୍ଯ୍ୟନ୍ତ କିଛି ଗବେଷଣା ହୋଇନାହିଁ ।  କିନ୍ତୁ ଜାପାନର ଜଣେ ବୈଜ୍ଞାନିକ ଏଦିଗରେ ଗବେଷଣା କରି ପାଇଥିଲେ ଯେ ଉପବାସ ଦ୍ୱାରା ଶରୀରରେ ଥିବା କାନ୍ସର ପରି ସାଙ୍ଘାତିକ ରୋଗ ସୃଷ୍ଟିକାରୀ ସେଲସ ମାନେ ମରିଯାଇଥାନ୍ତି ।

ସମୁଦାୟ ୪୦ ମସ୍ତିସ୍କ ରୋଗୀଙ୍କ ଏହି ଗବେଷଣାରେ ସାମିଲ କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଚିରାଚରିତ ରୂପେ ଚିକିତ୍ସା କରାଯାଉଥିବା ବେଳେ ୨୦ ଜଣଙ୍କୁ ଡାକ୍ତରୀ ଚିକିତ୍ସା ସହ ମହାମୃତ୍ୟୁଯୟ ମନ୍ତ୍ର ମଧ୍ୟ ଶୁଣା ଯାଇଥିଲା ।
ନିକଟରେ ଏକ ତଥ୍ୟ ମଧ୍ୟ ପ୍ରକାଶ ପାଇଛି ଯେ ହିନ୍ଦୁ ମାନଙ୍କ ଆଉ ଏକ ପବିତ୍ର ମନ୍ତ୍ର ନିୟମିତ ପାଠ ଦ୍ୱାରା ମନୁଷ୍ୟ ମସ୍ତିସ୍କରେ ବୌଦ୍ଧିକ କ୍ଷମତା ମଧ୍ୟ ବଢିଥାଏ ।

ମହାମୃତ୍ୟୁଞ୍ଜୟ ମନ୍ତ୍ର:

ହିନ୍ଦୁ ମାନଙ୍କ ଏହି ମନ୍ତ୍ର ମହାଦେବ ଶିବଙ୍କୁ ହିଁ ଅର୍ପଣ କରାଯାଇଥାଏ ।  ଏହା ଋକ ବେଦରୁ ଆସିଛି ।  ମହା ମୃତ୍ୟୁଞ୍ଜୟ ଅତ୍ୟନ୍ତ ଚମତ୍କାରୀ ଓ ଶକ୍ତିଶାଳୀ ଅଟେ ।  ଜୀବନର ଅନେକ ସମସ୍ୟାର ସମାଧାନ ପାଇଁ ମଧ୍ୟ ଏହି ମନ୍ତ୍ର ଉପଯୋଗୀ ହୋଇଥାଏ ।  ଏଥିପାଇଁ ବିଭିନ୍ନ ଗ୍ରହ ଗୁଡିକର ଶାନ୍ତି ପାଇଁ ମଧ୍ୟ ଏହି ମନ୍ତ୍ର ପାଠ କରାଯାଇଥାଏ ।

 

ମନ୍ତ୍ର ପାଠର ବିଧି:

ସାଧାରଣତଃ ସୋମବାରକୁ ଶିବଙ୍କ ବାର ଭାବେ ଗଣା ଯାଇଥାଏ ।  ତେଣୁ ଶୁଦ୍ଧ ହୋଇସାରିବା ପରେ ଦିନ ବାରଟା ପୂର୍ବରୁ ଏହି ମନ୍ତ୍ର ପାଠ ଆରମ୍ଭ କରାଯାଇଥାଏ ।  କାରଣ ଦିନ ୧୨ଟା ପରେ ଏହି ମନ୍ତ୍ର ପାଠର କିଛି ଫଳ ହୋଇନଥାଏ । ଶେଷରେ ଯଜ୍ଞ ମଧ୍ୟ କରାଯାଇଥାଏ ।  ଏହା ଦ୍ୱାରା ପାରିବାରିକ କଳହ, ଗ୍ରହ ଅଶାନ୍ତି, କର୍ମ କ୍ଷେତ୍ରରେ ଅସ୍ଥିରତା ପ୍ରଭୁତି ଦୂର ହୋଇଥାଏ ।

 

ଏହା ସହ ପଢନ୍ତୁ:

ମାଇଗ୍ରେନରୁ ବଞ୍ଚିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ମନ୍ତ୍ରର ଅର୍ଥ:

ଭଗବାନ ଶିବଙ୍କୁ ସଂସାରର ପାଳନ କର୍ତା ରୂପେ ଜଣାଯାଇଥାଏ ।  ସିଏ ପ୍ରତିଟି ଶ୍ୱାସରେ ଜୀବନ ଶକ୍ତିର ସଂଚାର କରିଥାନ୍ତି । ସମ୍ପୂର୍ଣ ସଂସାରର ପାଳନ ପୋଷଣ ତାଙ୍କ ଶକ୍ତି ଦ୍ୱାରା କରିଥାନ୍ତି ।  ସେ ଆମକୁ ସଂସାରର ସବୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ଦିଅନ୍ତୁ ।  ତାହା ଦ୍ୱାରା ଆମେ ମୋକ୍ଷ ପାଇପାରିବା ।  ଏହା ସହ ସମସ୍ତ ରୋଗ ଶୋକରୁ ମୁକ୍ତ ରଖନ୍ତୁ । ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ମୁଖ୍ୟ ରୂପରେ ଏକ ଜୀବନ ରକ୍ଷକ ମନ୍ତ୍ର କୁହାଯାଇଥାଏ ।  ସମସ୍ତ ପ୍ରକାର ରୋଗରୁ ଏହା ନିଶ୍ଚିତ ରୂପେ ଏହା ମୁକ୍ତି ଦେଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.