ତ୍ୱଚା ପାଇଁ ବ୍ୟବହାର କରନ୍ତୁ ମନ୍ଦାର ଫୁଲ ପାଉଡର, ମାତ୍ର ୧୫ ଦିନରେ ବଢିଯିବ ମୁହଁର ଉଜ୍ୱଳତା

ମନ୍ଦାର ଫୁଲ ଆପଣଙ୍କ ବାଡିରେ ନିଶ୍ଚିତ ଥିବ। ନାଲି, ହଳଦିଆ, ଧଳା ରଙ୍ଗର ଏହି ଫୁଲକୁ ପ୍ରତିଦିନ ଠାକୁରଙ୍କୁ ଅର୍ପଣ କରାଯାଏ। କେବଳ ଭଗବାନଙ୍କ ପାଖରେ ନୁହେଁ ସ୍କିନ ଏବଂ କେଶ ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ ମନ୍ଦାର ଫୁଲ। ଆପଣ ଏହାକୁ କେଶ ପାଇଁ ବ୍ୟବହାର କରିଥିବେ ନିଶ୍ଚିତ। କିନ୍ତୁ ଏହାକୁ ଆପଣ ସ୍କିନ ପାଇଁ ବ୍ୟବହାର କରିଛନ୍ତି କି। ଏହି ଫୁଲକୁ ଆପଣ ଶୁଖାଇର ପାଉଡର କରି ମୁହଁରେ ଲଗାଇପାରିବେ। ମନ୍ଦାର ଫୁଲରେ ଭିଟାମିନ ସି, କ୍ୟାଲସିଅମ, ଫାଇବର, ଆଇରନ ଭଳି ପୋଷକ ତତ୍ତ୍ୱ ରହିଥାଏ। ତେବେ ତ୍ୱଚା ପାଇଁ ଏହି ଫୁଲକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା…

କେମିତି କରିବେ ମନ୍ଦାର ଫୁଲ ପାଉଡର :

ମନ୍ଦାର ଫୁଲ ପାଉଡର ତିଆରି କରିବା ପାଇଁ ୬-୭ଟି ଫୁଲକୁ ଭଲଭାବ ଧୋଇଦିଅନ୍ତୁ। ଏହାକୁ ଖରାରେ ଶୁଖାଇ ଦିଅନ୍ତୁ। ଗରମ ଦିନରେ ଏହି ଫୁଲ ଜଲଦି ଶୁଖିଯିବ। ଏହା ଶୁଖିଯିବା ପରେ ଗ୍ରାଉଣ୍ଡରେ ଗୁଣ୍ଡ କରିଦିଅନ୍ତୁ।

ଗ୍ଲୋଇଂ ସ୍କିନ ପାଇଁ ମାସ୍କ :

ପ୍ରଥମେ ମନ୍ଦାର ପାଉଡରରେ ଦହିକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଆବଶ୍ୟକତା ଅନୁଯାୟୀ, ପାଣି ଦେଇ ପେଷ୍ଟ ତିଆରି କରିଦିଅନ୍ତୁ। ଏହାକୁ ମୁହଁରେ ଭଲଭାବେ ଲଗାଇ ୧୫ ମିନିଟ ପରେ ଧୋଇଦିଅନ୍ତୁ। ଏହି ଫେସପ୍ୟାକକୁ ସପ୍ତାହକୁ ୨ଥର ଲଗାନ୍ତୁ।

red-hibiscus

ବ୍ରଣ ହଟାଇବା ପାଇଁ ମାସ୍କ :

ଲାଭେଣ୍ଡର ତେଲରେ ମନ୍ଦାର ପାଉଡରକୁ ଏକ ପାତ୍ରରେ ମିଶାଇ ଦିଅନ୍ତୁ। ଏଥିରେ ଦହି ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇବା ପରେ ୨୦ ମିନିଟ୍‌ ରଖିଦିଅନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏପରି କରନ୍ତୁ।

ବ୍ଲାଡହେଡସ କାଢିବା ପାଇଁ :

ଏକ ଜାଗାରେ ମନ୍ଦାର ପାଉଡର ଏବଂ ମହୁକୁ ଭଲଭାବେ ମିଶାଇ ଦିଅନ୍ତୁ। ଏଥିରେ ଆବଶ୍ୟକତା ଅନୁସାରେ ପାଣି ଦେଇଦିଅନ୍ତୁ। ପେଷ୍ଟ ପ୍ରସ୍ତୁତ ହେବା ପରେ ଚେହେରାରେ ଲଗାନ୍ତୁ। ୧୫ ମିନିଟ୍‌ ଏହାକୁ ଲଗାଇବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଦୁଇ ଥର ଲଗାଇଲେ ଭଲ ରେଜଲ୍ଟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.