ଲାଇଫ୍ ଷ୍ଟାଇଲ୍

ଘରେ ବନାନ୍ତୁ ଆଳୁର ଏହି ସୁଆଦିଆ ରେସିପି, ପାଟିରୁ ଛାଡିବନି ସ୍ୱାଦ

ବର୍ଷାର ଏହି ଋତୁରେ ଥଣ୍ଡା ଥଣ୍ଡା ପାଗରେ ସବୁବେଳେ କିଛି ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଆଉ ଚଟପଟା ଖାଦ୍ୟ କଥା ମନେ ପଡିଲେ ଆଳୁ ହିଁ ପ୍ରଥମେ ମନେ ପଡେ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ‘ବେକଡ୍‌ ପୋଟାଟୋ’ ରେସିପି ନେଇ ଆସିଛୁ। ଯାହାର ସ୍ୱାଦ ପିଲା ଠାରୁ ବଡ ପଯ୍ୟର୍ନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ଏକ ମଧ୍ୟମ ଆକାରର ଆଳୁ

-ଲୁଣ ଏବଂ ଗୋଲମରୀଚ ପାଉଡର

-ଗୋଟିଏ ଟମାଟୋ, ଗୋଟିଏ କଞ୍ଚା ଲଙ୍କା, ଲୁଣ, କାକୁଡି, ଅଳ୍ପ ଧନିଆ ପତ୍ର, ସିଝା ରାଜମା ଏବଂ ବ୍ରୋକଲୀ

-ତେଲ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଆଳୁକୁ ଧୋଇ କାଟି ଦିଅନ୍ତୁ। ଏହାର ମଝି ଅଂଶକୁ ଛୁରିରେ ଏମିତି ଭାବରେ କାଟନ୍ତୁ ଯେପରି ଭିତର ପଯ୍ୟର୍ନ୍ତ ସିଝିଯିବ। ଏବେ ଏଥିରେ ତେଲ ଲଗାଇ ଦିଅନ୍ତୁ ଏବଂ ତା ମଝିରେ ସେସବୁ ମିଶ୍ରଣକୁ ରଖି ଦିଅନ୍ତୁ।

ଓଭନକୁ ୨୦୦ ଡିଗ୍ରୀରେ ପ୍ରୀହିଟ୍‌ କରିଦିଅନ୍ତୁ। ବେକିଙ୍ଗ ଟ୍ରେରେ ଆଳୁକୁ ରଖନ୍ତୁ।

ପ୍ରାୟ ୪୦ ରୁ ୫୦ ମିନିଟ୍‌ ଏହାକୁ ବେକ କରନ୍ତୁ।

ଏବେ ଆଳୁକୁ ବାହାରକୁ ବାହାର କରନ୍ତୁ। ତାହା ଉପରେ ଲୁଣ ଏବଂ ଗୋଲମରୀଚ ପାଉଡର ପକାଇ ତୁରନ୍ତୁ ସର୍ଭ କରନ୍ତୁ।

Pritiparna

Recent Posts

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

28 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

1 hour ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

1 hour ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

2 hours ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

2 hours ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

2 hours ago