ବଥୁଆ ଶାଗକୁ ତରକାରୀ କି ରାଇ ନୁହେଁ ଡାଲି କରି ଖାଇପାରିବେ, ଜାଣନ୍ତୁ କେମିତି ?

ଶୀତଦିନରେ ବଥୁଆ ଶାଗ ଅଧିକ ମିଳିଥାଏ। ଆଉ ଏଥିପାଇଁ ଅନେକ ଥର ବଥୁଆ ଶାଗର ପରଟା କରି ଖିଆଯାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ବଥୁଆ ଶାଗକୁ ତରକାରୀ ଏବଂ ରାଇ କରିବା ଭଳି ଡାଲି କରି ମଧ୍ୟ ଖିଆଯାଇପାରେ। ବଥୁଆ ଶାଗରେ ପ୍ରୋଟିନ ଏବଂ ଆଇରନର ସ୍ରୋତ ଅଧିକ ରହିଥାଏ। ତେଣୁ ଏହାକୁ ଥଣ୍ଡା ଦିନରେ ଖାଇବା ପାଇଁ ପରାମର୍ଶ ଦିଆଯାଏ। ବଥୁଆରେ ଭିଟାମିନ ଏ, କ୍ୟାଲସିଅମ, ଫସଫରସ ଏବଂ ପୋଟାସିଅମ ଭଳି ତତ୍ତ୍ୱ ରହିଥାଏ। ଏହି ଶାଗରେ ଅନେକ ରୋଗ ଦୂର କରିବାର ଶକ୍ତି ରହିଥାଏ। କେବଳ ଭାରତ ନୁହେଁ ବରଂ ଏସିଆର ଅନେକ ଦେଶ ସହିତ ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଲୋକେ ଖାଇଥାନ୍ତି।

ପିଲାଙ୍କୁ ବଥୁଆ ଶାଗ ଖାଇବାକୁ ଦେବା ଦ୍ୱାରା ସେମାନଙ୍କ ପେଟରୁ ବ୍ୟାକ୍ଟେରିଆ ମରିଯାଆନ୍ତି। ପେଟ ପାଇଁ ବଥୁଆ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ବଥୁଆକୁ ସିଝାଇ ଏହାର ରସ ପିଇବା କିମ୍ବା ତରକାରୀ କରି ଖାଇବା ଦ୍ୱାରା ଚର୍ମ ରୋଗ ମଧ୍ୟ ଦୂର ହୁଏ। ଚର୍ମରୁ ଧଳା ଦାଗ, କୁଣ୍ଡାଇ ହେବା ଭଳି ସମସ୍ୟା ମଧ୍ୟ ଦୂର ହୁଏ।

bathua

କେମିତି କରିବେ ବଥୁଆ ଡାଲି:

ହରଡ ଡାଲି, ବଥୁଆ ଶାଗ, କଞ୍ଚା ଲଙ୍କା, ହେଙ୍ଗୁ, ଅଦା ରସୁଣ, ଲଙ୍କା ପାଉଡର, ସୋରିଷ ତେଲ।

କେମିତି କରିବେ ପ୍ରସ୍ତୁତ:

ଏହାକୁ କରିବା ପାଇଁ ପ୍ରଥମେ ଆପଣ ହରଡ ଡାଲିକୁ ୪ରୁ ୫ ଘଣ୍ଟା ବତୁରାଇ ଦିଅନ୍ତୁ। ଏହାପରେ ଏକାସାଥିରେ ବଥୁଆ ଶାଗ ଏବଂ ଭିଜା ହୋଇଥିବା ହରଡ ଡାଲିକୁ ପ୍ରେସର କୁକୁରରେ ପକାଇ ଦିଅନ୍ତୁ। ଗୋଟେ ସିଟି ଆସିବା ପରେ ଏହାକୁ ଧିମା ଆଞ୍ଚରେ ସିଝାନ୍ତୁ। ଏବେ ଏକ କଢେଇରେ ତେଲ ପକାଇ ସେଥିରେ କିଛି ହେଙ୍ଗୁ ପକାନ୍ତୁ। ତା’ ପରେ କଞ୍ଚାଲଙ୍କା, ନାଲି ଲଙ୍କା ପାଉଡର, ଅଦା ରସୁଣ ପେଷ୍ଟ ପକାଇ ଦିଅନ୍ତୁ। ବଥୁଆ ସହିତ ଡାଲିକୁ କଢେଇରେ ପକାଇ ଦିଅନ୍ତୁ। ଲୁଣ ସ୍ୱାଦନୁସାରେ ପକାନ୍ତୁ। ୧୦ରୁ ୧୫ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ବଥୁଆ ଡାଲି। ଏହାକୁ ଆପଣ ଭାତ କିମ୍ବା ରୁଟି ସହିତ ଖାଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.