ରକ୍ତର ଅଭାବକୁ ଦୂର କରିବ ବିଟ୍‌ ଆଳୁ ଭଜା, ମିନିଟରେ କରନ୍ତୁ ପ୍ରସ୍ତୁତ

ବିଟ୍‌ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଶରୀରରେ ରକ୍ତର ମାତ୍ରାକୁ ବଢ଼ାଇଥାଏ। କିଛି ପରିବା ରହିଛି ଯାହାକୁ ଖାଇବା ଦ୍ୱାରା ବ୍ଲଡ ପ୍ରେସର, ରକ୍ତର ଅଭାବ ଭଳି ରୋଗକୁ ଦୂର ହୋଇଥାଏ। କିନ୍ତୁ ବିଟକୁ ଖାଇଲେ ଆପଣଙ୍କ ଶରୀରରେ ରକ୍ତର ମାତ୍ରା ବଢ଼ିବା ସହିତ ସ୍ୱାସ୍ଥ୍ୟକୁ ଅନେକ ଫାଇଦା ପହଁଚାଇଥାଏ। ଆପଣ ବିଟକୁ ସାଲାଡ୍‌ କରି ମଧ୍ୟ ଖାଇଥିବେ କିନ୍ତୁ କେବେ ଆପଣ ଏହାକୁ ଭଜା ବନାଇ ଖାଇଛନ୍ତି କି। କାହିଁକିନା ବିଟ୍‌ ଆଳୁ ଭଜା ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ। ତାହେଲେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨ଟି ବଡ ବିଟ୍‌
  • ୨ଟି ଆଳୁ (ମିଡିୟମ୍‌ ସାଇଜର)
  • ଗୋଟିଏ ପିଆଜ
  • ୨ଟି କଞ୍ଚା ଲଙ୍କା
  • ୧/୨ ଚାମଚ ହଳଦି
  • ଲୁଣ ସ୍ୱାଦାନୁସାରେ
  • ୧ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ମିଡିୟମ୍‌ ଆଞ୍ଚରେ ଏକ ପ୍ୟାନ ନିଅନ୍ତୁ ଏବଂ ତେଲ ଗରମ କରିବା ପାଇଁ ରଖନ୍ତୁ।
  • ତେଲ ଗରମ ହେବା ପରେ ବିଟ୍‌, ଆଳୁ, ପିଆଜ ଏବଂ କଞ୍ଚା ଲଙ୍କାକୁ ଏକାସାଥିରେ ପକାଇ ମି କ୍ସ କରନ୍ତୁ।
  • ହଳଦି ଏବଂ ଲୁଣ ମିଶାଇ ପ୍ୟାନକୁ ଢ଼ାଙ୍କୁଣୀରେ ଘୋଡାଇ ଦିଅନ୍ତୁ।
  • ପ୍ରାୟ ୧୦-୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ସିଝିବାକୁ ଛାଡନ୍ତୁ।
  • ଏହାପରେ ଆପଣ ଦେଖନ୍ତୁ ବିଟ୍‌ ଏବଂ ଆଳୁ ଭଲଭାବେ ଭାଜି ହୋଇ ସିଝିଛି ନା ନାହିଁ।

 

Leave A Reply

Your email address will not be published.