ଆପଣଙ୍କୁ ଏକଦମ୍‌ ଖଟାମିଠା ସ୍ୱାଦ ଦେବ ବରକୋଳି ଚଟଣୀ, ଏପରି କରନ୍ତୁ ପ୍ରସ୍ତୁତ

ରୁଟି ହେଉ କିମ୍ବା ଭାତ ସବୁଥିରେ ଟିକେ ଚଟଣୀ ନହେଲେ ଚଳିବନି। କାହିଁକିନା ଏହା ସମସ୍ତଙ୍କୁ ପସନ୍ଦ ହୋଇଥାଏ। କିଛି ଲୋକ ମିଠା ଚଟଣୀ ଖାଇବାକୁ ପସନ୍ଦ କରନ୍ତି। ତେଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବରକୋଳି ଚଟଣୀ। ଯେହେତୁ ବର୍ତ୍ତମାନ ବାଡିରେ ଏବଂ ବଜାରରେ କୋଳି ସହଜରେ ମିଳିଯାଉଛି। ତେବେ ଏବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

କୋଳି ଚଟଣୀ ପାଇଁ ଆବଶ୍ୟକ ସାମଗ୍ରୀ

  • ବର କୋଳି – ଏକ କପ୍‌
  • ଗୁଡ – ସ୍ୱାଦାନୁସାରେ
  • ବିଟ ଲୁଣ – ୧/୨ ଚାମଚ୍‌
  • ସୋରିଷ ତେଲ – ୧ ଚାମଚ୍‌
  • ପଞ୍ଚ ଫୁଟଣ (ଜିରା, ସୋରିଷ, ପାନମଧୁରୀ, କଳା ଜିରା ଏବଂ ମେଥି)
  • ପାଣି – ଆବଶ୍ୟକ ଅନୁସାରେ (ଗୁଡରେ ମିଶାଇବା)

ପ୍ରସ୍ତୁତି ପ୍ରଣାଳୀ

  • ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ସେଥିରେ ପଞ୍ଚ ଫୁଟଣ ପକାଇ ଦିଅନ୍ତୁ।
  • ଏହାପରେ ଏଥିରେ ବରକୋଳି ପକାନ୍ତୁ ଏବଂ ଭଲଭାବେ ମିଶାଇ ଦିଅନ୍ତୁ।
  • ଏକ ଅନ୍ୟ ପ୍ୟାନରେ ଗୁଡ ଏବଂ ପାଣି ମିଶାଇ ଗରମ କରି ଫୁଟାନ୍ତୁ।
  • ଏବେ ଏହି ଗୁଡ ସିରାକୁ ନେଇ ବରକୋଳି ମିଶ୍ରଣରେ ମିଶାଇ କୋଳି ନରମ ହେବା ପର୍ଯ୍ୟନ୍ତ ଗ୍ୟାସରେ ବସାନ୍ତୁ।
  • ଏବେ ନିଜ ହିସାବରେ ଚଟଣୀକୁ ଗାଢ଼ା କରନ୍ତୁ।
  • ଏହା ଭଲଭାବେ ହୋଇଗଲା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ଏକ ପାତ୍ରକୁ କାଢ଼ି ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.