କମ୍ ବୟସରେ କେମିତି ଜମା କରିବେ ଟଙ୍କା, ନିଶ୍ଚିତ ଜାଣନ୍ତୁ ଏହି ୩ଟି ସରଳ ଉପାୟ

ଆଜିକାଲିର ସମୟରେ ସବୁ ଜିନିଷର ଦର ବୃଦ୍ଧି ଏବେ ପିଲା ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କୁହାଯାଇଥାଏ କି, ବୟସ ବଢିବା ସଙ୍ଗେ ସଙ୍ଗେ ଟଙ୍କାର ମୂଲ୍ୟ ଆମେ ବୁଝିପାରିଥାନ୍ତି । ଏହି ସମୟ ଭିତରେ କ୍ୟାମ୍ପସରୁ ନେଇ କମ୍ପାନୀ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ ହୋଇଥାଏ ଏବଂ ଆରମ୍ଭ ହୋଇଥାଏ ବେତନ ମିଳିବାର ପ୍ରକ୍ରିୟା । ଏମିତିରେ ଆମେ ଆଜିର ଯୁବପିଢିଙ୍କୁ ଏମିତି ଉପାୟ ବିଷୟରେ ଜଣାଇବୁ ଯାହାଦ୍ବାରା ସେମାନେ କମ ବୟସରେ ଟଙ୍କା ଜମା କରିପାରିବେ ।

seving2କମ୍ ବୟସରେ ଆରମ୍ଭ କରନ୍ତୁ ନିବେଶ କରିବା:

ଯୁବପିଢିଙ୍କୁ ନିବେଶର ଆବଶ୍ୟକତା ବୁଝାଇବା ଦରକାର । ପାରିବାରିକ ଦାୟିତ୍ବ ନହେବା ଯୋଗୁଁ ପ୍ରାୟତଃ ଲୋକ ଆରମ୍ଭରୁ ନିବେଶ କିମ୍ବା ଟ୍ୟାକ୍ସ ସେଭିଙ୍ଗ ବିଷୟରେ ଚିନ୍ତା କରିନଥାନ୍ତି । ଖାସକରି ଯୁବପିଢି ଚାକିରି ଆରମ୍ଭରୁ ମିଳୁଥିବା ବେତନ ନିଜର ସଉକ୍ ପାଇଁ ଖର୍ଚ୍ଚ କରିଥାନ୍ତି । ଆର୍ଥିକ ସ୍ବତନ୍ତ୍ରତା କାରଣକୁ ସେମାନଙ୍କ ଖର୍ଚ୍ଚ ବେଶି ହୋଇଯାଇଥାଏ ଏବଂ ସେଭିଙ୍ଗ କରିବାର କୌଣସି ଧ୍ୟାନ ନଥାଏ । ଏହି କାରଣରୁ ପ୍ରାୟତଃ ଯୁବବର୍ଗ ଠିକ୍ ବୟସରେ ଭବିଷ୍ୟ ପାଇଁ ଆର୍ଥିକ ପ୍ଳାନିଙ୍ଗ କରିବା ପାଇଁ ଭୁଲିଯାଇଥାନ୍ତି ।

rupeeବୁଝିବିଚାରି କରନ୍ତୁ ନିବେଶ:

ଆପଣ ଗୋଟେ ମାସରେ ୧୦ହଜାର କମାନ୍ତୁ କିମ୍ବା ୧ଲକ୍ଷ କମାନ୍ତୁ, ନିବେଶ କରିବା କେବଳ ନିଜ ଚିନ୍ତାଧାରା ଉପରେ ନିର୍ଭର କରିଥାଏ । ଯୁବବର୍ଗ କମ୍ ରାଶିରୁ ନିବେଶ ଆରମ୍ଭ କରିବା ଉଚିତ୍ ଏବଂ ବଜାରର ବିଭିନ୍ନ ଯୋଜନା ଏବଂ ଆର୍ଥିକ କ୍ଷେତ୍ରରେ କିଛି କିଛି ନିବେଶ କରିବା ଦରକାର । ଆପଣ କେବଳ ୫୦୦ଟଙ୍କା ପ୍ରତିମାସରେ ଏକ ଛୋଟ ରାଶିରୁ ନିବେଶ କରିବା ଆରମ୍ଭ କରିପାରିବେ । ଏହାସହିତ ଧ୍ୟାନ ରଖିବା ଉଚିତ କି, ଆପଣଙ୍କ ସବୁ ଅର୍ଥ କେବେବି ଗୋଟିଏ ସ୍କିମରେ ନଲଗାନ୍ତୁ । ଯେତେ ଶିଘ୍ର ଆପଣ ନିବେଶ ଆରମ୍ଭ କରିବେ ସମୟ ଅନୁସାରେ ଆପଣଙ୍କୁ ସେଥିରୁ ବହୁତ ଭଲ ରିଟର୍ଣ୍ଣ ମିଳିବ ।

savingଠିକ୍ ସମୟରେ ନିବେଶ କରନ୍ତୁ :

ଯୁବବର୍ଗ ନିବେଶ କରିବା ବିଷୟରେ ଭାବିନଥାନ୍ତି । ଏହି କାରଣରୁ ସେମାନଙ୍କ ବହୁମୂଲ୍ୟ ସମୟ ହାତଛଡା ହୋଇଯାଇଥାଏ । ଯେଉଁ ବୟସରେ ନିବେଶ କରିଥିଲେ ସେମାନେ ବହୁତ ଭଲ ରିଟର୍ଣ୍ଣ ପାଇପାରିଥାନ୍ତେ । ଯେତେ ଶିଘ୍ର ନିବେଶ କରିବା ଆରମ୍ଭ କରିବେ ସେତେ ବେଶି ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଥାଏ । ସେମାନଙ୍କ ଉପରେ ଆର୍ଥିକ ଦାୟିତ୍ବ କମ୍ ହୋଇଥାଏ । ଏପରି ସ୍ଥିତିରେ ଯଦି ସେମାନେ କୌଣସି ଇନସୁରାନ୍ସ ପଲିସିରେ ନିବେଶ କରୁଛନ୍ତି ତେବେ ସେମାନଙ୍କୁ ତାଙ୍କର ଜରୁରୀ ଖର୍ଚ୍ଚକୁ ବାହାର କରି ପଲିସିର ପ୍ରିମିୟମ ଦେବାରେ କୌଣସି ସମସ୍ୟା ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.