ମାତ୍ର କେଇ ମିନିଟରେ ପ୍ରସ୍ତୁତ କରନ୍ତୁ ବ୍ରେଡ୍‌ ଉତ୍ତପମ୍‌, ଟେଷ୍ଟରେ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ

  • ବ୍ରେଡ୍‌ –୪ଟି ସ୍ଲାଇସ୍‌
  • ସୁଜି – ୧/୨ କପ୍‌
  • ମଇଦା – ୨ ଟେବୁଲ ଚାମଚ
  • ଦହି – ୧/୨ କପ୍‌
  • ଅଦା କଦ୍ଦୁକସ୍‌ ହୋଇଥିବା – ୧ ଟେବୁଲ ଚାମଚ
  • ଛୋଟ ପିଆଜ – ୧ଟି
  • ସିମଲା ଲଙ୍କା – ୨ଟି
  • ଟମାଟୋ – ୧ଟି
  • ଲୁଣ – ସ୍ୱାଦାନୁସାରେ
  • ତେଲ – ଆବଶ୍ୟକ ଅନୁସାରେ
  • ପାଣି – ଆବଶ୍ୟକତା ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡ୍‌ ଉତ୍ତପମ୍‌ ବନାଇବା ପାଇଁ ପ୍ରଥମେ ବ୍ରେଡର ଚାରି କଡକୁ କାଟି ଦିଅନ୍ତୁ। ଏହାପରେ ବ୍ରେଡରେ ପାଣି ଲଗାଇ ତାକୁ ନରମ କରିଦିଅନ୍ତୁ। ଏବେ ଏଥିରେ ସୁଜି, ଦହି ଏବଂ ଅଳ୍ପ ତେଲ ମିଶାଇ ପେଷ୍ଟ ବନାଇ ଦିଅନ୍ତୁ। ପେଷ୍ଟକୁ ଏମିତି ବନାନ୍ତୁ ଯେମିତି ସହଜରେ ତାଓ୍ଵାରେ ସେକି ହୋଇଯିବ। ଯେତେବେଳେ ପେଷ୍ଟ ପ୍ରସ୍ତୁତ ହୋଇଯିବ ସେତେବେଳେ ଏଥିରେ କାଟି ରଖିଥିବା ପରିବାକୁ ମିଶାଇ ଦିଅନ୍ତୁ। ଏହିସମୟରେ ତାଓ୍ଵାକୁ ଗରମ କରି ଗ୍ୟାସ୍‌ ଉପରେ ରଖିଦିଅନ୍ତୁ। ତାଓ୍ଵା ଉପରେ ଘୋଳକୁ ପକାଇବା ପୂର୍ବରୁ ସେଥିରେ ଲୁଣ ପକାଇ ଦିଅନ୍ତ। ଯାହାଦ୍ୱାରା ଉତ୍ତପମରେ ଏକ୍ସଟ୍ରା ପାଣି ବାହାରିବନାହିଁ।

ଏବେ ତାଓ୍ଵାରେ ଅଳ୍ପ ତେଲ ପକାଇ ଦିଅନ୍ତୁ। ତାଓ୍ଵା ଯେତେବେଳେ ଗରମ ହୋଇଯିବ ସେତେବେଳେ ଉତ୍ତପମ ବନାଇବା ପାଇଁ ଘୋଳ ପକାନ୍ତୁ। ଯେତେବେଳେ ଉତ୍ତପମ୍‌ ଗୋଟେ ସାଇଡାରେ ହୋଇଯିବ ସେତେବେଳେ ଆଉ ଗୋଟେ ପାଖ ସେକି ଦିଅନ୍ତୁ। ଓଲଟାଇବା ସମୟରେ ସେକି ବି ଦିଅନ୍ତୁ। ଭଲଭାବେ ଦୁଇ ପାଖ ଫ୍ରାଏ କରିବା ପରେ ପ୍ଲେଟକୁ ବାହାର କରନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଟେଷ୍ଟୀ ଟେଷ୍ଟୀ ଉତ୍ତପମ୍‌। ଏହାକୁ ଆପଣ ସସ୍‌ କିମ୍ବା ଚଟଣୀ ସହିତ ଗରମା ଗରମ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.